Sonu Sood got into legal trouble
କୋଭିଡ-୧୯ ସମୟରେ ତାଙ୍କ ମହତ କାମ ପାଇଁ ପ୍ରଶଂସିତ ହୋଇଥିବା ସୋନୁ ସୁଦ ଏବେ ଏକ ଭୁଲ କାମ ଯୋଗୁଁ ସମାଲୋଚନାର ଶିକାର ହେଉଛନ୍ତି। ସୋନୁ ସଡକ ସୁରକ୍ଷା ଆଇନ ଉଲଂଘନ କରି ହରଡଘଣାରେ ପଡିଛନ୍ତି। ତାଙ୍କ ଉପରେ ଆଇନ ଛାଟ ପଡିଛି। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ତାଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି।
ହିମାଚଳ ପ୍ରଦେଶର ସ୍ପିତି ଘାଟିରେ ସୋନୁ ସୁଦଙ୍କୁ ହେଲ୍ମେଟ୍ କିମ୍ବା ସୁରକ୍ଷା ଗିଅର ବିନା ବାଇକ୍ ଚଲାଉଥିବାର ଦେଖାଯାଇଛି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହା ପରେ ସୋନୁ ସୁଦଙ୍କୁ ସମାଲୋଚନା କରାଯାଉଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ସୋନୁ ସୁଦ ପୂର୍ବରୁ ସଡ଼କ ସୁରକ୍ଷା ଏବଂ ଦାୟିତ୍ୱ ବିଷୟରେ କହୁଥିଲେ।
ଭାଇରାଲ୍ ଭିଡିଓରେ, ସୋନୁ ସୁଦ ବିନା ସାର୍ଟରେ ଖାଲି ଦେହରେ ବାଇକ୍ ଚଲାଉଥିବାର ଦେଖାଯାଏ। ଅଭିନେତା, ସନ୍ଗ୍ଲାସ୍ ପିନ୍ଧି, ଏକ ଟିମ୍ ସହିତ ବରଫ ଆଚ୍ଛାଦିତ ଘାଟିରେ ବାଇକ୍ ଚଲାଉଥିବାର ଦେଖାଯାଉଛନ୍ତି। ଏହି କ୍ଲିପ୍ଟିକୁ 'ରାଇଡ୍ ୱିଥ୍ ଭିକ୍ଟର' ନାମକ ଏକ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଶେୟାର କରାଯାଇଛି।
ଅଧିକ ପଢ଼ନ୍ତୁ:ମୋଦିଙ୍କ ନେକ୍ଲେସ୍ ପିନ୍ଧି କାନ୍ସରେ ଚକ୍ମା ଦେଖାଇଲେ ଭାରତୀୟ ମଡେଲ୍; ରାତାରାତି ଭାଇରାଲ୍
ଏହି ପେଜ୍ରେ ଶେୟାର ହୋଇଥିବା ଆଉ ଏକ ଭିଡିଓରେ, ସୋନୁ ସୁଦ ହେଲ୍ମେଟ୍ ଏବଂ ସୁରକ୍ଷା ଗିଅର ପିନ୍ଧିଥିବାର ଦେଖାଯାଏ। କିନ୍ତୁ, ଯେଉଁ ଭିଡିଓରେ ସେ ବିନା ହେଲ୍ମେଟ୍ରେ ଦେଖାଯାଇଛନ୍ତି, ତାହା ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପାଇବା ଆରମ୍ଭ କରିଛି।
ସୋସିଆଲ୍ ମିଡିଆରେ X ରେ ମଧ୍ୟ ଏହି ଭିଡିଓ ଭାଇରାଲ୍ ହେଉଛି। ଜଣେ ଲେଖିଛନ୍ତି, "ତେବେ ହିମାଚଳ ପୋଲିସ ବିନା ହେଲ୍ମେଟ୍ରେ ବାଇକ୍ ଚଲାଇବା ନେଇ ସୋନୁ ସୁଦଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ? କୌଣସି ସୁରକ୍ଷା ସାମଗ୍ରୀ ନାହିଁ, ପୋଷାକ ନାହିଁ। ସେମାନେ କ'ଣ ପ୍ରଚାର କରିବାକୁ ଚେଷ୍ଟା କରୁଛନ୍ତି ତାହା ଭଗବାନ ଜାଣନ୍ତି। ସେଲିବ୍ରିଟିମାନେ କ’ଣ ଆଇନର ଊର୍ଦ୍ଧ୍ୱରେ?"
ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, "ସେ ତାଙ୍କର ଫ୍ଲପ୍ କ୍ୟାରିୟରକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛନ୍ତି, ଏହା ତାଙ୍କର OF ଆକାଉଣ୍ଟ ଖୋଲିବା ପୂର୍ବରୁ ଟ୍ରେଲର୍? କି ମୂର୍ଖତାପୂର୍ଣ୍ଣ କାମ। ସେ ଧ୍ୟାନ ଆକର୍ଷଣ କରିବା ପାଇଁ ଏହା କରୁଛନ୍ତି।”
ଆଉ ଜଣେ ଲେଖିଛନ୍ତି, "ଏହା ଲୋକଙ୍କ ଧ୍ୟାନ ଆକର୍ଷଣ କରିବାର ଏକ ଖୁବ୍ ଅସଭ୍ୟ ଏବଂ ବେକାର ଉପାୟ।"
ଲାହୌଲ-ସ୍ପିତି ପୋଲିସ Xରେ ଏକ ସରକାରୀ ପୋଷ୍ଟରେ କହିଛି ଯେ ସେମାନେ ଭାଇରାଲ ଭିଡିଓର ତଦନ୍ତ କରୁଛନ୍ତି। ବିବୃତ୍ତିରେ କୁହାଯାଇଛି, "ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ବଲିଉଡ୍ ଅଭିନେତା ଲାହୌଲ-ସ୍ପିତିରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବାର ଦେଖାଯାଉଛି।"
ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଭିଡିଓଟି ୨୦୨୩ ମସିହାର ବୋଲି ମନେହେଉଛି। ଏହାର ସତ୍ୟତା ଯାଞ୍ଚ କରିବାର ଦାୟିତ୍ୱ ଡିଏସ୍ପି ମୁଖ୍ୟାଳୟ, କାଇଲଙ୍ଗକୁ ଦିଆଯାଇଛି।" ଆହୁରି ମଧ୍ୟ କୁହାଯାଇଛି, "ଆଇନ ଅନୁଯାୟୀ ଯାହା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ତାହା ଜିଲ୍ଲା ପୋଲିସ ଗ୍ରହଣ କରିବ। ଜିଲ୍ଲା ପୋଲିସ ଲାହୌଲ-ସ୍ପିତି ସମସ୍ତ ନାଗରିକ ଏବଂ ପର୍ଯ୍ୟଟକଙ୍କୁ ଟ୍ରାଫିକ ନିୟମ ପାଳନ କରିବା ଏବଂ ଶୃଙ୍ଖଳିତ ଏବଂ ଦାୟିତ୍ୱପୂର୍ଣ୍ଣ ଆଚରଣ ଗ୍ରହଣ କରିବାକୁ ନିବେଦନ କରୁଛି।"
ପ୍ରକାଶଥାଉ ଯେ ସୋନୁ ସୁଦ କିଛି ଦିନ ପୂର୍ବରୁ ଏକ ସଡ଼କ ସୁରକ୍ଷା ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଏଥିରେ ସେ ଲୋକମାନଙ୍କୁ ସର୍ବଦା ହେଲ୍ମେଟ୍ ପିନ୍ଧିବା ଏବଂ ଟ୍ରାଫିକ୍ ନିୟମ ପାଳନ କରିବାକୁ ଅନୁରୋଧ କରିଥିଲେ। ତେବେ ଏହି ଭାଇରାଲ୍ ଭିଡିଓ ବିବାଦ ଉପରେ ସେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748336859.jpg)