Advertisment

Sunjay Kapur: ବ୍ରିଟେନ ପୋଲିସକୁ ତଦନ୍ତ ପାଇଁ ଦାବି, ସଞ୍ଜୟ କପୁରଙ୍କ ମାଆ କହିଲେ ...ମରିବା ପୂର୍ବରୁ ମୁଁ ସତ ଜାଣିବାକୁ ଚାହେଁ

ରାଣୀ କପୁରଙ୍କ ଦ୍ୱାରା ଦାୟର ହୋଇଥିବା ଏହି ଅଭିଯୋଗରେ ସଞ୍ଜୟ କପୁରଙ୍କ ଆକସ୍ମିକ ମୃତ୍ୟୁ ଉପରେ ପ୍ରଶ୍ନ ଉଠାଯାଇଛି ଏବଂ ଏହାକୁ ‘ରହସ୍ୟମୟ ପରିସ୍ଥିତି’ ବୋଲି ଉଲ୍ଲେଖ କରାଯାଇଛି।

Sunjay Kapur

Sunjay Kapur

Advertisment

ବିଜନେସମ୍ୟାନ ସଞ୍ଜୟ କପୁରଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ସୋନା କମଷ୍ଟାର ବିବାଦ ଏବେ ନାଟକୀୟ ରୂପ ନେଇଛି। ସଞ୍ଜୟ କପୁରଙ୍କ ମାଆ ରାଣୀ କପୁର ତାଙ୍କ ପୁତ୍ରଙ୍କ ରହସ୍ୟମୟ ମୃତ୍ୟୁର ତଦନ୍ତ ପାଇଁ ବ୍ରିଟେନ ସରକାରଙ୍କୁ ଅନୁରୋଧ କରିଛନ୍ତି। ସଞ୍ଜୟଙ୍କ ମାଆ ତଥା ସୋନା କମଷ୍ଟାରର ପୂର୍ବତନ ଅଧ୍ୟକ୍ଷା ରାଣୀ କପୁର ଔପଚାରିକ ଭାବେ ବ୍ରିଟିଶ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିଛନ୍ତି ଏବଂ ଲଣ୍ଡନରେ ତାଙ୍କ ପୁତ୍ରଙ୍କ ମୃତ୍ୟୁ ସହ ଜଡ଼ିତ ଅସ୍ପଷ୍ଟ ପରିସ୍ଥିତିର ବିସ୍ତୃତ ତଦନ୍ତ ପାଇଁ ଦାବି କରିଛନ୍ତି। କହିଛନ୍ତି ମରିବା ପୂର୍ବରୁ ମୁଁ ସତ ଜାଣିବାକୁ ଚାହେଁ ।

Advertisment

ବ୍ରିଟିଶ ଅଧିକାରୀମାନଙ୍କ ନିକଟରେ ଏକ ଅପରାଧିକ ଅଭିଯୋଗ ଦାୟର କରାଯାଇଛି। ରାଣୀ କପୁରଙ୍କ ଦ୍ୱାରା ଦାୟର ହୋଇଥିବା ଏହି ଅଭିଯୋଗରେ ସଞ୍ଜୟ କପୁରଙ୍କ ଆକସ୍ମିକ ମୃତ୍ୟୁ ଉପରେ ପ୍ରଶ୍ନ ଉଠାଯାଇଛି ଏବଂ ଏହାକୁ ‘ରହସ୍ୟମୟ ପରିସ୍ଥିତି’ ବୋଲି ଉଲ୍ଲେଖ କରାଯାଇଛି।

ଏହି ମାମଲାରେ ବ୍ରିଟିଶ ସରକାରଙ୍କୁ ତୁରନ୍ତ ହସ୍ତକ୍ଷେପ ପାଇଁ ଅପିଲ କରାଯାଇଛି। ପରିବାର ସହ ଜଡ଼ିତ ଜଣେ ନିକଟତର ବ୍ୟକ୍ତି କହିଛନ୍ତି, “ସଞ୍ଜୟଙ୍କ ମୃତ୍ୟୁ ସହ ଜଡ଼ିତ ଘଟଣାକ୍ରମ ଅତ୍ୟନ୍ତ ଚିନ୍ତାଜନକ।” ସେ ଆହୁରି କହିଛନ୍ତି ଯେ ବ୍ରିଟିଶ ଅଧିକାରୀମାନଙ୍କଠାରୁ ଏହି ମାମଲାରେ ତୁରନ୍ତ ଏବଂ ବିସ୍ତୃତ କାର୍ଯ୍ୟାନୁଷ୍ଠାନର ଦାବି କରାଯାଇଛି।

Advertisment

ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ମୃତ୍ୟୁ ୧୨ ଜୁନ୍ ୨୦୨୫ରେ ହୋଇଥିଲା । ଇଂଲଣ୍ଡର ୱାରସିୟରରେ ପୋଲୋ ଖେଳୁଥିବା ସମୟରେ ମୃତ୍ୟୁ ହୋଇଥିଲା । ପୋଲୋ ଖେଳୁଥିବା ସମୟରେ ସେ ହଠାତ୍ ଅଚେତ ହୋଇପଡିଥିଲେ ।

ରିପୋର୍ଟରେ କୁହାଯାଇଛି ଯେ ତାଙ୍କ ମୃତ୍ୟୁର ମହୁମାଛି କାମୁଡିବା ଯୋଗୁଁ ହୋଇଥିଲା । କିନ୍ତୁ କିଛି ଦିନ ତଳେ ମାଆ ରାନୀ କପୁରଙ୍କ ଦାବି ଘଟଣାରେ ନୂଆ ମୋଡ ଆଣିଛି । ସେ କହିଛନ୍ତି ମୋ ପୁଅର ମୃତ୍ୟୁ ଯେଉଁ ପରିସ୍ଥିତିରେ ହୋଇଥିଲା ତାହା ସଂଦିଗ୍ଧ ଓ ଅସ୍ପଷ୍ଟ ଥିଲା । ତାଙ୍କୁ ପୁଅର ମୃତ୍ୟୁ ନେଇ କୌଣସି କାଗଜପତ୍ର ଦିଆଯାଇନାହି । ପୁଅର ମୃତ୍ୟୁ ସଂପର୍କରେ ସେ ଯାହା ବି ଜାଣିଛନ୍ତି ମିଡିଆ ରିପୋର୍ଟରୁ ଜାଣିଛନ୍ତି ।

Advertisment

ସେ ଆହୁରି ଅଭିଯୋଗ କରିଛନ୍ତି ତାଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ନାହିଁ କି କଂପାନୀରେ କୌଣସି ଅଧିକାରୀ ଦିଆଯାଇଛି । ଅସୁସ୍ଥ ଅବସ୍ଥାରେ ତାଙ୍କୁ କୌଣସି ସ୍ପଷ୍ଟୀକରଣ ବିନା କିଛି କାଗଜପତ୍ରରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା ।

ସଞ୍ଜୟଙ୍କ ମାଆ କହିଛନ୍ତି ସେ ସମୟରେ ମୁଁ ଷ୍ଟ୍ରେସରେ ଥିଲି । ତଥାପି ତାଙ୍କୁ ବନ୍ଦ ରୁମ ଭିତରେ କାଗଜପତ୍ରରେ ଦସ୍ତଖତ କରିବାକୁ କୁହାଯାଇଥିଲା । ସଞ୍ଜୟଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ଏଥିରେ ତାଙ୍କ ପୂର୍ବତନ ପତ୍ନୀ କରିସ୍ମା କପୁର, କରୀନା କପୁର ଏବଂ ସୈଫ୍ ଅଲ୍ଲୀ ଖାନ ସାମିଲ ହୋଇଥିଲେ ।

Karishma Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ