Advertisment

ଶାହରୁଖଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର; କହିଲେ ଆଶା ନ ଥିଲା

୨୦ ଫେବୃଆରୀ ମଙ୍ଗଳବାର ଦିନ ଦାଦାସାହେବ ଫାଲ୍‌କେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୪ ଅନୁଷ୍ଠିତ ହୋଇଥିଲା। ଏହି ପୁରସ୍କାର ମହୋତ୍ସବରେ ଶାହରୁଖ ଖାନ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ ହୋଇଛନ୍ତି। ଶାହରୁଖ ଖାନଙ୍କୁ ତାଙ୍କ ଚଳଚ୍ଚିତ୍ର ‘ଜବାନ’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଛି।

ଅଦ୍ୟତନ ହୋଇଛି
Shahrukh khan won dada sahib phalke award 2024

Shahrukh khan won dada sahib phalke award 2024 for his film jawan

Advertisment

ଦାଦାସାହେବ ଫାଲ୍‌କେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ(DPIFF) ଅନ୍ୟତମ ସମ୍ମାନଜନକ ପୁରସ୍କାର ବିତରଣ ଉତ୍ସବ। ୨୦ ଫେବୃଆରୀ ମଙ୍ଗଳବାର ଦିନ ଦାଦାସାହେବ ଫାଲ୍‌କେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୪ ଅନୁଷ୍ଠିତ ହୋଇଥିଲା। DPIFF ୨୦୨୪ରେ ଇଣ୍ଡଷ୍ଟ୍ରିର ସମସ୍ତ ତାରକାଙ୍କ ସମାବେଶ ଦେଖିବାକୁ ମିଳିଥିଲା। ବଲିଉଡ୍‌ କିଙ୍ଗ ଶାହରୁଖ ଖାନ ଏବଂ ନୟନତାରା ସନ୍ଧ୍ୟାର ଉଜ୍ଜ୍ୱଳ ତାରକା ଭାବରେ ଉଭା ହୋଇଥିଲେ।

Advertisment

ଏହି ପୁରସ୍କାର ମହୋତ୍ସବରେ ଶାହରୁଖ ଖାନ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ ହୋଇଛନ୍ତି। ଶାହରୁଖ ଖାନଙ୍କୁ ତାଙ୍କ ଚଳଚ୍ଚିତ୍ର ‘ଜବାନ’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଛି।

ଅଧିକ ପଢ଼ନ୍ତୁ: ଦୁର୍ଦ୍ଦିନରେ ଥିଲା ରାଜାମୌଲିଙ୍କ ପରିବାର; ଭାଉଜଙ୍କ ଏହି କଥା ଜୀବନକୁ କରିଦେଲା ପରିବର୍ତ୍ତନ

Advertisment

ଏହି ପୁରସ୍କାର ଜିତିବା ପାଇଁ ଶାହରୁଖ ଖାନ ଜ୍ୟୁରୀକୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ “ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବି ମତେ ଜଣା ନ ଥିଲା ମୁଁ ଏହି ପୁରସ୍କାର ଜିତିଛି ବୋଲି। ପୁରସ୍କାର ଜିତିବା ପରେ ଶାହରୁଖ ଖାନ କହିଛନ୍ତି, “ଏହି ସମ୍ମାନ ପାଇଁ ମୋତେ ଚୟନ କରିଥିବାରୁ ମୁଁ ପୁରା ଜ୍ୟୁରୀକୁ ଧନ୍ୟବାଦ ଦେଉଛି।

ସେ ଆହୁରି କହିଛନ୍ତି ଯେ “ମୁଁ ବହୁ ବର୍ଷ ଧରି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇ ନଥିଲି। ଏହା ପରେ ମତେ ଲାଗିଲା ଯେ ମୁଁ ବର୍ତ୍ତମାନ ଏହି ପୁରସ୍କାର ମତେ ଆଉ ମିଳିବ ନାହିଁ। ଏହି ପୁରସ୍କାର ପାଇ ମୁଁ ବହୁତ ଖୁସି। ମତେ ସବୁବେଳେ ପୁରସ୍କାର ହିଁ ଭଲ ଲାଗେ ଏବଂ ମତେ ଆକର୍ଷିତ କରେ। ମୁଁ ଟିକିଏ ଲୋଭୀ, ମୁଁ ଲୋକଙ୍କୁ ସବୁବେଳେ ମନୋରଞ୍ଜନ କରିବାକୁ ଚେଷ୍ଟା କରିଛି। ବର୍ତ୍ତମାନ ମୁଁ ଅନୁଭବ କରୁଛି ଯେ ମୋର କଠିନ ପରିଶ୍ରମ ମତେ ଫଳ ଦେଇଛି। ‘ଜବାନ’ ଦେଖିଥିବା ଦର୍ଶକଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି। ଯେଉଁମାନେ ଫିଲ୍ମ ଏବଂ ମୋର ଅଭିନୟକୁ ଏତେ ପ୍ରେମ ଦେଇଛନ୍ତି।”

Advertisment

ପ୍ରକାଶଥାଉ ଯେ ୨୦୧୭ ପରର ସମୟ ଶାହରୁଖ ଖାନଙ୍କ ପାଇଁ ଅତ୍ୟନ୍ତ ଖରାପ ଥିଲା। ଶାହରୁଖଙ୍କ ଫିଲ୍ମ ମଧ୍ୟ ବକ୍ସ ଅଫିସରେ କାମ ଦେଉ ନଥିଲା। ମାତ୍ର ୪ ବର୍ଷ ପରେ ଶାହାରୁଖଙ୍କ ଏକ ଧମାକାଦାର ପ୍ରତ୍ୟାବର୍ତ୍ତନ ହୋଇଥିଲା। ୨୦୨୩ ମସିହାରେ ଶାହରୁଖ ତାଙ୍କ ଚଳଚ୍ଚିତ୍ର ‘ପଠାନ’ ମାଧ୍ୟମରେ ବକ୍ସ ଅଫିସକୁ ପୁଣି ଥରେ ହାତ ମୁଠାକୁ ନେଇଥିଲେ। ଏହି ଚଳଚ୍ଚିତ୍ର ରୋଜଗାରର ରେକର୍ଡ ଭାଙ୍ଗିଥିଲା। ଏହି ଚଳଚ୍ଚିତ୍ର ପରେ ଶାହରୁଖଙ୍କ ଦ୍ୱିତୀୟ ଚଳଚ୍ଚିତ୍ର ‘ଜବାନ’ ମଧ୍ୟ ୨୦୨୩ରେ ମୁକ୍ତିଲାଭ କରିଥିଲା।

ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ବିସ୍ଫୋରଣ କରିଥିଲା। ‘ଜବାନ’ ଭାରତରେ ୬୦୪ କୋଟିରୁ ଅଧିକ ଆୟ କରିଥିଲା। ଏହା ସହିତ ଏହି ଚଳଚ୍ଚିତ୍ରର ବିଶ୍ୱବ୍ୟାପୀ ରୋଜଗାର ୯୦୦ କୋଟି ଟଙ୍କା ଅତିକ୍ରମ କରିଥିଲା। ବର୍ତ୍ତମାନ ଏହି ଚଳଚ୍ଚିତ୍ର ପାଇଁ ଶାହରୁଖ ଖାନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ଦିଆଯାଇଛି।

Bollywood Dadasaheb Phalke Award Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ