Advertisment

Shah Rukh Khan: ସୁଟିଂ ସେଟରେ ଅଘଟଣ; ଶାହରୁଖ ଖାନ୍ ଆହତ

‘କିଙ୍ଗ’ ଚଳଚ୍ଚିତ୍ର ସୁଟିଂ ବେଳେ ଏକ ଆକ୍ସନ ସିନ୍ ବେଳେ ଶାହରୁଖ ଖାନ୍ ଆହତ ହୋଇଛନ୍ତି। ସେ ବର୍ତ୍ତମାନ ଯୁକ୍ତରାଷ୍ଟ୍ରରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଅଦ୍ୟତନ ହୋଇଛି
Shah Rukh Khan

Shah Rukh Khan

Advertisment

ଫିଲ୍ମ ସୁଟିଂ ବେଳେ ଶାହରୁଖ ଖାନ ଆହତ ହୋଇଛନ୍ତି। ଅଭିନେତା ଶାହରୁଖ ଖାନ ନିକଟରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘କିଙ୍ଗ’ର ଆକ୍ସନ ସିନ୍ ସୁଟିଂ ସମୟରେ ଆହତ ହୋଇଛନ୍ତି। ତାଙ୍କ ପିଠିରେ ଆଘାତ ଲାଗିଛି। ସୂଚନା ଅନୁଯାୟୀ, ଏହି ଆଘାତ ଗୁରୁତର ନୁହେଁ ଏବଂ ଅଭିନେତା ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ତେବେ, ଏହି ଘଟଣା ଚଳଚ୍ଚିତ୍ର ସୁଟିଂକୁ ପ୍ରଭାବିତ କରିଛି ଏବଂ ସୁଟିଂ ବନ୍ଦ ରହିଛି। ସେପ୍ଟେମ୍ବରରେ ସିନେମା ସୁଟିଂ ପୁଣି ଆରମ୍ଭ ହେବାର ଆଶା କରାଯାଉଛି।

Advertisment

ଆହତ ପରେ ଶାହରୁଖ ଯୁକ୍ତରାଷ୍ଟ୍ରରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏବେ ସେ ତାଙ୍କ ପରିବାର ସହ ଯୁକ୍ତରାଷ୍ଟ୍ରରେ ଅଛନ୍ତି। ଅନ୍ୟପଟେ ଶାହରୁଖଙ୍କ ଶ୍ରୀଲଙ୍କା ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ସେ ଅସୁସ୍ଥ ଥିବାରୁ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି।

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘କିଙ୍ଗ’ ଚଳଚ୍ଚିତ୍ରରେ ଶାହରୁଖଙ୍କ ସହ ତାଙ୍କ ଝିଅ ମଧ୍ୟ ଅଭିନୟ କରିଛନ୍ତି। ‘କିଙ୍ଗ’ ଜରିଆରେ ଶାହରୁଖଙ୍କ ଝିଅ ସୁହାନା ଖାନ ପ୍ରଥମ କରି ବଡ଼ ପରଦାରେ ନଜର ଆସିବେ। ସେ ଶେଷ ଥର ନେଟଫ୍ଲିକ୍ସର ‘ଦି ଆର୍ଚିସ୍’ରେ ଦେଖା ଦେଇଥିଲେ। ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ, ଅଭିଷେକ ବଚ୍ଚନ, ଜୟଦୀପ ଅହଲାଓ୍ଵତ, ଅନିଲ କପୁର ଏବଂ ଅଭୟ ବର୍ମା ମଧ୍ୟ ଅଭିନୟ କରୁଛନ୍ତି। ଏହା ଏକ ବଡ ବଜେଟ ଫିଲ୍ମ। ଶାହରୁଖ ସୁସ୍ଥ ହେବା ପରେ ଫିଲ୍ମ ସୁଟିଂ ଆରମ୍ଭ ହେବ। ପ୍ରଶଂସକମାନେ ଶାହରୁଖଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Advertisment

ଅଧିକ ପଢନ୍ତୁ: ‘ଆଉ ଆଗ ଭଳି ଆକ୍ସନ ଦେଖାଇ ପାରୁନି, ବୟସର ପ୍ରଭାବ ପଡ଼ିଲାଣି’

Bollywood Actor Bollywood Films Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ