Advertisment

Sonali Panda Marital Controversy: ମୁହଁ ଖୋଲିଲେ ଯାତ୍ରା ଅଭିନେତ୍ରୀ ସୋନାଲି; କହିଲେ...

ମୁଁ ସେହି ଲାଇଫକୁ ଆଉ ଫେରିବାର ନାହିଁ। ମୁଁ ତାଙ୍କୁ ଚିହ୍ନି ନାହିଁକି ଜାଣି ନାହିଁ।୧୨ ବର୍ଷ ହେଲା ଆମ ଭିତରେ କିଛି ସଂପର୍କ ନାହିଁ ବୋଲି ସୋନାଲି କହିଛନ୍ତି।

ଅଦ୍ୟତନ ହୋଇଛି
sonali Panda

sonali Panda

Advertisment

ଯାତ୍ରାରେ ଚାଲିଛି ଯାତେରା। ପ୍ରଥମେ ପୀୟୂଷ ତା’ ପରେ ନରି ପଣ୍ଡା ଏବେ ସାମ୍ନାକୁ ଆସିଛନ୍ତି ସୋନାଲି ପଣ୍ଡା। ସୋନାଲି ନିଜର ୧୦ ବର୍ଷର ପୁଅ ଓ ସ୍ୱାମୀଙ୍କୁ ଛାଡ଼ି ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁଙ୍କ ସାଙ୍ଗରେ ରହୁଥିବା ଅଭିଯୋଗ ହୋଇଛି। ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ସୋନାଲିଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର। 

Advertisment

ଅଧିକ ପଢ଼ନ୍ତୁ: ମା’ ତୁ ଜନ୍ମ ଦେଇଛୁ ସତ... ହେଲେ ମୁଁ କର୍ମ ଓ ଭାଗ୍ୟକୁ ନେଇ ବଞ୍ଚୁଛି ଲୋ

ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ସୋନାଲି।  ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର ସହ ରହିବେ ନାହିଁ ବୋଲି ରୋକଠୋକ ମନା କରିଦେଇଛନ୍ତି। ସେ ଖୁସିରେ ଅଛନ୍ତି, ସେ ଆଉ ଶ୍ରୀକ୍ଷେତ୍ରଙ୍କ ଲାଇଫକୁ ଫେରିବେ ନାହିଁ ବୋଲି ଶୁଣାଇ ଦେଇଛନ୍ତି। ୧୨ ବର୍ଷ ହେଲା କୁଆଡେ ଯାଇଥିଲ ବୋଲି ନିଜ ସ୍ୱାମୀଙ୍କୁ ଓଲଟା ପ୍ରଶ୍ନ କରିଛନ୍ତି? ଏଥିସହ ତାଙ୍କୁ ବଦନାମ କରିବା ପାଇଁ ଏପରି କରାଯାଉଥିବା ସେ କହିଛନ୍ତି।

Advertisment

ସୋନାଲି କହିଛନ୍ତି, ଆମର ବିବାହ ୨୦୧୩ରେ ହୋଇଥିଲା। ଆମର ପ୍ରେମ ବିବାହ ବିବାହ ହୋଇଥିଲା। ସେ ମୋତେ ବିବାହ ପୂର୍ବରୁ ବହୁତ ମିଛ କହିଥିଲେ। ବିବାହ ପରେ ଅନ୍ୟ ଝିଅଙ୍କ ତାଙ୍କର ସଂପର୍କ ଥିଲା। ମୁଁ ଏହାକୁ ପ୍ରତିବାଦ କରିବାରୁ ସେ ମୋତେ ମାରଧର କଲେ। ଏଥିପାଇଁ ଆମ ଭିତରେ ଝଗଡ଼ାଝାଣ୍ଟି ହୋଇଥିଲା।

ତା’ପରେ ମୋତେ ଯାତ୍ରା ପାର୍ଟିକୁ ଆଣିଥିଲେ। ମୋତେ ଯାତ୍ରା ପାର୍ଟି ବିଷୟରେ କିଛି ଜଣାନଥିଲା। ସେଠି ମଧ୍ୟ ସେ ବହୁତ ଝିଅଙ୍କ ସହ କଥା ହୋଇଥିଲେ। ମୁଁ ବାରଣ କଲେ ମଧ୍ୟ ସେ କଥା ଶୁଣିନଥିଲେ। ତା’ପରେ ସେ ଯାତ୍ରା ପାର୍ଟି ଛାଡ଼ି ପଳାଇଲେ। ସେତେବେଳେ ମୋ ପାଖରେ କେହି ବି ସାହା ଭରସା ନଥିଲେ। ମୁଁ ବାବା, ମା’ଙ୍କୁ ଛାଡ଼ି ତାଙ୍କ ଭରସାରେ ପଳାଇଆସିଥିଲି। ସେ ମୋତେ ଛାଡ଼ି ପଳାଇଲେ।

Advertisment

ତା’ପରେ ସେ ମୋ ଫୋନ୍ ଉଠାଇଲେ ନାହିଁ, ମୋ ସହିତ କୌଣସି ସଂପର୍କ ରଖିନଥିଲେ। ତା’ପରେ ଶୁଣିବାକୁ ପାଇଲି ଯେ ଦ୍ୱିତୀୟ ବିବାହ କରିଛନ୍ତି। ଏହାପରେ ମୁଁ ଫୋନ୍ କରିବାରୁ ତାଙ୍କର ଦ୍ୱିତୀୟ ସ୍ତ୍ରୀ ମୋତେ ବହୁତ ଗାଳିଗୁଲଜ କରିଥିଲେ। ମୋ ସ୍ୱାମୀଙ୍କୁ ଫୋନ୍ କରିବ ନାହିଁ ବୋଲି କହିଥିଲା। ତୁମେ ତୁମ ଲାଇଫରେ ଖୁସିରେ ରୁହ। ମୁଁ ସେବେଠୁ ମୋ ଜୀବନରେ ଖୁସିରେ ଅଛି। ମୋ ବାବା ମା’ଙ୍କ ସାଙ୍ଗରେ ଅଛି। ମୁଁ ସେହି ଲାଇଫକୁ ଫେରିବାର ନାହିଁ। ମୁଁ ତାଙ୍କୁ ଚିହ୍ନି ନାହିଁକି ଜାଣି ନାହିଁ।୧୨ ବର୍ଷ ହେଲା ଆମ ଭିତରେ କିଛି ସଂପର୍କ ନାହିଁ।

ସୋନାଲି ଆହୁରି କହିଛନ୍ତି, ସେ ଜିନିଷ ୧୨ ବର୍ଷ ହେବ ମୋ ମୁଣ୍ଡରୁ ହଟାଇଦେଇଛି। ମୁଁ ସେହି ବାବଦରେ କିଛି କହିବାକୁ ଚାହେଁ ନାହିଁ। ବର୍ତ୍ତମାନ ସୋସିଆଲ ମିଡିଆରେ ମୋ ନାଁରେ ବଦନାମ କରାଯାଉଛି। ଦୀର୍ଘ ୧୨ ବର୍ଷ ହେଲା ଥିଲେ କେଉଁଠି? ଏବେ ସୋସିଆଲ ମିଡିଆକୁ ଆସୁଛନ୍ତି। ଏବେ ଭଲ ରୋଜଗାର କରୁଛି ବାପା ମାଆଙ୍କ କଥା ବୁଝୁଛି।

ସୋନାଲି ନିଜ ପୁଅ ବିଷୟରେ କହିଛନ୍ତି, ମୁଁ ସେହି ଛୋଟ ଛୁଆକୁ ଆଣିବାକୁ ବହୁତ ଚେଷ୍ଟା କରିଛି, ହେଲେ ସେହି ଛୁଆକୁ ତାର ଘର ଲୋକ ଦେଖା କରିବାକୁ ଦେଇନାହାନ୍ତି।

ନାଣ୍ଡୁ ବାବୁ ସୋନାଲିଙ୍କୁ ଅଟକ ରଖିବା ବିଷୟରେ ସେ କହିଛନ୍ତି, କେହି ମୋତେ ଅଟକ ରଖି ନାହାନ୍ତି, ସେ ମୋ ମାଲିକ , ମୁଁ ଜଣେ କର୍ମଚାରୀ। ମୁଁ କାମ କରୁଛି, ଠିକ୍ ସମୟରେ ପଇସା ପାଉଛି। ସେ ଜଣେ ଭଗବାନ ଭଳିଆ ଲୋକ। ତାଙ୍କ ସହ ମୋର ଲେନଦେନ ନାହିଁ। ଏହି ଅନୁଷ୍ଠାନ ମୋତେ ଭଲ ଲାଗୁଛି, ସେଥିପାଇଁ ୧୨ ବର୍ଷ ହେଲା ଅଛି। ଯଦି ଏହି ଅନୁଷ୍ଠାନ ଭଲ ନ ଲାଗିବ ମୁଁ ଆଉ କେଉଁଠିକି ଯାଇପାରିବି। ମୋ ବାପାମା’ ଭାଇଭଉଣୀଙ୍କ ପାଖରେ ଭଲରେ ରହିଛି। ମୋତେ ବଦନାମ କରିବା ପାଇଁ ଏପରି କରାଯାଉଛି ବୋଲି ସୋନାଲି କହିଛନ୍ତି।

ଅଧିକ ପଢ଼ନ୍ତୁ:ଏକାଠି ହେବେ ଯାତ୍ରା କଳାକାର ସଂଘ ! କେବେ ପଡ଼ିବ ଯବନିକା?

Jatra Artist Jollywood Actors Jollywood Updates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ