Sunny deol gadar 3 will be on floor soon
ଗଦର ମ୍ୟାନ ସନ୍ନି ଦେଓଲ ଏବଂ ଅନିଲ ଶର୍ମା ଏକାଠି ମିଶି ୨୦୦୧ରେ 'ଗଦର: ଏକ୍ ପ୍ରେମ୍ କଥା' ସହିତ ଇତିହାସ ସୃଷ୍ଟି କରିଥିଲେ। ଏହି ଚଳଚ୍ଚିତ୍ରଟି 'ହମ୍ ଆପ୍କେ ହେ କୌନ୍'ର ଦୀର୍ଘ ଦିନର ରେକର୍ଡ ଭାଙ୍ଗି ବକ୍ସ ଅଫିସରେ ସର୍ବକାଳୀନ ଗ୍ରୋସର୍ ଭାବରେ ଉଭା ହୋଇଥିଲା।
ଭାରତ-ପାକିସ୍ତାନ ବିଭାଜନର ପୃଷ୍ଠଭୂମି ଉପରେ ଆଧାର କରି ଏହି ଆକ୍ସନ୍-ପ୍ୟାକ୍ ହୋଇଥିବା ମନୋରଞ୍ଜନ ଚଳଚ୍ଚିତ୍ର ସର୍ବାଧିକ ଦେଖାଯାଇଥିବା ଚଳଚ୍ଚିତ୍ର ହେବାର ଏକ ରେକର୍ଡ ସୃଷ୍ଟି କରିଛି ଏବଂ ଏହି ରେକର୍ଡ ସବୁଦିନ ପାଇଁ ଅକ୍ଷୁଣ୍ଣ ରହିବ। ‘ଗଦର’ର ଐତିହାସିକ ସଫଳତାର ୨୨ ବର୍ଷ ପରେ ସନ୍ନି ଦେଓଲ, ଅନିଲ ଶର୍ମା, ଅମିଶା ପଟେଲ ଏବଂ ଉତ୍କର୍ଷ ଶର୍ମା ‘ଗଦର ୨’ ସହିତ କାହାଣୀ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଏହି ଟିମ୍ 'ଗଦର ୩' ପାଇଁ ଅଣ୍ଟା ଭିଡିଲେଣି।
ଅଧିକ ପଢ଼ନ୍ତୁ: ‘ଗଦର ୨’ ରଚିଲା ଇତିହାସ; ଆଗରୁ କେହି କରି ନାହାନ୍ତି କି ଆଗକୁ କରିବେ ନାହିଁ!
'ଗଦର ୩' ପାଇଁ ସବୁଜ ସଙ୍କେତ:
୨୦୨୩ର ସ୍ୱାଧୀନତା ଦିବସ ସପ୍ତାହରେ ମୁକ୍ତିଲାଭ କରିଥିବା ‘ଗଦର –୨’ ମଧ୍ୟ ବଡ଼ ହିଟ୍ ହୋଇଥିଲା। ରୋଜଗାରରେ ଏହି ଚଳଚ୍ଚିତ୍ର ଅନେକ ରେକର୍ଡ ଭାଙ୍ଗିଦେଲା। ଶାହରୁଖଙ୍କ ‘ପଠାନ’କୁ ପଛରେ ପକେଇ 'ଗଦର ୨' ସର୍ବକାଳୀନ ଗ୍ରୋସର ହୋଇଗଲା।
ବର୍ତ୍ତମାନର ନୂଆ ରିପୋର୍ଟ ଅନୁଯାୟୀ ଜି ଷ୍ଟୁଡିଓ 'ଗଦର ୩' ପାଇଁ ସବୁଜ ସଙ୍କେତ ଦେଇଛି। ନିକଟ ସୂତ୍ର ଅନୁଯାୟୀ, ଜି ଷ୍ଟୁଡିଓ, ଅନିଲ ଶର୍ମା ଏବଂ ସନ୍ନି ଦେଓଲଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ କାଗଜପତ୍ର କାମ ସରିଯାଇଛି।
ଫେରିବେ ତାରା ସିଂହ:
ସୂତ୍ରରୁ ଜଣାପଡିଛି ଯେ ସମସ୍ତ ସହଯୋଗୀ ଏହି ବିଚାରକୁ ନେଇ ସହମତ ଏବଂ ‘ଗଦର ୩’ ପାଇଁ ଉତ୍ସାହିତ ଅଛନ୍ତି। ତାରାଙ୍କର କାହାଣୀ କେଉଁଠାରେ ଅଛି, ସକିନା ଏବଂ ଜିତେ ଏଠାରୁ ଆଗକୁ ବଢିବେ ବୋଲି ଟିମ୍ ନିର୍ଦ୍ଦେଶ ପାଇଛି। ଯଦି ଯୋଜନା ଅନୁଯାୟୀ, ସବୁକିଛି ଚାଲିଥାଏ ତେବେ ୨୦୨୫ ଶେଷ ସୁଦ୍ଧା 'ଗଦର ୩' ଆରମ୍ଭ ହୋଇପାରେ।
ବର୍ତ୍ତମାନ ସନ୍ନି ଦେଓଲ 'ଲାହୋର: ୧୯୪୭' ପାଇଁ ସୁଟିଂ ଆରମ୍ଭ କରିଛନ୍ତି ଏବଂ ଏହା ପରେ ସେ ‘ରାମାୟଣ’ରେ ପ୍ରଭୁ ହନୁମାନଙ୍କ ଭୂମିକାରେ ସୁଟିଂ ପାଇଁ ଆଲୋଚନା କରୁଛନ୍ତି। ସେହିପରି ତାଙ୍କର ୧୯୯୭ର ବ୍ଲକବଷ୍ଟର ‘ବର୍ଡର’ର ଏକ ସିକ୍ୱେଲ୍ ମଧ୍ୟ ଆସିବ ବୋଲି ଶୁଣାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705664797.jpg)