/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713087405.jpg)
Shraddha kapoor funny reaction to her lookalike in ipl 2024
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ ୨୦୨୪ ଚାଲିଛି, ଯେଉଁଥିରେ କେବଳ ପ୍ରଶଂସକ ନୁହଁନ୍ତି ବଲିଉଡ୍ର ସେଲିବ୍ରେଟିମାନେ ମଧ୍ୟ ଅଂଶଗ୍ରହଣ କରୁଥିବା ଦେଖାଯାଉଛି। କିନ୍ତୁ ନିକଟରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ଶ୍ରଦ୍ଧା କପୁରଙ୍କ ପରି ଦେଖାଯାଉଥିବା ଏକ ଯୁବତୀଙ୍କ ଝଲକ ଦେଖିବାକୁ ମିଳିଥିଲା। ଆଶ୍ଚର୍ଯ୍ୟର କଥା ଯେ ସେହି ସମାନ ହସ ଏବଂ ସମାନ ଲୁକ୍ ଦେଖି ନିଜେ ଅଭିନେତ୍ରୀ ଶ୍ରଦ୍ଧା କପୁର୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାକୁ ଦେଖି ସେ ‘ତୁ ଝୁଠି ମେ ମକ୍କାର’ କହି ଇନଷ୍ଟାଗ୍ରାମ ଷ୍ଟୋରୀରେ ଶେୟାର କରିଥିଲେ।
ଶ୍ରଦ୍ଧା କପୁରଙ୍କ ଡୁପ୍ଲିକେଟ୍ୱାନ୍ଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେଉଥିବା ମ୍ୟାଚ୍ ସମୟରେ ଯେତେବେଳେ କ୍ୟାମେରାମ୍ୟାନ ଷ୍ଟାଣ୍ଡ୍ ଆଡକୁ କ୍ୟାମେରା ଘୂରାଇଥିଲେ, ସେତେବେଳେ ସେ ଏକ ଯୁବତୀଙ୍କ ଉପରେ ଫୋକସ କରିଥିଲେ। ଏହି କ୍ଲିପ୍ରେ ଶ୍ରଦ୍ଧା କପୁରଙ୍କ ପରି ଦେଖାଯାଉଥିବା ଯୁବତୀଙ୍କ ଲୁକ୍ସ ଅଭିନେତ୍ରୀ ପରି ଦେଖାଯାଉଥିଲା।
କିଏ ଅସଲି କିଏ ନକଲିଏହା ପରେ ଯେତେବେଳେ ଭିଡିଓ ଏବଂ ଖବର ଭାଇରାଲ ହେଲା ଅଭିନେତ୍ରୀ ଏକ ଖବରର ସ୍କ୍ରିନ୍ସଟ୍ ଶେୟାର କରିଥିଲେ, ଯେଉଁଥିରେ ଏହି ଯୁବତୀଙ୍କ ଚେହେରା ଦୃଶ୍ୟମାନ ହେଉଥିଲା। ସେ ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ଏହାକୁ ଶେୟାର କରି କ୍ୟାପ୍ସନ୍ ଦେଇଛନ୍ତି 'ଆରେ ଏ ତ ମୁଁ '। ଏହା ସହିତ ସେ ଏକ ହସୁଥିବା ଇମୋଜି ଶେୟାର କରିଥିଲେ। ଏହାର ବ୍ୟାକ୍ଗ୍ରାଉଣ୍ଡ୍ରେ ‘ମେ ହୁଁ ନା’ ଫିଲ୍ମର ଟାଇଟଲ୍ ଟ୍ରାକ୍ ଚାଲୁଥିଲା।
ଖବର ଅନୁଯାୟୀ, ଶ୍ରଦ୍ଧା କପୁରଙ୍କ ଲୁକ୍ ଭଳି ଭାଇରାଲ୍ ହେଉଥିବା ଏହି ଯୁବତୀଙ୍କ ପ୍ରକୃତ ନାଁ ହେଉଛି ପ୍ରଗତି ନାଗପାଲ। ପ୍ରଗତି ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ଏବଂ ତାଙ୍କ ୧୬୬K ଫଲୋର୍ସ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)