Advertisment

Tollywood New Muse: ଦକ୍ଷିଣ ଓଡ଼ିଶା ମୁହାଁ ଟଲିଉଡ୍; ପୁଷ୍ପା-2 ପରେ ଏବେ କୋରାପୁଟ ତଳମାଳିରେ ଫିଲ୍ମ ସୁଟିଂ

କୋରାପୁଟରେ ସାଉଥ୍ ସିନେମା ସୁଟିଂ। ପୁଷ୍ପା-ଟୁ' ପରେ ଦକ୍ଷିଣ ଓଡ଼ିଶାରେ ଆଉ ଏକ ହାଇ ବଜେଟ୍ ତେଲଗୁ ଫିଲ୍ମର ମେକିଂ। କୋରାପୁଟ ଜିଲ୍ଲାରେ ଡେରା ପକାଇଛି ପୂରା ୟୁନିଟ୍।

undefined

Tollywood New Muse

Advertisment

ଟଲିଉଡ୍ ଫୋକସରେ ଦକ୍ଷିଣ ଓଡ଼ିଶା। ମାଲକାନଗିରି ପରେ କୋରାପୁଟରେ ଫିଲ୍ମ ସୁଟିଂ। ପ୍ରାକୃତିକ ସବୁଜିମାରେ ଭର୍ତ୍ତି ତଳମାଳିରେ ତିଆରି ଚାଲିଛି ଆଉ ଗୋଟିଏ ବିଗ୍ ବଜେଟ୍ ତେଲଗୁ ମୁଭି। ଯାହାର ନିର୍ମାଣ କରୁଛନ୍ତି ବାହୁବଳୀ ଫେମ୍ ଖ୍ୟାତନାମା ପ୍ରଯୋଜକ ତଥା ନିର୍ଦ୍ଦେଶକ ରାଜାମୌଲି। ସେ ନିଜର ଅପକମିଂ ଫିଲ୍ମ ପାଇଁ ସାଉଥ୍ ସୁପରଷ୍ଟାର ମହେଶ ବାବୁ ଓ ପୂରା ୟୁନିଟ୍ ସହ କୋରାପୁଟରେ ଡେରା ପକାଇଛନ୍ତି। ଖୁବଶୀଘ୍ର ଆସିବେ ପ୍ରିୟଙ୍କା ଚୋପ୍ରା।

Advertisment

ଦକ୍ଷିଣ ଓଡ଼ିଶା ମୁହାଁ ଟଲିଉଡ୍। କୋରାପୁଟରେ ସାଉଥ୍ ସିନେମା ସୁଟିଂ। ପୁଷ୍ପା-ଟୁ' ପରେ ଦକ୍ଷିଣ ଓଡ଼ିଶାରେ ଆଉ ଏକ ହାଇ ବଜେଟ୍ ତେଲଗୁ ଫିଲ୍ମର ମେକିଂ। କୋରାପୁଟ ଜିଲ୍ଲାରେ ଡେରା ପକାଇଛି ପୂରା ୟୁନିଟ୍। ବ୍ଲକ ବଷ୍ଟର ବାହୁବଳୀ ଓ RRR ଫିଲ୍ମ ନିର୍ଦ୍ଦେଶକ ରାଜାମୌଲିଙ୍କ ଅପ୍ କମିଂ ମୁଭିର ଚାଲିଛି ସୁଟିଂ। ଇଏ ହେଉଛି ତାର ସେଟଅପ୍। ପ୍ରଛଦ ପଟରେ ସୁଉଚ୍ଚ ପାହାଡ଼। ପାଦଦେଶରେ ଫିଲ୍ମ ସୁଟିଂ। ସେମିଳିଗୁଡାର ତଳମାଳି ପାହାଡରେ ଦେଖିବାକୁ ମିଳିଛି ଲାଇଟ୍, କ୍ୟାମେରା, ଆକ୍ସନ। ଗୁରୁବାରଠାରୁ ସୁଟିଂ ଆରମ୍ଭ ହୋଇଛି। ରାଜାମୌଲିଙ୍କ ସହ ସାଉଥ ସୁପରଷ୍ଟାର ମହେଶ ବାବୁ, ପୃଥ୍ବୀରାଜ ସୁକୁମାରନ କୋରାପୁଟରେ ଅଛନ୍ତି। ଖୁବଶୀଘ୍ର ୟୁନିଟରେ ସାମିଲ ହେବେ ବଲିଉଡ୍ ବିୟୁଟି ପ୍ରିୟଙ୍କା ଚୋପ୍ରା। ୫୦୦ ଜଣିଆ କ୍ରିଉ ମେମ୍ବରଙ୍କୁ ନେଇ ତଳମାଳିରେ ଆଗେଇ ଚାଲିଛି ଫିଲ୍ମ ସୁଟିଂ। ଏହାର ଟାଇଟଲ ସ୍ଥିର ହୋଇ ନଥିବା ବେଳେ ପ୍ରୋଜେକ୍ଟ ନାଁ ରଖାଯାଇଛି SSMB-29। ସେଟଅପ୍ ଲାଗିଥିବା ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। 

ଅଧିକ ପଢ଼ନ୍ତୁ: ଶେଷରେ ଦେଶକୁ ଫେରିବେ ଦେଶୀ ଗାର୍ଲ; କରିବେ ଏହି ସୁପର୍‌ଷ୍ଟାର୍‌ଙ୍କ ସହ ଭାରତୀୟ ଫିଲ୍ମ

Advertisment

କେବଳ ତଳମାଳି ହିଲ୍ ନୁହେଁ, ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିରେ ବି ରାଜାମୌଲିଙ୍କ ଏହି ଫିଲ୍ମ ସୁଟିଂ ହେବ। ମାର୍ଚ୍ଚ ୨୯ ଯାଏଁ କେବଳ କୋରାପୁଟ ଜିଲ୍ଲାରେ ଚାଲିବ ସିନେମା ତିଆରି। ଏଠାରେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ସବୁଜ ବନାନୀ। ପୁଣି ଘଞ୍ଚ ଜଙ୍ଗଲ ଓ ପାହାଡ଼ ବୁକୁ ଚିରି ଝରି ଆସୁଥିବା ଝରଣା ଭିତରେ ଫିଲ୍ମ ସୁଟିଂ। ସାଉଥ୍ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ଏଠାକୁ ଟାଣି ଆଣୁଛି। ସେହିପରି ସହଜରେ ମିଳି ଯାଉଛି ଫିଲ୍ମର ସ୍କ୍ରିପ୍ଟ ଓ ପିକଚରାଇଜେସନକୁ ମେଳ ଖାଇଲା ଭଳି ସ୍ପଟ୍। କୃତ୍ରିମ ସେଟ୍ ଅପ୍ ପରିବର୍ତ୍ତେ ପ୍ରାକୃତିକ ପରିବେଶରେ ସିନେମା କରିବାକୁ ବେଶୀ ପସନ୍ଦ କରୁଛନ୍ତି ପ୍ରଯୋଜକ। କୋରାପୁଟର ନୈସର୍ଗିକ ସୌନ୍ଦର୍ଯ୍ୟ ଆଗରେ ଫିକା ପଡିଯାଉଛି ଭିଜୁଆଲ୍ ଇଫେକ୍ଟ ବା ଭିଏଫଏକ୍ସ। ଫିଲ୍ମ ସୁଟିଂ ଦ୍ବାରା ଦେଶର ପର୍ଯ୍ୟଟନ ମାନଚିତ୍ରରେ କୋରାପୁଟର ପରିଚୟ ଆହୁରି ବ୍ୟାପକ ହେବ। ରୋଜଗାରକ୍ଷମ ବି ହେବେ ସ୍ଥାନୀୟ ଲୋକ। 

ପୂର୍ବରୁ କୋରାପୁଟ ଜିଲ୍ଲାରେ ସୁଟିଂ ହୋଇଥିଲା ଅନୁଷ୍କା ସେଟ୍ଟୀଙ୍କ ଫିଲ୍ମ ଘାଟି। ସେହିପରି ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-2ର ସୁଟିଂ ହୋଇଥିଲା ମାଲକାନଗିରିର ଘଞ୍ଚ ଜଙ୍ଗଲରେ। ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ଦକ୍ଷିଣ ଓଡ଼ିଶା ମୁହାଁ ହୋଇଥିବା ବେଳେ ଆଗକୁ ଅଧିକ ଫିଲ୍ମ ସୁଟିଂ ହେବା ସମ୍ଭାବନା ଦେଖାଦେଇଛି।

Advertisment

ଅଧିକ ପଢ଼ନ୍ତୁ: ଦେଶୀ ଗର୍ଲଙ୍କ ସିକ୍ରେଟ୍‌କୁ ପର୍ଦାଫାଶ କରିଦେଲେ ମା’; ଜାଣନ୍ତୁ କ’ଣ କହିଲେ

Malkangiri Tollywood Southern Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ