Advertisment

'ଡନ୍ ୩' କରିବାକୁ ମନାକଲେ ଶାହରୁଖ; ଫ୍ଲପ୍‌ର ଭୟ କି?

'ଡନ୍ ୩'ର ସ୍କ୍ରିପ୍ଟକୁ ମନାକରି ଦେଇଛନ୍ତି ଶାହରୁଖ ଖାନ୍। ଏହାର ସ୍କ୍ରିପ୍ଟ ଫର୍‌ହାନ୍‌ ଅଖତର ଲେଖିଛନ୍ତି। ତେବେ ଏହି ସ୍କ୍ରିପ୍ଟକୁ ନେଇ ସେ ସନ୍ତୁଷ୍ଟ ନୁହନ୍ତି ନା ବକ୍ସ ଅଫିସ୍ ଫ୍ଲପ୍‌କୁ ନେଇ ରହିଛି ଭୟ!

ଅଦ୍ୟତନ ହୋଇଛି
Shah Rukh Khan rejcted don-3 scripte

Shah Rukh Khan rejcted don-3 scripte

Advertisment

ଶାହାରୁଖ ଖାନ 'ଜୱାନ' ଏବଂ 'ପଠାନ' ସହିତ ବଡ ପରଦାକୁ ଫେରୁଚନ୍ତି। ନିକଟରେ ସେ 'ରକେଟ୍ରି' ଏବଂ 'ଲାଲ୍‌ ସିଂହ ଚଡ୍‌ଢା' ଭଳି ଫିଲ୍ମରେ କେମିୟୋ କରିଛନ୍ତି। ବର୍ତ୍ତମାନ ପ୍ରଶଂସକମାନେ ତାଙ୍କୁ 'ଡନ୍ ୩'ରେ ଦେଖିବାକୁ ଚାହୁଁଛନ୍ତି। କିନ୍ତୁ ଶାହାରୁଖ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମରେ କାମ କରିବାକୁ ମନା କରି ଦେଇଛନ୍ତି। ନିକଟରେ ତାଙ୍କୁ ଏହି ଫିଲ୍ମର ଅଫର ଦିଆଯାଇଥିଲା। ଏହାର ସ୍କ୍ରିପ୍ଟ ଫର୍‌ହାନ୍‌ ଅଖତର ଲେଖିଛନ୍ତି। କୁହାଯାଉଛି ଯେ ଶାହାରୁଖ ଫିଲ୍ମର ସ୍କ୍ରିପ୍ଟରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନୁହଁନ୍ତି, ତେଣୁ ସେ ଏଥିରେ ଅଂଶ ହେବାକୁ ମନାକରିଦେଇଛନ୍ତି।

Advertisment

ଏକ ସୂତ୍ରରୁ ପ୍ରକାଶ ଯେ, "ଏହା ନୁହେଁ ଯେ ଶାହରୁଖ ଖାନ ସ୍କ୍ରିପ୍ଟକୁ ପସନ୍ଦ କରି ନାହାନ୍ତି। କଥା କେବଳ ଏତିକି ଯେ ଶାହରୁଖ ସମ୍ପୂର୍ଣ୍ଣ ଭାବେ ଆଶ୍ୱସ୍ଥ ନୁହନ୍ତି। ସେ ଜାଣନ୍ତି ଯେ ଡନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର।”

ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ “ଶାହରୁଖ ଯଦି ଥରେ ସ୍କ୍ରିପ୍ଟକୁ ନେଇ ସମ୍ପୂର୍ଣ୍ଣ ନିଶ୍ଚିତ ହୋଇଯିବେ, ସେ ଏହି ଭୂମିକାରେ ଅଭିନୟ କରିବାକୁ ପୁଣି ଥରେ ଚାହିଁବେ। ବକ୍ସ ଅଫିସ୍ ପରିସ୍ଥିତି ଏବେ ଭଲ ନାହିଁ। ସେ କୌଣସି ପ୍ରୋଜେକ୍ଟରେ ସାଇନ୍‌ କରିବା ପୂର୍ବରୁ ଅନେକ ଥର ଚିନ୍ତା କରିବାକୁ ପଡୁଛି। ବର୍ତ୍ତମାନ, ଫରହାନ୍ ଅଖତର ପୁଣି ଥରେ ଏହି ସ୍କ୍ରିପ୍ଟକୁ ନେଇ କାମ କରୁଛନ୍ତି।”

Advertisment

ଏହି ସୂତ୍ରରେ ଆହୁରି କୁହାଯାଇଛି, “ଆମେ ଆଶା କରୁଛୁ ପରବର୍ତ୍ତୀ ସମୟରେ ସେ ଯେତେବେଳେ ଶାହରୁଖଙ୍କୁ ଭେଟିବେ ସୁପର୍‌ଷ୍ଟାର୍‌ ଖୁସିରେ ‘ଡନ୍ ୩’ ପାଇଁ ସାଇନ୍ କରିଦେବେ। ଏହା ତାଙ୍କ ପ୍ରଶଂସକମାନଙ୍କୁ ବହୁତ ଖୁସି କରିବ। ଯେତେବେଳେ ଫିଲ୍ମର ଅଟକଳକୁ ନେଇ ଏତେ କ୍ରେଜ୍ ସୃଷ୍ଟି ହେଉଛି ତେବେ କଳ୍ପନା କର ଯେଉଁ ଦିନ ଫିଲ୍ମ ନିର୍ମାତା ‘ଡନ୍ ୩’ର ଘୋଷଣା କରିବେ, ସେଦିନ କ’ଣ ନହେବ!”

ପ୍ରକାଶଥାଉ ଯେ ଶାହାରୁଖ ଖାନଙ୍କ ତିନୋଟି ପିଲ୍ମ ପାଇପ୍‌ଲାଇନ୍‌ରେ ଅଛି। ସେ 'ପଠାନ' ସହିତ ଫେରିବାକୁ ଯାଉଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସେ ଜଣେ ଜାସୁସ୍‌ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହାମ ମଧ୍ୟ ଅଭିନୟ କରିଛନ୍ତି। ଶାହରୁଖଙ୍କୁ ମଧ୍ୟ ରାଜକୁମାର ହିରାନୀଙ୍କ 'ଡଙ୍କି' ଏବଂ ଏଟ୍‌ଲୀଙ୍କ 'ଜୱାନ'ରେ ଦେଖିବାକୁ ମିଳିବ।

Advertisment
Shah Rukh Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ