Advertisment

ସୋନୁଙ୍କ ବର୍ଥ ଡେ ଉଇସ୍,’ହସପିଟାଲରେ ୧୦୦୦ ବେଡ୍ ଓ ଛାତ୍ରଙ୍କୁ ବୃତ୍ତି ମିଳିବା ଦରକାର’

ବଲିଉଡ ଅଭିନେତା ସୋନୁ ସୁଦ୍ ଏବେ ଗରିବ ଓ ଅସହାୟ ମଣିଷଙ୍କ ପାଇଁ ଦେବଦୂତ ସାଜିଛନ୍ତି । ନିଜ ଜନ୍ମଦିନ ଅବସରରେ ମନ କଥା ଜାହିର କରି ତାଙ୍କ ଫ୍ୟାନ୍ସ ମାନଙ୍କ ନିକଟରେ ସେ ଆହୁରି ପ୍ରଂଶସାର ପାତ୍ର ପାଲଟି ଯାଇଛନ୍ତି ।

ଅଦ୍ୟତନ ହୋଇଛି
ସୋନୁଙ୍କ ବର୍ଥ ଡେ ଉଇସ୍,’ହସପିଟାଲରେ ୧୦୦୦ ବେଡ୍ ଓ ଛାତ୍ରଙ୍କୁ ବୃତ୍ତି ମିଳିବା ଦରକାର’

sonu sood

Advertisment

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କର ଆଜି ଜନ୍ମଦିନ । ସୋନୁ ଭଲ ଅଭିନୟ କରି ରିଲ୍ ହିରୋ ପାଲଟିଥିବା ବେଳେ ନିଜର ଭଲ କାମ ଓ ଗରିବଙ୍କୁ ସାହାଯ୍ୟ କରି ରିଅଲ ହିରୋ ପାଲଟି ଯାଇଛନ୍ତି । କରୋନା ସମୟରେ ବିଭିନ୍ନ ଉପାୟରେ ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ସାହାଯ୍ୟ କରିଥିଲେ ସୋନୁ । ଆଜି ତାଙ୍କ ଜନ୍ମଦିନରେ ମଧ୍ୟ ତାଙ୍କର ବଡ ହୃଦୟକୁ ପରିଚୟ ଦେଇଛନ୍ତି।  ତାଙ୍କ ଜନ୍ମଦିନ ଅବସରରେ ସୋନୁ ସୁଦ ତାଙ୍କ ହୃଦୟରେ ଏପରି ଏକ କଥା ସେୟାର କରିଛନ୍ତି ଯେ, ଯାହାକୁ ଫ୍ୟାନ୍ସମାନେ ବେଶ ପ୍ରଶଂସା କରିଛନ୍ତି  ।

Advertisment

ତାଙ୍କ ଜନ୍ମଦିନ ଅବସରରେ ସୋନୁ ସୁଦ୍ ଛାତ୍ରମାନଙ୍କ ପାଇଁ ଛାତ୍ରବୃତ୍ତି ଏବଂ ରୋଗୀମାନଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଆଗାମୀ ଜନ୍ମଦିନ ସୁଦ୍ଧା ହସ୍ପିଟାଲରେ ଅତି କମରେ ୧୦୦୦-୧୫୦୦ ଶଯ୍ୟା ଏବଂ ଛାତ୍ରମାନଙ୍କ ପାଇଁ ଦଶ ଗୁଣ ଅଧିକ ଛାତ୍ରବୃତ୍ତି ବ୍ୟବସ୍ଥା କରିବି ବୋଲି ଆଶା ପ୍ରକାଶ କରିଛନ୍ତି ସୋନୁ।

Advertisment

ସୋନୁ କହିଛନ୍ତି ଯେ 'ଏହା ଏକ ବଡ କଥା, ମୋର ପ୍ରଶଂସକ ଏବଂ ଦେଶର ଲୋକମାନଙ୍କ ଭଲ ପାଇବା ଦେଖି ମୁଁ ବହୁତ ଖୁସି । ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ଯେଉଁ ଅଭିଯାନ ଆରମ୍ଭ କରିଛି ତାହା କେବଳ  ଗାଁ ବା ରାଜ୍ୟରେ ସୀମିତ ନୁହେଁ। ବରଂ ସମଗ୍ର ଦେଶ ପାଇଁ ସାହାଯ୍ୟ କରିବାକୁ ଚାହୁଁଛି । ନିକଟରେ ହିନ୍ଦୁସ୍ଥାନ ଟାଇମ୍ସର ଏକ  ସାକ୍ଷାତକାରରେ ସୋନୁ କହଥିଲେ ଯେ, ଆଗାମୀ ବର୍ଷରେ ମୁଁ ଦେଶରେ ସମସ୍ତଙ୍କ ପାଇଁ ଶିକ୍ଷା ମୁକ୍ତ କରିବାକୁ ଚାହୁଁଛି । ଏହାଛଡ଼ା ସୋନୁ କହିଛନ୍ତି କି ମୋତେ ବିଭିନ୍ନ ରାଜ୍ୟରୁ କଲ୍ ଆସୁଛି ଏବଂ ମୋ ଜନ୍ମଦିନରେ ୭ରୁ ୮ ଜଣ ଲୋକ ବାଇକରେ ମୁମ୍ବାଇ ଆସୁଛନ୍ତି । ଲୋକଙ୍କୁ ସାହାଯ୍ୟ କରିବା ଓ ତାଙ୍କ ପାଖରେ ପହଞ୍ଚିବା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ସୋନୁ କହିଛନ୍ତି ।

Sonu Sood Mumbai Bollywood News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ