Advertisment

ପ୍ରିୟଙ୍କା ଚୋପ୍ରାଙ୍କୁ ପଛରେ ପକେଇ ଟପିଗଲେ ଶ୍ରଦ୍ଧା କପୁର, ସବୁଠାରୁ ଆଗରେ ବିରାଟ

ନିକଟରେ ଶ୍ରଦ୍ଧା କପୁର ଇନ୍‌ଷ୍ଟାଗ୍ରାମ୍‌ ଫଲୋର୍ସ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଛରେ ପକେଇ ଦେଇଥିଲେ। ବର୍ତ୍ତମାନ ସେ ବିଶ୍ୱସ୍ତରୀୟ ଆଇକନ୍ ପ୍ରିୟଙ୍କା ଚୋପ୍ରାଙ୍କୁ ଟପିଯାଇଛନ୍ତି।

author-image
Pramod Behera
Shraddha kapoor beats priyanka chopra on instagram

Shraddha kapoor beats priyanka chopra on instagram

ବଲିଉଡ୍‌ର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ଶ୍ରଦ୍ଧା କପୁର ଅନ୍ୟତମ। ନିକଟରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ‘ସ୍ତ୍ରୀ ୨’ର ସଫଳତା ପରଠାରୁ ଶ୍ରଦ୍ଧା କପୁର କ୍ରମାଗତ ଭାବରେ ହେଡ୍‌ଲାଇନ୍‌ରେ ରହିଆସିଛନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମ୍‌ ଫଲୋର୍ସ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଛରେ ପକେଇ ଦେଇଥିଲେ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଶ୍ରଦ୍ଧା ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମ୍‌ରେ ଦ୍ୱିତୀୟ ସର୍ବାଧିକ ଫଲୋ କରାଯାଇଥିବା ଭାରତୀୟ ହୋଇଯାଇଛନ୍ତି। ପ୍ରାୟ ୯୨ ମିଲିୟନ୍ ଇନ୍‌ଷ୍ଟାଗ୍ରାମ୍‌ ଫଲୋର୍ସଙ୍କ ସହ ସେ ବିଶ୍ୱସ୍ତରୀୟ ଆଇକନ୍ ପ୍ରିୟଙ୍କା ଚୋପ୍ରାଙ୍କୁ ଟପିଯାଇଛନ୍ତି। ଏହି ମାମଲାରେ ପ୍ରିୟଙ୍କା ଚୋପ୍ରାଙ୍କ ୯୧.୮ ମିଲିୟନ୍ ଇନ୍‌ଷ୍ଟାଗ୍ରାମ୍‌ ଫଲୋର୍ସ ଅଛନ୍ତି।

Advertisment

‘ସ୍ତ୍ରୀ ୨’ ର ସଫଳତା ପରେ ଶ୍ରଦ୍ଧା କପୁରଙ୍କ ଫଲୋର୍ସ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ ତାରକାମାନଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ଆଗେଇ ଆସୁଥିଲେ। କିନ୍ତୁ ବର୍ତ୍ତମାନ ଶ୍ରଦ୍ଧା ତାଙ୍କୁ ଅତିକ୍ରମ କରି ଏକ ନମ୍ବରରେ ସ୍ଥାନ ପାଇଛନ୍ତି। ସେ ମଧ୍ୟ ଫଲୋର୍ସ ମାମଲାରେ ଭାରତୀୟ ସେଲିବ୍ରେଟି ତାଲିକାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ୨୭୦ ମିଲିୟନ୍ ଫଲୋର୍ସଙ୍କ ବିରାଟ କୋହଲି ଆଗରେ ଅଛନ୍ତି।

ଖବର ଅନୁଯାୟୀ, ଫିଲ୍ମ ‘ସ୍ତ୍ରୀ ‘୨ ରିଲିଜ୍ ହେବା ପୂର୍ବରୁ ଶ୍ରଦ୍ଧା କପୁରଙ୍କ ଇନ୍‌ଷ୍ଟାଗ୍ରାମରେ ପ୍ରାୟ ୯୦ ମିଲିୟନ୍ ଫଲୋର୍ସ ଥିଲେ। କିନ୍ତୁ ଏହି ଫିଲ୍ମ ପ୍ରେକ୍ଷାଳୟକୁ ଆସିବା ପରେ ଶ୍ରଦ୍ଧା କପୁର ସବୁଆଡେ ପ୍ରସିଦ୍ଧ ହୋଇପାରିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ତାଙ୍କର ଫଲୋର୍ସଙ୍କ ବନ୍ୟା ହେବାରେ ଲାଗିଛି। ଏହି ଅଭିନେତ୍ରୀ ପ୍ରଥମେ ଦେଶର ପ୍ରଧାନମନ୍ତ୍ରୀ ଏବଂ ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରାଙ୍କୁ ପଛରେ ପକେଇ ଦେଇଛନ୍ତି।

ଶ୍ରଦ୍ଧା କପୁର ଗତ ୧୪ ବର୍ଷ ଧରି ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ସେ ୨୦୧୦ ରେ 'ତିନ୍ ପତି' ଫିଲ୍ମ ସହିତ ଅଭିନୟ ଜଗତରେ ପ୍ରବେଶ କରିଥିଲେ, କିନ୍ତୁ ତାଙ୍କୁ ସେପରି ପରିଚୟ ମିଳି ନଥିଲା। ଏହା ପରେ ସେ ଫିଲ୍ମ 'ଆଶିକୀ ୨' ପାଇଲେ, ଯାହା ତାଙ୍କୁ ରାତାରାତି ଷ୍ଟାର୍‌ କରିଦେଲା। ଏହା ପରେ ଶ୍ରଦ୍ଧା କପୁର ଆଉ ପଛକୁ ଚାହିଁ ନ ଥିଲେ।

'ଆଶିକୀ ୨'ର ସଫଳତା ପରେ ଶ୍ରଦ୍ଧା କପୁର 'ଏକ ଭିଲେନ୍', 'ଏବିସିଡି ୨', 'ବାଗି', 'ସ୍ତ୍ରୀ', 'ହାଇଦର', ‘ଛିଛୋର’, ‘ସାହୋ', ‘ତୁ ଝୁଠି ମେ ମକ୍କାର' ଭଳି ଅନେକ ହିଟ୍ ଫିଲ୍ମ ଦେଇଥିଲେ। ବର୍ତ୍ତମାନ ତାଙ୍କର ହରର୍ କମେଡି ଫିଲ୍ମ 'ସ୍ତ୍ରୀ ୨' ବକ୍ସ ଅଫିସରେ ହଇଚଇ ସୃଷ୍ଟି କରୁଛି।

Narendra Modi Priyanka Chopra Virat Kohli Bollywood Shraddha Kapoor
Advertisment
Advertisment