Advertisment

Jatadhara Teaser:‘ଜଟାଧାରା’ର ଟିଜର ରିଲିଜ, ଫ୍ୟାନ୍ସ କହୁଛନ୍ତି ଫାଷ୍ଟ୍ ଡେ ଫାଷ୍ଟ୍ ସୋ ନିଶ୍ଚୟ

ଟିଜରରେ ସୋନାକ୍ଷୀ ଏକ ଆକର୍ଷଣୀୟ ଅବତାରରେ ଦେଖାଯାଉଛନ୍ତି। ଗହଣା, ଗାଢ଼ କାଜଳରେ ସଜା ଆଖି, ଲାଲ ବିନ୍ଦି ଓ ମଥାରେ ତିଲକ ସହିତ ଅଭିନେତ୍ରୀଙ୍କର ରୌଦ୍ର ରୂପ ଦେଖାଯାଉଛି।

ଅଦ୍ୟତନ ହୋଇଛି
Jatadhara Teaser

Jatadhara Teaser

Advertisment

ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କର ତେଲୁଗୁ ଡେବ୍ୟୁ ସୁପରନାଚୁରାଲ ଆକ୍ସନ ଥ୍ରିଲର ଫିଲ୍ମ ‘ଜଟାଧାରା’ର ଟିଜର ଶୁକ୍ରବାର ରିଲିଜ ହୋଇଛି । ଏଥିରେ ସୋନାକ୍ଷୀଙ୍କର ଆକର୍ଷଣୀୟ ଲୁକ୍ ସମସ୍ତଙ୍କୁ ଆକୃଷ୍ଟ କରୁଛି। ସୋନାକ୍ଷୀ ଟିଜରଟିକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ କ୍ୟାପସନରେ ଲେଖିଛନ୍ତି, “ବଳିଦାନରୁ ଜନ୍ମ ନେଇଥିବା ଏକ ନାୟକ ଓ ଲୋଭରୁ ଉତ୍ପନ୍ନ ଅନ୍ଧକାର, ସଂଘର୍ଷର ଆରମ୍ଭ ହୋଇଛି ।

Advertisment

ଟିଜରରେ ସୋନାକ୍ଷୀ ଏକ ଆକର୍ଷଣୀୟ ଅବତାରରେ ଦେଖାଯାଉଛନ୍ତି। ଗହଣା, ଗାଢ଼ କାଜଳରେ ସଜା ଆଖି, ଲାଲ ବିନ୍ଦି ଓ ମଥାରେ ତିଲକ ସହିତ ଅଭିନେତ୍ରୀଙ୍କର ରୌଦ୍ର ରୂପ ଦେଖାଯାଉଛି।

ଏହି ଫିଲ୍ମରେ ସୁଧୀର ବାବୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଟିଜରରେ ସୁଧୀର ଓ ସୋନାକ୍ଷୀ ପରସ୍ପର ସହ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଛି । ଭେଙ୍କଟ କଲ୍ୟାଣ ଓ ଅଭିଷେକ ଜୟସୱାଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଜଟାଧାରା’ ଆକ୍ସନ ଓ ସସପେନ୍ସରେ ଭରପୂର ଏକ ମନୋରଞ୍ଜକ ଫିଲ୍ମ।

Advertisment

ଫିଲ୍ମର ଟିଜର ଦର୍ଶକଙ୍କ ମନରେ ଉତ୍ସୁକତା ଆହୁରି ବଢ଼ାଇ ଦେଇଛି । ଏବେ ଦର୍ଶକମାନେ ଏହାର ଟ୍ରେଲରକୁ ଅପେକ୍ଷା କରିଛନ୍ତି। ଫିଲ୍ମଟି ଭାରତୀୟ ପୌରାଣିକ କାହାଣୀ ଉପରେ ଆଧାରିତ। ଫିଲ୍ମର କାହାଣୀର କିଛି ଝଲକ ଟ୍ରେଲରରେ ଦେଖିବାକୁ ମିଳିବ।

ଏହା ପୂର୍ବରୁ ନିର୍ମାତାମାନେ ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟର ଇନଷ୍ଟାଗ୍ରାମରେ ରିଲିଜ କରିଥିଲେ, ଯେଉଁଥିରେ ସୁଧୀର ବାବୁ ଓ ସୋନାକ୍ଷୀ ସିହ୍ନାଙ୍କର ଅଲୌକିକ ଅବତାର ଦେଖାଯାଇଥିଲା।

Advertisment

ଇନଷ୍ଟାଗ୍ରାମରେ ନିର୍ମାତାମାନେ ପୋଷ୍ଟର ଲୁକ୍ ପୋଷ୍ଟ କରି ଲେଖିଥିଲେ, “ଅପେକ୍ଷା ଶେଷ, ପୌରାଣିକତାର ଚମତ୍କାର ଦୃଶ୍ୟରେ ଭରପୂର ‘ଜଟାଧାରା’ର ସାକ୍ଷୀ ହୁଅନ୍ତୁ । ବର୍ଷର ଶେଷ ବେଳକୁ ଫିଲ୍ମଟି ରିଲିଜ ହେବ ।

Sonakshi Sinha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ