Advertisment

Censorship in jatra: ଯାତ୍ରାରେ ସୀମା ଜଗିବ ସେନ୍ସର, ବିଧାନସଭା ଷ୍ଟାଣ୍ଡିଂ କମିଟିର ସୁପାରିସ

ଫିଲ୍ମ ଭଳି ଯାତ୍ରାରେ ସୀମା ଜଗିବ ସେନ୍ସର। ଅଶ୍ଳୀଳତା ବନ୍ଦ କରିବାକୁ ଗଠନ କର ଅପେରା ସେନସର ବୋର୍ଡ। ରାଜ୍ୟ ସରକାରଙ୍କୁ ଏଭଳି ସୁପାରିସ କରିଛି ବିଧାନସଭା ଷ୍ଟାଣ୍ଡିଂ କମିଟି। ସେପଟେ ସଂସ୍କୃତି ବିଭାଗ ପକ୍ଷରୁ ଏକ ଅପେରା ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଥିବା ବେଳେ ଅନୁମୋଦନ ପରେ ତାହା କାର୍ଯ୍ୟକାରୀ କରାଯିବ।

undefined

censorship

Advertisment

ଫିଲ୍ମ ଭଳି ଯାତ୍ରାରେ ସୀମା ଜଗିବ ସେନ୍ସର। ଅଶ୍ଳୀଳତା ବନ୍ଦ କରିବାକୁ ଗଠନ କର ଅପେରା ସେନସର ବୋର୍ଡ। ରାଜ୍ୟ ସରକାରଙ୍କୁ ଏଭଳି ସୁପାରିସ କରିଛି ବିଧାନସଭା ଷ୍ଟାଣ୍ଡିଂ କମିଟି। ସେପଟେ ସଂସ୍କୃତି ବିଭାଗ ପକ୍ଷରୁ ଏକ ଅପେରା ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଥିବା ବେଳେ ଅନୁମୋଦନ ପରେ ତାହା କାର୍ଯ୍ୟକାରୀ କରାଯିବ। ତେବେ ସେନସର୍ ବୋର୍ଡ ଗଠନକୁ ଖୋଲାଖୋଲି ବିରୋଧ କରିଛନ୍ତି ଯାତ୍ରା ପାର୍ଟି ମାଲିକ।

Advertisment

ରାଜ୍ୟରେ ଗଠନ ହେଉ 'ଅପେରା ସେନସର୍ ବୋର୍ଡ'।ସରକାରଙ୍କୁ ବିଧାନସଭା ଷ୍ଟାଣ୍ଡିଂ କମିଟିର ସୁପାରିସ। ଯାତ୍ରାରେ ସୀମା ଟପିଥିବା ଅଶ୍ଲୀଳତା ଉପରେ ଲାଗିବ ରୋକ୍। କାହାଣୀ ହେଉ କି ନିର୍ଦ୍ଦେଶନା ଅବା ଅଭିନୟ, ସମସ୍ତଙ୍କ ପାଇଁ ଲାଗିବ ଲଗାମ। କେହି ଡେଇଁବେନି ଲକ୍ଷ୍ମଣରେଖା। ଫଳରେ ସାମାଜିକ ନାଟକ ଅସାମାଜିକ ଆଡକୁ ଯିବନି। ନଷ୍ଟ ହେବନି ଓଡ଼ିଆ ସଂସ୍କୃତି। ଏଥିପାଇଁ ରାଜ୍ୟରେ ଅପେରା ସେନସର୍ ବୋର୍ଡ ଗଠନ କରିବାକୁ ସୁପାରିସ କରିଛି ବିଧାନସଭା ଷ୍ଟାଣ୍ଡିଂ କମିଟି। କମିଟିର ସୁପାରିସ ଅନୁଯାୟୀ, ଫିଲ୍ମ ଭଳି ଯାତ୍ରା ପାଇଁ ସେନସର୍ ବୋର୍ଡ ଗଠନ ହେଲେ ବନ୍ଦ ହେବ ଅଶ୍ଲୀଳତା। ଯାତ୍ରାରେ ସୀମା ଜଗିବ ସେନସର୍।

ଅଧିକ ପଢ଼ନ୍ତୁ: ‘ଆସନ୍ତା ବର୍ଷ ସରିବ ଗୁଣ୍ଡିଚା ମନ୍ଦିର ରୋଷଘର କାମ’

ଯାତ୍ରାରେ ଅଶ୍ଳୀଳତାକୁ ନେଇ ଦୁନିଆ ବାଦ ବିବାଦ ପରେ ସରକାର ଏଥିପାଇଁ ମାର୍ଗଦର୍ଶିକା ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଯାହାକୁ ଏହାମଧ୍ୟରେ ୫ ମାସ ବିତିଗଲାଣି। ଏବେ ଷ୍ଟାଣ୍ଡିଂ କମିଟିର ସୁପାରିସକୁ ନେଇ ସଂସ୍କୃତି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବିଭାଗ ପକ୍ଷରୁ ଏକ ଅପେରା ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି। ସରକାରଙ୍କ ଅନୁମୋଦନ ପରେ ତାହା କାର୍ଯ୍ୟକାରୀ କରାଯିବ। ତେବେ ଅପେରା ସେନସର ବୋର୍ଡ ଗଠନକୁ ଖୋଲାଖୋଲି ବିରୋଧ କରିଛନ୍ତି ଯାତ୍ରାପାର୍ଟି ମାଲିକ। କହିଛନ୍ତି, ସେନସର ବୋର୍ଡକୁ ଦେଖାଇ ଯାତ୍ରା କଲା ବେଳକୁ ଖୋଲିପାରିବନି ବହି।

Advertisment

ଅପେରା ସେନସର୍ ବୋର୍ଡ ଗଠନ ସହ ସରକାରଙ୍କୁ ଆହୁରି କିଛି ଗୁରୁତ୍ବପୂର୍ଣ୍ଣ ସୁପାରିସ କରିଛି ବିଧାନସଭା ଷ୍ଟାଣ୍ଡିଂ କମିଟି। ଯେପରିକି, ଯାତ୍ରା ସଂସ୍କୃତିର ସୁରକ୍ଷା ଏବଂ କଳାର ପ୍ରଚାର ପ୍ରସାର ପାଇଁ ରାଜ୍ୟସ୍ତରରେ ସପ୍ତାହେ ବ୍ୟାପୀ ଓଡ଼ିଆ ଅପେରା ମହୋତ୍ସବ ଆୟୋଜନ କରାଯାଉ। ଜଣେ ପ୍ରତିଷ୍ଠିତ ଯାତ୍ରା କଳାକାରଙ୍କ ନାଁରେ ପୁରସ୍କାର ପ୍ରଚଳନ କରି ଅନ୍ୟ କଳାକାରଙ୍କୁ ପ୍ରଦାନ କରାଯାଉ। ଲୋକନାଟକ ଉତ୍ସବ ସହ ବହୁଭାଷୀ ଓଡ଼ିଆ ସଙ୍ଗୀତ ପ୍ରତିଯୋଗୀତା କରାଯାଉ। ପୁରୁଣା ରଙ୍ଗମଞ୍ଚର ପୁନରୁଦ୍ଧାର କରାଯାଉ। ଓଡ଼ିଶାର ବରପୁତ୍ରଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେଉ।

ଅଧିକ ପଢ଼ନ୍ତୁ: 'ଚକ୍ର' ଦୁର୍ନୀତିର ଚକ୍ରବ୍ୟୁହ ଭାଙ୍ଗିଲା, ୮ ଦିନ ପରେ ଗିରଫ କଲା କ୍ରାଇମବ୍ରାଞ୍ଚ

Advertisment
Censorship Jatra Artist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ