Advertisment

ଦେଶୀ ‘ଥଣ୍ଡର ୱିମେନ୍’ ହୋଇ ଆସୁଛନ୍ତି ଶିଳ୍ପା ଶେଟ୍ଟୀ

'ନିକମ୍ମା'ରେ ନଜର ଆସିବେ ଶିଳ୍ପା ସେଟ୍ଟୀ। ନିଆରା ଢଙ୍ଗରେ ଦର୍ଶକଙ୍କୁ କରିବେ ମନିରଂଜନ। ତାଙ୍କୁ ଥଣ୍ଡର ୱିମେନ୍ ଓ ମଞ୍ଜୁଲିକା ଅବତାରରେ ଦେଖିବାକୁ ମିଳିବ।

author-image
Pramod Behera
ଅଦ୍ୟତନ ହୋଇଛି
Shilpa Shetty is a mix of Thunder Woman and Manjulika

Shilpa Shetty is a mix of Thunder Woman and Manjulika

ଶିଳ୍ପା ଶେଟ୍ଟୀ ଦୀର୍ଘ ଦିନ ପରେ ଫିଲ୍ମ 'ହଙ୍ଗାମା ୨' ସହିତ ବଲିଉଡ୍‌କୁ ଫେରିଥିଲେ। କିନ୍ତୁ ଏହି ଫିଲ୍ମଟି ସମ୍ପୂର୍ଣ୍ଣ ଥିମା ପଡିଯାଇଥିଲା। ଏବେ ପୁଣି ଥରେ ଫିଲ୍ମ 'ନିକମ୍ମା'ରେ ଶିଳ୍ପାଙ୍କୁ ଦେଖିବାକୁ ମିଳିବ। ଶିଳ୍ପା ଶେଟ୍ଟୀ, ଅଭିମନ୍ୟୁ ଦାସାନି ଏବଂ ଶିର୍ଲି ସେଟିଆଙ୍କ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି।

Advertisment

'ହିରୋପନ୍ତି' ନିର୍ଦ୍ଦେଶକ ଶବିର ଖାନଙ୍କ ଫିଲ୍ମର ଟ୍ରେଲରକୁ ମଧ୍ୟ ପୂରା ଆକ୍ସନରେ ଭରିଛନ୍ତି। ଅଭିମନ୍ୟୁ ଦାସାନି ଚମତ୍କାର ଆକ୍ସନ କରିବା ସହ ତାଙ୍କର ସୁପର୍‌ ଫିଟ୍ ବଡି ଦେଖାଉଥିବା ନଜର ଆସିଛନ୍ତି। ଫିଲ୍ମରେ ଶିଳ୍ପା ଶେଟ୍ଟୀଙ୍କ ଏଣ୍ଟ୍ରି ବହୁତ ମଜାଦାର ହୋଇଥିବା ବେଳେ ଏହି ଟ୍ରେଲର ଫିଲ୍ମ ପାଇଁ ଉତ୍ସାହକୁ ବହୁଗୁଣିତ କରିଛି।

ଟ୍ରେଲର ବିଷୟରେ କହିବାକୁ ଗଲେ ଏହା ଆରମ୍ଭରୁ ସ୍ପଷ୍ଟ ହୋଇଛି ଯେ ଆଦି ବା ଅଭିମନ୍ୟୁ ଏହି ଫିଲ୍ମରେ ଏକ ଅଦ୍ଭୁତ ଅଳସୁଆ ଭୂମିକାରେ ନଜର ଆସନ୍ତି। ତା’ର ରବିବାର ଠାରୁ ଶନିବାର ପର୍ଯ୍ୟନ୍ତ କିଛି କରିବାର ନାହିଁ। ତେବେ ତାଙ୍କର ଏହି ବ୍ୟସ୍ତବହୁଳ ସେଡ୍ୟୁଲ୍‌କୁ ଭାଙ୍ଗିବା ସହ ଏହି ଅଳସୁଆକୁ କାମରେ ଲଗେଇବା ନେଇ ଶିଳ୍ପା ଶେଟ୍ଟୀ ଲାଗିପଡନ୍ତି ଏବଂ ଏଥିପାଇଁ ଶିଳ୍ପାଙ୍କୁ ମଞ୍ଜୁଲିକା ଠାରୁ ଆରମ୍ଭ କରି ଥଣ୍ଡର୍‌ ୱିମେନ୍ ପର୍ଯ୍ୟନ୍ତ ଅବତାରରେ ଦେଖିବାକୁ ମିଳିବ।

Advertisment

ଏହି ଫିଲ୍ମରେ ଶିଳ୍ପା ଏମିତି ଏକ ଚରିତ୍ରରେ ଅଛନ୍ତି, ଯାହାକୁ ଅଭିମନ୍ୟୁ ବହୁତ ସମ୍ମାନ କରନ୍ତି, ଭୟ ବି କରନ୍ତି, କିନ୍ତୁ ଯେତେବେଳେ ତାଙ୍କ ଉପରକୁ ଆସେ, ଅଭିମନ୍ୟୁ ସେନେଇ କାହାର ବି ହାଡ ଭାଙ୍ଗିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ଏହି ଟ୍ରେଲରରେ ୯୦ ଦଶକର ପିଲାମାନଙ୍କ ପାଇଁ ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଅଛି। ଏହି ଫିଲ୍ମରେ 'ନିକମ୍ମା କିୟା ଇସ୍ ଦିଲ୍ ନେ ...' ର ଟାଇଟଲ୍ ଟ୍ରାକ୍ ଶୁଣିବାକୁ ମିଳିବ, ଯାହା ଆପଣଙ୍କୁ ପୁରୁଣା ଦିନକୁ ଫେରେଇନେବ।

ଟ୍ରେଲରର ଦ୍ୱିତୀୟ ଅଂଶରେ ଶିଳ୍ପା ଶେଟ୍ଟୀଙ୍କ ଏଣ୍ଟ୍ରି 'ଥଣ୍ଡର ୱିମେନ୍' ଷ୍ଟାଇଲ୍‌ରେ ହୋଇଛି। ଦେଶି ଷ୍ଟାଇଲ୍‌ରେ ଶିଳ୍ପାଙ୍କର ପ୍ରଥମ ଲୁକ୍ ଆପଣଙ୍କ ହୃଦୟ ଜିତିନେବ। କେବଳ ଏତିକି ନୁହେଁ ଶିଳ୍ପା ମଞ୍ଜୁଲିକା ବନି ମଧ୍ୟ ନଜର ଆସିବେ। ଏଥିରେ ଶିଳ୍ପାଙ୍କର ଶକ୍ତି ଏତେ ଅଧିକ ଯେ ସେ ଅଳସୁଆ ଆଦିକୁ ମଧ୍ୟ ଘର କାମରେ ଲଗେଇ ଦିଅନ୍ତି।

Bollywood Nikamma Trailer Release
Advertisment
Advertisment