Advertisment

‘ପଠାନ୍’ ରିଲିଜ୍ ହେବା ପୂର୍ବରୁ ସଫଳତା; ଦୁନିଆର ଟପ୍ ୫୦ କଳାକାର ତାଲିକାରେ ଶାହରୁଖ୍‌

‘ପଠାନ୍’ର ବିବାଦ ଭିତରେ ଶାହରୁଖ୍‌ ଖାନ୍‌ଙ୍କୁ ମିଳିଲା ବଡ ସଫଳତା। ଦୁନିଆର ଟପ୍ ୫୦ ବଡ କଳାକାରଙ୍କ ଭିତରେ ସ୍ଥାନ ପାଇଛନ୍ତି ଶାହରୁଖ୍‌। ବିବାଦ ପରେ ବି ଲୋକପ୍ରିୟତାରେ କୌଣସି କ୍ଷତି ଆସିନି।

ଅଦ୍ୟତନ ହୋଇଛି
Shahrukh Khan Got Placed top 50 Greatest Actors of The World

Shahrukh Khan got placed top 50 greatest actors of the world

Advertisment

ଏମିତି ଖାଲି ଖାଲିରେ କିଙ୍ଗ୍‌ ଖାନ୍‌ଙ୍କୁ ବଲିଉଡ୍‌ର ବାଦଶାହା କୁହାଯାଏ ନାହିଁ। ଦର୍ଶକମାନେ ଉତ୍ସାହର ସହିତ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ରକୁ ଅପେକ୍ଷା କରନ୍ତି। ଶାହରୁଖଙ୍କ ପ୍ରଶଂସକମାନେ କେବଳ ଦେଶରେ ନୁହଁନ୍ତି, ସାରା ଦୁନିଆରେ ମଧ୍ୟ ଅଛନ୍ତି। ଶାହରୁଖଙ୍କ ସଂଳାପ, ତାଙ୍କର ଚେହେରା ସମସ୍ତ ପ୍ରଶଂସକଙ୍କୁ ପସନ୍ଦ ଆସେ। କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ଲୋକମାନେ ତାଙ୍କ ଚଳଚ୍ଚିତ୍ର ପାଇଁ ଅପେକ୍ଷା କରିଥାନ୍ତି।

Advertisment

କିଙ୍ଗ୍ ଖାନ୍ ‘ପଠାନ୍’ ଫିଲ୍ମଲୁ ନେଇ ବିବାଦରେ ଫଶିଥିଲେ ବି ଶାହରୁଖ ଖାନ ଙ୍କ ଲୋକପ୍ରିୟତାରେ କୌଣସି କ୍ଷତି ଆସିନି। ପ୍ରସିଦ୍ଧ ପତ୍ରିକା ‘ଏମ୍ପାୟର୍’ ବିଶ୍ୱର ୫୦ଜଣ ମହାନ କଳାକାରଙ୍କ ତାଲିକାରେ ତାଙ୍କୁ ସ୍ଥାନ ଦେଇଛି। ତେବେ ବଲିଉଡ୍‌ରୁ ଏହି ତାଲିକାରେ ସାମିଲ ହୋଇଥିବା ଏକମାତ୍ର ଅଭିନେତା ହେଲେ ଶାହରୁଖ ଖାନ।

ଏହି ପତ୍ରିକା ଶାହରୁଖ ଖାନଙ୍କୁ ପ୍ରଶଂସା କରିଛି। ପତ୍ରିକା କହିଛି ଯେ “ଶାହରୁଖଙ୍କ ପାଖରେ ଏମିତି ଏକ କ୍ୟାରିୟର ଅଛି ଯାହା ବର୍ତ୍ତମାନ ଚାରି ଦଶନ୍ଧି ଧରି ହିଟ୍ ହୋଇଛି ଏବଂ ତାଙ୍କର ବିଲିୟନ୍ ବିଲିୟନ୍ ପ୍ରଶଂସକ ଅଛନ୍ତି।” ପତ୍ରିକା ଆହୁରି ମଧ୍ୟ କହିଛି, ଆପଣମାନେ ବିନା ଚମତ୍କାରିତା ଏବଂ ଦକ୍ଷତା ବିନା ଏହା କରିପାରିବେ ନାହିଁ। ପ୍ରାୟ ସବୁ ସମୟ ପାଇଁ ଏମିତି କିଛି ନାହିଁ ଯାହା ସେ କରିପାରିବେ ନାହିଁ।”

Advertisment

ଅଧିକ ପଢ଼ନ୍ତୁ: ଫିଲ୍ମ ‘ପଠାନ୍’କୁ ନେଇ ବିବାଦ; ତାତିଲେ ଦର୍ଶକ, ସାଧୁ ଓ ରାଜନେତା

ଏହି ପତ୍ରିକାରେ ଶାହରୁଖଙ୍କ ଅନେକ ଚଳଚ୍ଚିତ୍ର ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଯେଉଁଥିରେ ଦେବଦାସ, ମାଏ ନେମ୍ ଇଜ୍ ଖାନ, କୁଛ କୁଛ୍ ହୋତା ହୈ ଏବଂ ସ୍ୱଦେଶ ମେ କିଙ୍ଗ ଖାନଙ୍କ ଚରିତ୍ରକୁ ହାଇଲାଇଟ୍ କରାଯାଇଛି। କେବଳ ଏତିକି ନୁହେଁ, ୨୦୧୨ରେ ଆସିଥିବା ଚଳଚ୍ଚିତ୍ର ‘ଜବ୍ ତକ୍ ହୈ ଜାନ’ ର ତାଙ୍କ ସଂଳାପ 'ଜିନ୍ଦେଗୀ ତୋ ହର୍‌ ରୋଜ୍ ଜାନ ଲେତି ହୈ... ବମ୍‌ ତୋ ସିର୍ଫ ଏକ୍ ବାର୍ ଲେଗା' ତାଙ୍କ କ୍ୟାରିୟରର ଆଇକନ୍ ଲାଇନ୍ ଭାବରେ ପରିଚୟ ପାଇଛି।

ଏହି ତାଲିକାରେ ହଲିଉଡ୍‌ ଅଭିନେତା ଡେନ୍‌ଜେଲ୍‌ ୱାଶିଂଟନ୍, ଟମ୍ ହ୍ୟାଙ୍କ୍‌, ଆନ୍ଥୋନୀ ମାର୍ଲନ୍ ବ୍ରେଣ୍ଡୋ, ମେରିଲ୍ ଷ୍ଟ୍ରିପ୍, ଜ୍ୟାକ୍ ନିକୋଲସନଙ୍କ ଭଳି ଦମକାର ଅଭିନେତା ଅଛନ୍ତି। ପ୍ରକାଶଥାଉ ଯେ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଜାନୁଆରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହାମ୍‌ଙ୍କୁ ମଧ୍ୟ ଦେଖାଯିବ।

Advertisment
Bollywood Pathan Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ