Advertisment

ଜଗନ୍ନାଥ ଭଜନକୁ ଟାଣି ରାଜନୀତି କରୁଛନ୍ତି: ହ୍ୟୁମାନ ସାଗର

ଡେଙ୍ଗା ମୁଣ୍ଡରେ ଠେଙ୍ଗା। ଯିଏ ଅଧିକ ହାଇଲାଇଟ ଥାଏ, ଯିଏ ଉପରେ ଥାଏ, ତାକୁ ତଳକୁ କରିବା ପାଇଁ ତା ପଛରେ ବହୁତ ଲୋକ ଗୋଡ଼ାନ୍ତି।

ଅଦ୍ୟତନ ହୋଇଛି
Humane Sagar Interview

Humane Sagar Interview

Advertisment

ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ସେ ଏବେ ଖୁବ୍ ଚର୍ଚ୍ଚାରେ। ଜଗନ୍ନାଥ ଭଜନକୁ ନେଇ ତାଙ୍କ ପ୍ରତି ଯେଉଁ ଅଭିଯୋଗ ଓ ଆରୋପ ଆସିଥିଲା, ତାହାକୁ ଖଣ୍ଡନ କରିଛନ୍ତି ହ୍ୟୁମାନ। ଏହାକୁ ନେଇ ହ୍ୟୁମାନଙ୍କ କଣ ରହିଛି ମତ, ସାକ୍ଷାତକାରରେ କହିଛନ୍ତି:-

Advertisment

ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ କାହିଁକି ବାଧ୍ୟ କରାଗଲା?

ପ୍ରେମାନନ୍ଦ ସାର୍‌ଙ୍କ ସଂଗୀତ ନିର୍ଦ୍ଦେଶନାରେ ୫ ବର୍ଷ ଧରି ମୁଁ ଭଜନ ଗାଇଛି। ଯେକେହି ଚାହିଁଲେ ୟୁଟ୍ୟୁବ୍‌ ଦେଖିପାରିବେ। ଭଜନ ଗାଇବାର କୌଣସି ଅସୁବିଧା ନାହିଁ। ଭଲ କମ୍ପୋଜିସନ୍ ମିଳିଲେ ମୁଁ ଗାଉଛି, ଆଗକୁ ମଧ୍ୟ ଗାଇବି। ଜଗନ୍ନାଥଙ୍କ ଭଜନ ଗାଇବା ଷ୍ଟୋରୀ 5 ବର୍ଷ ଆଗରୁ ଲାଗିସାରିଲାଣି। ଏବେ କାହିଁକି ସେ ବିବାଦ ଉଠିଲା, ମୁଁ ଜାଣିନି। ଯେଉଁ ବ୍ୟକ୍ତି ବିବାଦ ଉଠାଇଥିବେ, ସେ ଜାଣିଥିବେ।

ଯେଉଁ ବିବାଦ ବ୍ୟକ୍ତି କଥା କହୁଛନ୍ତି, ସେ କହୁଛନ୍ତି ହ୍ୟୁମାନ ସାଗରର ପରିଚୟ ମୋ ଯୋଗୁଁ ହୋଇଛି।

Advertisment

ମୁଁ 2012ରେ ଯେବେ ଏଇ ଲାଇନକୁ ଆସିଲି। ତତେ ଗାଇଦେଲେ ପ୍ରେମ ହୋଇଯାଏରେ, ନିଶା ନିଶା ଏ କି ନିଶା ଲାଗେରେ, ଛାତିଟା ରଗଡ଼ିଦେଲା, ସେହି ଟାଇମରେ ଏମାନେ ଜନ୍ମ ହୋଇନଥିଲେ। ମୋ ଗୁରୁ ପ୍ରେମାନନ୍ଦ ସାର୍ ମୋତେ ଗଢିଛନ୍ତି। ସଂଘର୍ଷ କିପରି କରନ୍ତି, ସେ ମୋତେ ଶିଖାଇଛନ୍ତି। ମୋ ଗୀତକୁ ଦର୍ଶକମାନେ ଭଲପାଇବା ହିଁ ମୋତେ ହିଟ୍ କରିଛି।

କଟକରେ ପୁରାଇଦେବେନି ବୋଲି ହ୍ୟୁମାନ ସାଗର ଧମକ ଦେଇଛନ୍ତି। ଏହା କେତେ ଦୂରରୁ ସତ?

ସୋସିଆଲ ମିଡିଆରେ ମୋତେ ବେଜିତ୍ ହେବା ଭଲ ଲାଗେନି। ଅଭିମାନର ସହ କାହାକୁ କଣ କହିଦେଲେ, ତାହା କଣ ବାସ୍ତବରେ କରିଦିଅନ୍ତି। ସେମାନେ ସେହି ଭଳିଆ କାମ କଲେ, ସେମିତି କଥା ଶୁଣିଲେ। କିନ୍ତୁ ମୁଁ ଉଦ୍ଦେଶ୍ୟମୂଳକ ଭାବେ କିଛି କହିନି।

Advertisment

ଇଣ୍ଡଷ୍ଟ୍ରି ଏତେ କଣ୍ଠଶିଳ୍ପୀ ଥାଇ ମଧ୍ୟ ହ୍ୟୁମାନ ସାଗରଙ୍କୁ କାହିଁକି ଟାର୍ଗେଟ୍ କଲେ?

ମୋ ପ୍ରତି ଲୋକଙ୍କ ଭଲପାଇବା ରହିଛି। ଭଗବାନଙ୍କ ଆଶୀର୍ବାଦରୁ ମୋର ଅନେକ ଗୀତ ହିଟ୍ ହୋଇଛି। ସେଥିପାଇଁ ଡେଙ୍ଗା ମୁଣ୍ଡରେ ଠେଙ୍ଗା। ଯିଏ ଅଧିକ ହାଇଲାଇଟ ଥାଏ, ଯିଏ ଉପରେ ଥାଏ, ତାକୁ ତଳକୁ କରିବା ପାଇଁ ତା ପଛରେ ବହୁତ ଲୋକ ଗୋଡ଼ାନ୍ତି। ଜଗନ୍ନାଥ, ଯୀଶୁ ଓ ଆଲ୍ଲାଙ୍କ ଆଶୀର୍ବାଦ ମୋ ଉପରେ ରହିଛି। ବିବାଦ ସୃଷ୍ଟି କରୁଥିବା ବ୍ୟକ୍ତି ଜଣକ, ରିଲିଜିଅନ କାର୍ଡ ଖେଳୁଛନ୍ତି। ରାଜନିତୀକୁ ଟାର୍ଗେଟ୍ କରି ଏଭଳି କାମ କରୁଛନ୍ତି। ଆଗକୁ କରୋନା ଭାଇରସ୍ ଗୀତକୁ ନେଇ ମଧ୍ୟ ଟାର୍ଗେଟ୍ ହୋଇଥିଲି।

ଏହି ଘଟଣା ପରେ ଆପଣଙ୍କ ଫ୍ୟାନ୍ସ ଦ୍ୱନ୍ଦ୍ୱରେ ପଡ଼ିଥିବେ। ସେମାନଙ୍କୁ କଣ କହିବେ?

ମୁଁ ବହୁତ ଦୁଃଖିତ। ମୁଁ ଜଗନ୍ନାଥଙ୍କ ଗୀତ ଗାଏ ମୋତେ ପ୍ରମାଣିତ କରିବାକୁ ପଡ଼ିଲା। ଆଗକୁ ମଧ୍ୟ ଆହୁରି ଗାଇବି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୋର ଶ୍ରୀଜଗନ୍ନାଥଙ୍କ ପ୍ରତି ଭଲପାଇବା କମ୍ ରହିଛି ବୋଲି ଆପଣ କହିବେନି। ମୋର ବାପା ଜଣେ ଭଜନ ଗୀତିକାର। ସେ ମୋତେ ଧର୍ମକୁ ନେଇ ବାଛବିଚାର ଶିଖାଇନାହାନ୍ତି। ଯେତେଦିନ ବଞ୍ଚିଥିବି ପରିଶ୍ରମ କରୁଥିବି, ପରିଶ୍ରମ କରୁଥିବା ଲୋକ ଜୀବନରେ ତଳକୁ ଖସେନି।

OTV Exclusive Humane Sagar Interview Odia Bhajan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ