Advertisment

Pahalgam Attack: ବଲିଉଡ୍ ସୁପର୍‌ଷ୍ଟାର୍‌ଙ୍କ ନିର୍ଭୟ ମତ; ପରବର୍ତ୍ତୀ ଛୁଟି ପହଲଗାମରେ ହିଁ ହେବ

ସୁନୀଲ ଶେଟ୍ଟୀ ଲୋକମାନଙ୍କୁ ପରବର୍ତ୍ତୀ ଛୁଟି କାଶ୍ମୀର ଘାଟିରେ ବିତାଇବାକୁ କହିଛନ୍ତି। ଏହା ଦ୍ଵାରା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯାଇପାରିବ ଏବଂ ଆତଙ୍କବାଦୀମାନଙ୍କୁ ଦେଖାଇଦିଆଯିବ ଯେ ଆମେ ସେମାନଙ୍କୁ ଭୟ କରୁନାହୁଁ।

ଅଦ୍ୟତନ ହୋଇଛି
Suniel Shetty asks people to be fearless after pahalgam hindu massacre

Suniel Shetty asks people to be fearless after pahalgam hindu massacre

Advertisment

ପହଲଗାମରେ ୨୨ ଏପ୍ରିଲରେ ଦେଖାଯାଇଥିବା ରକ୍ତାକ୍ତ ଦୃଶ୍ୟ ପରେ, ସମସ୍ତେ ଏବେ କାଶ୍ମୀର ଯିବାକୁ ଡରୁଛନ୍ତି। ଏହି ସମୟରେ, 'କେସରୀ ବୀର' ଅଭିନେତା ସୁନୀଲ ଶେଟ୍ଟୀ, ଯିଏକି ନିକଟରେ ଜେଜେବାପା ହୋଇଛନ୍ତି, ସେ ଲୋକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ଛୁଟି କାଶ୍ମୀର ଘାଟିରେ ବିତାଇବାକୁ କହିଛନ୍ତି।

Advertisment

ଏହା ଦ୍ଵାରା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯାଇପାରିବ ଏବଂ ଆତଙ୍କବାଦୀମାନଙ୍କୁ ଦେଖାଇଦିଆଯିବ ଯେ “ଆମେ ସେମାନଙ୍କୁ ଭୟ କରୁନାହୁଁ”। ଆନ୍ନା ତାଙ୍କର ମତ ଉପସ୍ଥାପନ କରି କହିଛନ୍ତି, "କାଶ୍ମୀର ଆମର ଥିଲା, ଆମର ଅଛି ଏବଂ ସବୁବେଳେ ଆମର ରହିବ।"

ଲତା ଦୀନାନାଥ ମଙ୍ଗେସକର ପୁରସ୍କାର ୨୦୨୫ ସମାରୋହରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ସୁନୀଲ୍ ଶେଟ୍ଟୀ ଲୋକମାନଙ୍କୁ ଘୃଣା ଏବଂ ଭୟର ଫାଶରେ ନ ପଡ଼ିବାକୁ ଅନୁରୋଧ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ:ସୀମା ହାଇଦରଙ୍କୁ ପାକିସ୍ତାନ ପଠାଯିବା ଉଚିତ ନୁହେଁ, ସେ ଏବେ ଭାରତର ବୋହୂ: ରାଖୀ ସାୱନ୍ତ

ସେ କହିଛନ୍ତି, “ଆମ ପାଇଁ, ମାନବତାର ସେବା କରିବା ହେଉଛି ଈଶ୍ୱରଙ୍କ ସେବା। ପରମେଶ୍ୱର ସବୁକିଛି ଦେଖିବେ ଏବଂ ଉତ୍ତର ଦେବେ। ବର୍ତ୍ତମାନ, ଆମକୁ ଭାରତୀୟ ଭାବରେ ଏକଜୁଟ୍ ରହିବାକୁ ପଡିବ। ଭୟ ଏବଂ ଘୃଣା ପ୍ରସାର କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ଫାଶରେ ଆମେ ପଡ଼ିବା ଉଚିତ ନୁହେଁ, ବରଂ ଏକତାରେ ରହିବା ଉଚିତ। ଆମକୁ ଦେଖାଇବାକୁ ପଡିବ ଯେ କାଶ୍ମୀର ଆମର ଥିଲା, ଆମର ଅଛି ଏବଂ ସବୁବେଳେ ଆମର ରହିବ। ସେଥିପାଇଁ ସେନା, ନେତା ଏବଂ ସମସ୍ତେ ଏହି ପ୍ରୟାସରେ ସାମିଲ ହୋଇଛନ୍ତି।”

Advertisment

ସୁନୀଲ ଶେଟ୍ଟୀ କହିଛନ୍ତି ଯେ ଭାରତୀୟ ନାଗରିକ ଭାବରେ, ଆମେ ଆମର ପରବର୍ତ୍ତୀ ଛୁଟି କାଶ୍ମୀରରେ ବିତାଇବା ପାଇଁ ଯୋଜନା କରିବା ଉଚିତ। ସେ କହିଛନ୍ତି, “ଆମକୁ ନାଗରିକ ଭାବରେ ଗୋଟିଏ କାମ କରିବାକୁ ପଡିବ, ଆମକୁ ନିଷ୍ପତ୍ତି ନେବାକୁ ପଡିବ ଯେ ଆଜିଠାରୁ ଆମର ପରବର୍ତ୍ତୀ ଛୁଟି କେବଳ କାଶ୍ମୀରରେ ହେବ, ଅନ୍ୟ କୌଣସି ସ୍ଥାନରେ ନୁହେଁ। ଆମକୁ ସେମାନଙ୍କୁ ଦେଖାଇବାକୁ ପଡିବ ଯେ ଆମେ ଭୟଭୀତ ନୁହେଁ, ଏବଂ ବାସ୍ତବରେ କୌଣସି ଭୟ ହିଁ ନାହିଁ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଅଧିକାରୀଙ୍କ ସହ କଥା ହୋଇଛନ୍ତି ଏବଂ ଯଦି ତାଙ୍କୁ କାଶ୍ମୀର ଯିବାକୁ କୁହାଯାଏ, ତେବେ ସେ ପ୍ରସ୍ତୁତ। ସେ କହିଛନ୍ତି, “ମୁଁ ନିଜେ ଫୋନ୍ କରି କହିଛି ଯେ ଯଦି ଆପଣ ଭାବୁଛନ୍ତି ଯେ କାଲି ଆମକୁ ଏଠାକୁ ପର୍ଯ୍ୟଟକ ଭାବରେ କିମ୍ବା କଳାକାର ଭାବରେ ଆସିବାକୁ ପଡେ, ଆମକୁ ଏଠାରେ ସୁଟିଂ କରିବାକୁ ପଡେ କିମ୍ବା ଏଠାକୁ ଭ୍ରମଣ ପାଇଁ ଯିବାକୁ ପଡେ, ଆମେ ନିଶ୍ଚିତ ଭାବରେ ଯିବୁ।”

ପ୍ରକାଶଥାଉ ଯେ ୨୨ ଏପ୍ରିଲରେ ପହଲଗାମର ବୈସାରନ ଗ୍ରାଉଣ୍ଡରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ୨୬ ଜଣ ଭାରତୀୟ ନାଗରିକ ଏବଂ ଜଣେ ନେପାଳୀ ନାଗରିକଙ୍କ ମୃତ୍ୟୁ ହୋଇହି ଏବଂ ଅନେକ ଆହତ ହୋଇଛନ୍ତି। ଏହି ଘଟଣା ପରେ ସାରା ଦେଶରେ କ୍ରୋଧ ପ୍ରକାଶ ପାଇଛି।

ଅଧିକ ପଢ଼ନ୍ତୁ:ପହଲଗାମ ଆକ୍ରମଣରେ ହୋଇଥିବା ହିଂସାକୁ ନେଇ ଏମିତି କହିଲେ ରାଶି ଖାନ୍ନା

Bollywood Suniel Shetty Jammu Kashmir Pahalgam Terrorist Attack Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ