Astrospeak
  • Live TV
  • Read In English

ମଞ୍ଚରେ ଏ କି ବେଜ୍ଜିତ ! ସହି ନପାରି ସର୍ବସମ୍ମୁଖରେ କାନ୍ଦିଲେ ଗାୟିକା

ମଞ୍ଚରେ ଗୀତ ଗାଉଥିଲେ ଗାୟିକା। ଆଙ୍କର ଆସିଲେ ତାଙ୍କୁ ଅସମ୍ମାନ କଲେ। ତାଙ୍କ ଠାରୁ ମାଇକ୍ ଛଡେଇ ନିଆଗଲା। ସହିପାରିଲେନି ଗାୟିକା। ମଞ୍ଚ ଉପରେ ସମସ୍ତଙ୍କ ସାମ୍ନାରେ କାନ୍ଦି କାନ୍ଦି କହିଲେ…

Singer priyanka singh was publicly misbehaved in thave festival
ମଞ୍ଚରେ ଗାୟିକାଙ୍କୁ ଅପମାନ; ସହି ନ ପାରି ସର୍ବସମ୍ମୁଖରେ କାନ୍ଦିଲେ

ପ୍ରଶଂସକ ଏବଂ ଜଣେ କଳାକାରଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସଂପର୍କ ରହିଥାଏ। ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଷ୍ଟାର୍‌ଙ୍କ ଝଲକ ଟିକେ ପାଇବା ପାଇଁ କେତେ କ’ଣ କରନ୍ତି ତାହା ଅନୁଭବୀ ହିଁ ଜାଣେ। କିନ୍ତୁ ଏମିତି ମଧ୍ୟ କିଛି ଅଛନ୍ତି ଯେଉଁମାନଙ୍କ ପାଇଁ କଳାକାରମାନଙ୍କୁ ଅନେକ ଅସୁବିଧା ଓ ଅସମ୍ମାନର ସମ୍ମୁଖିନ ହେବାକୁ ପଡିଥାଏ। ନିକଟରେ ଭୋଜପୁରୀ ଗାୟକ ପ୍ରିୟଙ୍କା ସିଂହଙ୍କ ସହ ଏମିତି କିଛି ଘଟିଛି, ​​ଯେଉଁଥିପାଇଁ ତାଙ୍କୁ ସର୍ବସାଧାରଣରେ କାନ୍ଦିବାକୁ ପଡିଛି।

ବିହାରର ଗୋପାଳଗଞ୍ଜରେ ‘ଥାଭେ ମହୋତ୍ସବ ୨୦୨୩’ ଆୟୋଜିତ ହୋଇଥିଲା। ଏହାକୁ ରୂପମ ତ୍ରିଭିକରମ ଆଙ୍କରିଂ କରୁଥିବା ବେଳେ ଭୋଜପୁରୀ ଗାୟିକ ପ୍ରିୟଙ୍କା ସିଂହ ଏଥିରେ ଯୋଗ ଦେଇଥିଲେ। କିନ୍ତୁ ମଞ୍ଚରେ ସଂଗୀତ ପରିବେଷଣ ସମୟରେ ତାଙ୍କୁ ଆଙ୍କରଙ୍କ ଦ୍ୱାରା ଅସମ୍ମାନ କରାଯାଇଥିଲା। ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ପରେ ଭୋଜପୁରୀର ଜଣାଶୁଣା ଅଭିନେତ୍ରୀ ଅକ୍ଷରା ସିଂହ ପ୍ରତିକ୍ରିୟା ଦେଇ ପ୍ରିୟଙ୍କାଙ୍କୁ ସମର୍ଥନ କରିଛନ୍ତି।

ଭାଇରାଲ୍ ଭିଡିଓ ରେ ଏହା ଦେଖିବାକୁ ମିଳେ ପ୍ରିୟଙ୍କା ଗୀତ ଗାଉଥିବା ବେଳେ ଆଙ୍କର୍ ରୂପମ୍ ତାଙ୍କୁ ଅଟକାଇ ଦେଇଛନ୍ତି। ଏହା ପରେ ପ୍ରିୟଙ୍କା କିଛି କହିବାକୁ ଚାହୁଁଥିବା ବେଳେ ସେ ହଠାତ ସମ୍ମାନ ଦେବା ପାଇଁ ଡିଏମ୍‌କୁ ଡାକିବା ଆରମ୍ଭ କରିଥିଲେ। ତେବେ ପ୍ରିୟଙ୍କା ସିଂହ ଦୁଇ ମିନିଟ୍ ପାଇଁ କଥା ହେବାକୁ ଚାହୁଁଥିଲେ ମଧ୍ୟ ଆଙ୍କର ସ୍ପଷ୍ଟ ଭାବରେ କହିଥିଲେ ଯେ ବହୁତ ହେଇଗଲା ମ୍ୟାଡାମ୍। ଏହି ସମୟରେ ଅନ୍ୟ ଜଣେ ଆସି ପ୍ରିୟଙ୍କାଙ୍କଠାରୁ ମାଇକ୍‌କୁ ଜବରଦସ୍ତ ଛଡ଼ାଇ ନେଇଥିଲେ।

ଏହା ପରେ ପ୍ରିୟଙ୍କା ସିଂହ ମଞ୍ଚରେ କାନ୍ଦିବାକୁ ଲାଗିଲେ ଏବଂ କାନ୍ଦି କାନ୍ଦି କହୁଛନ୍ତି, “ଏହା ମୋ ସହିତ ଠିକ୍ ହୋଇନାହିଁ। କଳାକାରଙ୍କୁ ଏପରି ଅପମାନିତ କରାଯିବା ଉଚିତ୍ ନୁହେଁ। ଜଣେ କଳାକାର ଗୀତ ଗାଉଛନ୍ତି ଏବଂ ତାଙ୍କୁ ହଠାତ୍ ଅଟକାଯାଉଛି। ମୁଁ ଗୀତ ଗାଇବାକୁ ମରିଯାଉ ନାହିଁ। ଜିଲ୍ଲା ପ୍ରଶାସନ ବହୁତ ଭୁଲ କରିଛି। ୧୦ ବର୍ଷ ମଧ୍ୟରେ ଥାଭେ ମହୋତ୍ସବରୁ ବହୁତ ଖରାପ ଅନୁଭୂତି ପାଇଛି। ଏହାକୁ ମାତା ଥାୱେ ବିଚାର କରିବେ।” ଏହା କହି ସେ ମଞ୍ଚରୁ ଚାଲି ଯାଉଛନ୍ତି।

ଏହି ଭିଡିଓ ଦେଖିବା ପରେ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭିଡିଓ ଶେୟାର କରି କହିଛନ୍ତି ଯେ “ଜଣେ କଳାକାରଙ୍କ ସହ ଏପରି ନୀଚ୍ଚ ଆଚରଣ ଅତ୍ୟନ୍ତ ନିନ୍ଦନୀୟ। ଭାଗ୍ୟରେ ଥିଲେ ଭଗବାନ କାହାକୁ ଜଣେ କଳାକାର ଭାବରେ ଜନ୍ମ ଦିଅନ୍ତି। ଏକ ସଭ୍ୟ ସମାଜର ସମାବେଶରେ ଅଶ୍ଳୀଳତାର ଚରମ ସୀମାକୁ ଦେଖନ୍ତୁ, ଏହି ଲୋକମାନେ କିପରି ନିଜର ପ୍ରଭାବକୁ ଦେଖାଉଛନ୍ତି। ଏମାନେ ଭୁଲିଯାଇଛନ୍ତି ମଞ୍ଚର ମର୍ଯ୍ୟାଦା।”

ସେ ଆହୁରି ମଧ୍ୟ କହିଛନ୍ତି, “ଯେତେବେଳେ କୌଣସି କଳାକାରଙ୍କ କଥା ଆସିବ, ମୁଁ ଖୋଲାଖୋଲି ଭାବରେ ଏହିପରି ଅଶିକ୍ଷିତ ଲୋକଙ୍କୁ ବିରୋଧ କରିବି। ମଞ୍ଚରେ ମାଇକ୍ ଛଡ଼ାଇ ନେଉଥିବା ଏହି ମହିଳା ବୋଧହୁଏ ଭୁଲି ଯାଇଛନ୍ତି ଯେ, ଜଣେ ମହିଳା ହୋଇ ସେ ମହିଳାମାନଙ୍କୁ ଅପମାନ କରୁଛନ୍ତି, ଏପରି ମାନସିକତାକୁ ମୁଁ ଧିକ୍କାର କରୁଛି।”