Advertisment

ଗଣେଶ ପୂଜାକୁ ଆହୁରି ଜମେଇ ଦେବ ବଲିଉଡ୍‌ର ଏହି ଗୀତ

ଗଣେଶ ପୂଜାରେ ଆଜି ଉତ୍ସବମୁଖର ହୋଇପଡିଛି ସାରା ଭାରତ। ସମସ୍ତଙ୍କ ମନରେ ଖୁସିର ମାହୋଲ୍। ବଲିଉଡ୍‌ରେ ଏମିତି କିଛି ଗୀତ ଅଛି ଯାହା ଏହି ମାହୋଲ୍‌କୁ ଆହୁରି ଦ୍ୱିଗୁଣିତ କରିଦେବେ। ଜାଣନ୍ତୁ ସେହି ଗୀତଗୁଡିକ କ’ଣ।

ଅଦ୍ୟତନ ହୋଇଛି
Song on lord Ganesh

Song on lord Ganesh

Advertisment

ଆଜି ଗଣେଶ ଚତୁର୍ଥୀ। ବର୍ଷର ଅନ୍ୟତମ ପ୍ରସିଦ୍ଧ ପର୍ବ। ଏହାକୁ ଭାରତର ସବୁ ପ୍ରାନ୍ତରେ ଧୂମଧାମ୍‌ରେ ପାଳନ କରାଯାଉଥିଲେ ବି ମହାରାଷ୍ଟ୍ରରେ ଏହା ହେଉଛି ଏକ ବଡ ପର୍ବ। ଏବେ ଏହା ଆଉ କେବଳ ମହାରାଷ୍ଟ୍ରରେ ସୀମିତ ରହି ନାହିଁ। ଏହା ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଅନେକ ରାଜ୍ୟକୁ ବିସ୍ତାର କରିଛି। ଏହି ପର୍ବ ବେଳେ ମାହୋଲ ପୂରା ଭିନ୍ନ ହେବା ସହ ଚାରିଆଡେ ଆନନ୍ଦ ଓ ଉତ୍ସାହ ଖେଳିଯାଏ।

Advertisment

ଏହି ପର୍ବରେ ସଙ୍ଗୀତ ଏବଂ ନୃତ୍ୟ ଏକ ବିଶେଷ ଭୂମିକା ନେଇଥାଏ। ଭଗବାନ ଗଣେଶଙ୍କୁ ସ୍ୱାଗତ କରିବା ହେଉ କି ତାଙ୍କର ବିଦାୟ ବେଳେ ଉଭୟ ନାଚ-ଗୀତର ଚମତ୍କାର ହାବଭାବ ଦେଖିବାକୁ ମିଳେ।

ବଲିଉଡ୍‌ ମଧ୍ୟ ଗଣେଶଙ୍କୁ ନେଇ ଅନେକ ଭଲ ଓ ଉତ୍ସାହୀ ଗୀତ ତିଆରି କରିଛି ଭେଟି ଦେଇଛି। ଏଠାରେ ଆମେ ଆପଣଙ୍କୁ ଗଣେଶ ପୂଜାକୁ ଅବସରରେ ୫ଟି ବଲିଉଡ ଗୀତ ବିଷୟରେ କହିବା, ଯାହା ଆପଣଙ୍କ ପୂଜାର ମାହୋଲକୁ ଆହୁରି ରଙ୍ଗିନ କରିଦେବ।

Advertisment

ଦେବା ଶ୍ରୀ ଗଣେଶା :

'ଅଗ୍ନିପଥ'ର ଏହି ଗୀତର ଆକର୍ଷଣ ହେଉଛି ହ୍ରିତିକ ରୋଶନଙ୍କ ନାଚ। ଅଜୟ-ଅତୁଲଙ୍କ ମ୍ୟୁଜିକ୍ ଏବଂ ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ସଂଗୀତରେ ସଜ୍ଜା ଏହି ଗୀତ ଆପଣଙ୍କ ହୃଦୟକୁ ଉତ୍ସାହରେ ଭରିଦେବ।

ମୌର୍ଯ୍ୟ ରେ :

ଏହି ଗୀତଟି ଶାହାରୁଖ ଖାନଙ୍କ ଆକ୍ସନ୍ ଫିଲ୍ମ 'ଡନ୍ ୨'ରୁ ଆସିଛି। ଏହି ଗୀତରେ ଶାହାରୁଖ ଖାନଙ୍କ ଫିଲିଙ୍ଗ୍‌ ଓ ଉତ୍ସାହ ଲୋକଙ୍କ ମନରେ ଜୋଶ୍ ଭରିଦିଏ। ଶଙ୍କର ମହାଦେବନଙ୍କ ଏହି ଗଣପତି ବିସର୍ଜନ ଗୀତ ବରିଷ୍ଠ ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା ଲିଖିତ। ଏଥିରେ ଶାହାରୁଖ ମୁମ୍ବାଇ ରାସ୍ତାରେ ନାଚୁଥିବା ଦେଖିବାକୁ ମିଳେ।

Advertisment

ବପ୍ପା :

ଫିଲ୍ମ 'ବେଞ୍ଜୋ'ର ‘ବାପ୍ପା’ ଗୀତ ସମସ୍ତଙ୍କ ହୃଦୟକୁ ସିଧା ଛୁଇଁବ। ଏଥିରେ ରିତେଶ ଦେଶମୁଖ ତାଙ୍କ ହାତରେ ଭଗବାନ ଶଣେଶଙ୍କ ଏକ 'ଟାଟୁ' କରିଛନ୍ତି। ବିଶାଲ ଦଦଲାନୀ ଏହି ଗୀତ ଗାଇଛନ୍ତି ଏବଂ ରଚନା କରିଛନ୍ତି। ଏହି ଗୀତ ଆପଣଙ୍କୁ ନନ୍ ଷ୍ଟପ୍ ନାଚିବା ପାଇଁ ବାଧ୍ୟ କରିବ।

ଆଲା ରେ ଆଲା ଗଣେଶା :

ଫିଲ୍ମ 'ଡାଡୀ' ର ଏହି ଗୀତ ଗଣେଶ ପୂଜା ପାଇଁ ସର୍ବୋତ୍ତମ ପସନ୍ଦ। ଗଣେଶ ପୂଜା ଅବସରରେ ଏହା ଆପଣଙ୍କୁ ସାହସ ଏବଂ ଶାନ୍ତି ପ୍ରଦାନ କରିବ।

ସଡ୍‌ଡା ଦିଲ୍ ଭି ତୁ :

ଫିଲ୍ମ 'ABCD' ର ଏହି ଗୀତ ଗଣେଶଙ୍କ ଉପରେ ଆଧାରିତ ଏକ ସମସାମୟିକ ସ୍ପିନ୍ ଟ୍ୟୁନ୍। ଏହି ଗୀତ ଉଭୟ ପଞ୍ଜାବୀ ଏବଂ ହିନ୍ଦୀ ଲୋକଙ୍କୁ ସଂଯୋଗ କରେ। ଗଣେଶ ପୂଜା ଅବସରରେ ଏହି ଗୀତରେ ନାଚି ଆପଣ ଖୁବ ଉତ୍ସାହିତ ହୋଇପାରିବେ।

Bollywood Ganesh Puja Celebration Ganesh Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ