Advertisment

Kingdom Box Office Collection Day: କାମ କଲାନି ସୈୟାରା କ୍ରେଜ୍ , ଚମକିଲେ ବିଜୟ ଦେବରକୋଣ୍ଡା

ସନ୍ ଅଫ୍ ସରଦାର ୨ ଏବଂ ଧଡ଼କ ୨ ଦୁଇ ଦିନରେ ୧୫ କୋଟିରୁ କମ କଲେକ୍ସନ କରିଛନ୍ତି । ଯାହାକୁ କିଙ୍ଗଡ଼ମ ପ୍ରଥମ ଦିନରେ ହିଁ ଅତିକ୍ରମ କରିସାରିଥିଲା। ଯଦିଓ ହିଟ୍ ହେବା ପାଇଁ କିଙ୍ଗଡ଼ମକୁ ଏବେ ମଧ୍ୟ ୧୩୦ କୋଟିର କଲେକ୍ସନ କରିବାର ଅଛି

ଅଦ୍ୟତନ ହୋଇଛି
Kingdom

Kingdom

Advertisment

ବକ୍ସ ଅଫିସରେ ପ୍ରତି ଫ୍ରାଇଡେରେ ଫିଲ୍ମ ରିଲିଜ ହୁଏ । କିନ୍ତୁ ସୈୟାରା ରିଲିଜ ପରଠୁ ନୂଆ ଫିଲ୍ମ ଗୁଡ଼ିକ ନିଜର ଚମକ ହରାଇଛନ୍ତି । ଆହୁରି ଅନେକ ପ୍ରଡକ୍ସନ ହାଉସ ନିଜର ଫିଲ୍ମ ରିଲିଜକୁ ଘୁଞ୍ଚାଇଦେଇଛନ୍ତି । କିନ୍ତୁ ସାଉଥର ଏକ ଫିଲ୍ମ ଉପରେ ସୈୟାରାର କୌଣସି ପ୍ରଭାବ ଦେଖିବାକୁ ମିଳିନି ।

Advertisment

୧୮ ଜୁଲାଇରେ ରିଲିଜ୍ ହୋଇଥିବା ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଅଭିନୀତ ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ସୈୟାରା ଯୋଗୁଁ ସନ୍ ଅଫ୍ ସରଦାର ୨ ର ରିଲିଜ୍ ତାରିଖ ଆଗକୁ ବଢ଼ିଯାଇଥିଲା। ଯଦିଓ ଧଡ଼କ ୨କୁ କମ୍ ସ୍କ୍ରିନ୍ ମିଳିଛି। ତଥାପି ୧ ଅଗଷ୍ଟରେ ଏହି ଦୁଇଟି ଫିଲ୍ମ ରିଲିଜ୍ ହୋଇଯାଇଛି।

କିନ୍ତୁ ଏହି ଦୁଇ ଫିଲ୍ମ ସହ ଗୋଟିଏ ଦିନ ପୂର୍ବରୁ ରିଲିଜ୍ ହୋଇଥିବା ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ କିଙ୍ଗଡ଼ମ ବକ୍ସ ଅଫିସରେ ଜୋରଦାର ପ୍ରଦର୍ଶନ କରୁଛି। କିଙ୍ଗଡ଼ମ ପ୍ରଥମ ଦିନରେ ୧୮ କୋଟିର ଓପନିଙ୍ଗ କରିଥିଲା, ଯେଉଁଥିରେ ୧୭.୨୫ କୋଟି ତେଲୁଗୁରେ ଏବଂ ୭୫ ଲକ୍ଷ ତାମିଲ ଭାଷାରେ ଆୟ ହୋଇଥିଲା।

Advertisment

ଦ୍ୱିତୀୟ ଦିନରେ ଏହି ଅଙ୍କ ୭.୫ କୋଟିରେ ପହଞ୍ଚିଥିଲା, ଯେଉଁଥିରେ ତେଲୁଗୁରେ ୭ କୋଟି ଏବଂ ତାମିଲରେ ୫ ଲକ୍ଷ ଆୟ ହୋଇଥିଲା। ତୃତୀୟ ଦିନରେ କିଙ୍ଗଡ଼ମର କଲେକ୍ସନ ୮ କୋଟିରେ ପହଞ୍ଚିଛି, ଯାହା ପରେ ଭାରତରେ ଫିଲ୍ମର ମୋଟ ଆୟ ୩୩.୫୦ କୋଟି ହୋଇଛି। ବିଶ୍ୱବ୍ୟାପୀ ଫିଲ୍ମର କଲେକ୍ସନ ୫୦ କୋଟି ଅତିକ୍ରମ କରିଛି।

ସନ୍ ଅଫ୍ ସରଦାର ୨ ଏବଂ ଧଡ଼କ ୨ ଦୁଇ ଦିନରେ ୧୫ କୋଟିରୁ କମ କଲେକ୍ସନ କରିଛନ୍ତି । ଯାହାକୁ କିଙ୍ଗଡ଼ମ ପ୍ରଥମ ଦିନରେ ହିଁ ଅତିକ୍ରମ କରିସାରିଥିଲା। ଯଦିଓ ହିଟ୍ ହେବା ପାଇଁ କିଙ୍ଗଡ଼ମକୁ ଏବେ ମଧ୍ୟ ୧୩୦ କୋଟିର କଲେକ୍ସନ କରିବାର ଅଛି । କିଙ୍ଗଡ଼ମ’ର ନିର୍ଦ୍ଦେଶନା ଗୌତମ ତିନ୍ନାନୁରୀ କରିଛନ୍ତି। ଏଥିରେ ବିଜୟ ଦେବରକୋଣ୍ଡା ଜଣେ ଭାରତୀୟ ଗୁପ୍ତଚର ‘ସୁରୀ’ର ଭୂମିକାରେ ଅଭିନୟ କରୁଛନ୍ତି, ଯିଏ ଏକ ଗୁପ୍ତ ମିଶନରେ ଅଛନ୍ତି। ଫିଲ୍ମରେ ସତ୍ୟଦେବ ଏବଂ ଭାଗ୍ୟଶ୍ରୀ ବୋର୍ସେ ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି। ଫିଲ୍ମଟି ୩୧ ଜୁଲାଇରେ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ସିନେମା ହଲରେ ରିଲିଜ୍ ହୋଇସାରିଛି।

Advertisment
Vijay Deverakonda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ