Advertisment

Shahrukh Deepika:ଫସିଲେ ବିଗ ଷ୍ଟାର, ଶାହରୁଖ ଓ ଦୀପିକାଙ୍କ ବିରୋଧରେ ମାମଲା...ରାଜସ୍ଥାନର ମଥୁରା ଗେଟ୍ ପୁଲିସ ଷ୍ଟେସନରେ ଅଭିଯୋଗ

କମ୍ପାନୀର ମାଲିକ, ଗାଡ଼ିର ପ୍ରଚାର କରୁଥିବା ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ମଥୁରା ଗେଟ ଥାନାରେ ଠକେଇ ମାମଲା ରୁଜୁ କରିଛନ୍ତି । ମଥୁରା ଗେଟ ଥାନା ପୋଲିସ ଏଫଆଇଆର ରୁଜୁ କରି ଜଣାଇଛି ଯେ, କୀର୍ତ୍ତି ସିଂହ ୨୦୨୨ ମସିହାରେ ହୁଣ୍ଡାଇ କମ୍ପାନୀର କାର କିଣିଥିଲେ।

fraud case

fraud case

Advertisment

ଫସିଲେ କିଙ୍ଗ ଖାନ ଓ ଦୀପିକା ପାଦୁକୋନ । ରାଜସ୍ଥାନର ଭରତପୁରରେ ଅଭିନେତା ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ସମେତ ୭ଜଣଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରାଯାଇଛି। ଏହି ଅଭିଯୋଗ ମଥୁରା ଗେଟ୍ ପୁଲିସ ଷ୍ଟେସନରେ ରୁଜୁ କରାଯାଇଛି।

Advertisment

ଓକିଲ କୀର୍ତ୍ତି ସିଂହ ତାଙ୍କ ହୁଣ୍ଡାଇ କାରରେ ତ୍ରୁଟିପୂର୍ଣ୍ଣ ସମସ୍ୟାକୁ ନେଇ କମ୍ପାନୀ ଏବଂ ଡିଲର ବିରୋଧରେ ମାମଲା ରୁଜୁ କରିଛନ୍ତି। କୀର୍ତ୍ତି ସିଂହ ୨୦୨୨ ମସିହାରେ ଏହି କାରଟି ୨୩.୯୭ ଲକ୍ଷ ଟଙ୍କାରେ କିଣିଥିଲେ ଏବଂ ୫୧ ହଜାର ଟଙ୍କା ଆଡଭାନ୍ସ ପେମେଣ୍ଟ କରିଥିଲେ । କାରରେ ଟେକ୍ନିକାଲ ତ୍ରୁଟି ଦେଖାଦେବା ପରେ ସେ ଡିଲରଙ୍କ ସହ ଯୋଗାଯୋଗ କରିଥିଲେ, କିନ୍ତୁ ସମସ୍ୟାର ସମାଧାନ ହୋଇନଥିଲା।

ଏହାକୁ ନେଇ ସେ କମ୍ପାନୀର ମାଲିକ, ଗାଡ଼ିର ପ୍ରଚାର କରୁଥିବା ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ମଥୁରା ଗେଟ ଥାନାରେ ଠକେଇ ମାମଲା ରୁଜୁ କରିଛନ୍ତି । ମଥୁରା ଗେଟ ଥାନା ପୋଲିସ ଏଫଆଇଆର ରୁଜୁ କରି ଜଣାଇଛି ଯେ, କୀର୍ତ୍ତି ସିଂହ ୨୦୨୨ ମସିହାରେ ହୁଣ୍ଡାଇ କମ୍ପାନୀର କାର କିଣିଥିଲେ।

Advertisment

କାର କିଣିବା ସମୟରେ ଏଜେନ୍ସି କହିଥିଲା ଯେ, ଆପଣ ଗାଡ଼ି ଚଲାନ୍ତୁ, କୌଣସି ସମସ୍ୟା ହେବ ନାହିଁ, ଯଦି ସମସ୍ୟା ହୁଏ ତେବେ ଆମେ ଦାୟୀ ରହିବୁ। କିଛି ସମୟ ଗାଡ଼ି ଚଲାଇବା ପରେ ଟେକ୍ନିକାଲ ତ୍ରୁଟି ଦେଖାଦେବା ଆରମ୍ଭ ହେଲା। କାରରେ ମୁଖ୍ୟ ସମସ୍ୟା ଦେଖାଦେଉଥିଲା ଯେତେବେଳେ କୀର୍ତ୍ତି ସିଂହ ଗାଡ଼ି ଚଲାଉଥିଲେ, ରାସ୍ତାରେ କିମ୍ବା ଓଭରଟେକ କରିବା ସମୟରେ ଆକ୍ସିଲେଟର ଦବାଇଲେ ଗାଡ଼ିର ଆରପିଏମ୍ ବଢ଼ିଯାଉଥିଲା। ଗାଡ଼ି ଥରୁଥିଲା କିନ୍ତୁ ଗତି ବଢ଼ୁନଥିଲା। ଏହି କାରଣରୁ କୀର୍ତ୍ତି ସିଂହ ଓ ତାଙ୍କ ପରିବାରର ଜୀବନ ବହୁଥର ବିପଦରେ ପଡ଼ିଛି।

ଏହି ସମସ୍ୟା ନେଇ ଏଜେନ୍ସିକୁ ଜଣାଇଲେ, ଏଜେନ୍ସି କହିଥିଲା ଯେ, ଏହା ହୁଣ୍ଡାଇ କମ୍ପାନୀର ଉତ୍ପାଦନ ତ୍ରୁଟି, ଯାହା କେବେବି ଠିକ ହୋଇପାରିବ ନାହିଁ। ଏହି ସମସ୍ୟା ନେଇ ହୁଣ୍ଡାଇ କମ୍ପାନୀ ଏବଂ ଡିଲର ମାଲୱା ଅଟୋ ସେଲ୍ସ ପ୍ରାଇଭେଟ ଲିମିଟେଡ, କୁଣ୍ଡଲୀ, ସୋନୀପତ ସହ କଥାବାର୍ତ୍ତା କରିବାରୁ ସେମାନେ ସମସ୍ୟା ସମାଧାନ କରିବାକୁ ମନା କରିଦେଲେ। ଏହା ସହିତ କାରର ମୂଲ୍ୟ ଫେରସ୍ତ କରିବାକୁ ମଧ୍ୟ ମନା କରିଦେଲେ।

Advertisment

ତେଣୁ କୀର୍ତ୍ତି ସିଂହ ହୁଣ୍ଡାଇ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର, ଫୁଲଟାଇମ ଡାଇରେକ୍ଟର ତଥା ମୁଖ୍ୟ ଅପରେଟିଂ ଅଫିସର, ମାଲୱା ଅଟୋ ସେଲ୍ସ ପ୍ରାଇଭେଟ ଲିମିଟେଡର ଏମଡି, ଡାଇରେକ୍ଟର ପ୍ରିୟଙ୍କା ଶର୍ମାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି। ଏହି ଏଫଆଇଆରରେ ହୁଣ୍ଡାଇର ବ୍ରାଣ୍ଡ ଆମ୍ବାସାଡର ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନ ସମେତ ଜଣେ ଅନ୍ୟ ବ୍ୟକ୍ତିଙ୍କ ନାମ ମଧ୍ୟ ରହିଛି ।

କୀର୍ତ୍ତି ସିଂହ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଯେ, କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ଦୀପିକା ପାଦୁକୋଣ ଏବଂ ଶାହରୁଖ ଖାନ କମ୍ପାନୀର ତ୍ରୁଟିପୂର୍ଣ୍ଣ ଗାଡ଼ିଗୁଡ଼ିକର ମାର୍କେଟିଂ କରୁଛନ୍ତି, ତେଣୁ ଉଭୟ ଅଭିନେତା ମଧ୍ୟ ସମାନ ରୂପେ ଏଥିପାଇଁ ଦାୟୀ ।

Deepika Padukone Fraud Case Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ