Advertisment

'ପଠାନ' ପାଇଁ କେତେ ପାଇଲେ ଉତ୍ତରରେ ଶାହରୁଖଙ୍କ ଜବାବ…

ଶାହାରୁଖ ଖାନ ନିଜର ବୁଲାବଙ୍କା ଉତ୍ତର ପାଇଁ ସର୍ବଦା ଜଣାଶୁଣା। 'Ask SRK' ସେସନ୍‌ରେ ଯେତେବେଳେ ଜଣେ ପ୍ରଶଂସକ 'ପଠାନ୍' ପାଇଁ ତାଙ୍କ ଫି ବିଷୟରେ ପଚାରିଥିଲେ, ଶାହାରୁଖ ଏକ ମଜାଳିଆ ଢଙ୍ଗରେ ତାଙ୍କ ଉତ୍ତର ଦେଇଥିଲେ, ଯାହା ସମସ୍ତଙ୍କୁ ହସେଇବାକୁ ବାଧ୍ୟ କରିଛି।

ଅଦ୍ୟତନ ହୋଇଛି
Shah Rukh Khan Smart Answer Over Pathaan Fees

Shah rukh khan smart answer over pathaan fees

Advertisment

ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ଉତ୍ସାହ ଦିନକୁ ଦିନ ବଢିବାରେ ଲାଗିଛି। ଫିଲ୍ମ 'ପଠାନ'ର ରିଲିଜ ତାରିଖ ଯେତେ ପାଖେଇ ଆସୁଛି ପ୍ରଶଂସକଙ୍କ ହୃଦସ୍ପନ୍ଦନ ସେତେ ବଢିଚାଲିଛି। ଫିଲ୍ମର ଟ୍ରେଲରକୁ ମଧ୍ୟ ଲୋକଙ୍କ ଭଲ ପ୍ରତିକ୍ରିୟା ମିଳିଛି। ଏହି ସମୟରେ,  ଶାହାରୁଖ ଖାନ ପୁଣିଥରେ ତାଙ୍କର ପ୍ରିୟ 'Ask SRK' ସହିତ ଆସିଛନ୍ତି।

Advertisment

ଲୋକମାନେ ମଧ୍ୟ ତାଙ୍କର ଏହି ସେସନକୁ ମଧ୍ୟ ଖୁବ ଅପେକ୍ଷା କରନ୍ତି। ପ୍ରଶଂସକମାନେ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରନ୍ତି ଏବଂ ଶାହାରୁଖ ମଧ୍ୟ ତାଙ୍କ ଉତ୍ତର ସହିତ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରନ୍ତି। ଏହି ସେସନ୍‌ରେ, ଏକ ପ୍ରଶ୍ନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଏବଂ ଏହାର ଉତ୍ତର ଲୋକମାନଙ୍କୁ ହସେଇବା ପାଇଁ ବାଧ୍ୟ କରିଛି।

ଶାହାରୁଖ ଖାନ ନିଜର ବୁଲାବଙ୍କା ଉତ୍ତର ପାଇଁ ସର୍ବଦା ଜଣାଶୁଣା। ସେ ତାଙ୍କ କଥାକୁ ଅତି ସ୍ମାର୍ଟ ଢଙ୍ଗରେ ରଖନ୍ତି। ଏତେ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ରହି ସେ ଜାଣି ନେଇଛନ୍ତି ଯେ କେଉଁ ପ୍ରଶ୍ନର ଉତ୍ତର କିପରି ଦେବାକୁ ହୁଏ। 'Ask SRK' ସେସନ୍‌ରେ ଯେତେବେଳେ ଜଣେ ପ୍ରଶଂସକ 'ପଠାନ୍' ପାଇଁ ତାଙ୍କ ଫି ବିଷୟରେ ପଚାରିଥିଲେ, ଶାହାରୁଖ ଏକ ମଜାଳିଆ ଢଙ୍ଗରେ ତାଙ୍କ ଉତ୍ତର ଦେଇଥିଲେ, ଯାହା ସମସ୍ତଙ୍କୁ ହସେଇବାକୁ ବାଧ୍ୟ କରିଛି।

Advertisment

ଅଧିକ ପଢ଼ନ୍ତୁ: ରିଲିଜ୍‌ ହୋଇଛି 'ପଠାନ'ର ଦମଦାର୍ ଟ୍ରେଲର୍‌; ବକ୍ସ ଅଫିସ୍‌ ରେକର୍ଡ ଭାଙ୍ଗିବ!

ଯେତେବେଳେ ଶାହାରୁଖ ଏହି ସେସନରେ ନଜର ଆସନ୍ତି, ସେତେବେଳେ ଲୋକେ ମଧ୍ୟ ବହୁତ ଅଦ୍ଭୁତ ପ୍ରଶ୍ନ ପଚାରନ୍ତି। ଏବର ଏକ ସେସନରେ ଜଣେ ବ୍ୟକ୍ତି ଶାହାରୁଖଙ୍କୁ ପଚାରିଥିଲେ ଯେ ସେ 'ପଠାନ' ଫିଲ୍ମ ପାଇଁ କେତେ ଚାର୍ଜ କରିଛନ୍ତି? ଶାହାରୁଖ ଚତୁରତାର ସହ ଏହି ପ୍ରଶ୍ନର ଉତ୍ତର ବୁଲେଇ ବଙ୍କେଇ ଦେଇଛନ୍ତି।

Advertisment

ସେ ଉତ୍ତରରେ ଓଲଟା ପ୍ରଶ୍ନ କରିଛନ୍ତି ଯେ 'କାହିଁକି, ତୁମେ ପରବର୍ତ୍ତୀ ଫିଲ୍ମରେ ସାଇନ୍ କରେଇବ କି?' ଶାହାରୁଖଙ୍କ ଏହି ମଜ୍ଜାଳିଆ ଜବାବ ସମସ୍ତଙ୍କୁ ହସେଇଛି। ବର୍ତ୍ତମାନ ଶାହାରୁଖଙ୍କ ଏହି ପ୍ରଶ୍ନର ଉତ୍ତର ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରିବାରେ ଲାଗିଛି।

ଶାହାରୁଖଙ୍କର ଏହି ବର୍ଷର ପ୍ରଥମ ଚଳଚ୍ଚିତ୍ର 'ପଠାନ୍' ଜାନୁଆରୀ ୨୫ ରେ ରିଲିଜ୍ ହେବ। ତାଙ୍କ ସହ ଦୀପିକା ପାଦୁକୋନ୍ ଏବଂ ଜନ୍ ଆବ୍ରାହମ୍ ମଧ୍ୟ ନଜର ଆସିବେ। ଏହା ପରେ ଶାହାରୁଖଙ୍କ ଆଉ ଦୁଇଟି ଚଳଚ୍ଚିତ୍ର ଚଳିତ ବର୍ଷ ମୁକ୍ତିଲାଭ କରିବ। ଏଥିମଧ୍ୟରେ 'ଜୱାନ୍' ଏବଂ 'ଡଙ୍କି' ରହିଛି। 'ଜୱାନ୍' ବର୍ଷର ମଧ୍ୟଭାଗରେ ଏବଂ ଖ୍ରୀଷ୍ଟମାସ ସୁଦ୍ଧା 'ଡଙ୍କି' ମୁକ୍ତିଲାଭ କରିବାର ଯୋଜନା ରହିଛି।

Bollywood Pathan Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ