Advertisment

'ଶେହଜାଦା' ଆଗରେ ଫିକା ପଡିବ କି 'ପଠାନ'ର ହୁଙ୍କାର

କାର୍ତ୍ତିକ ଆର୍ଯ୍ୟଙ୍କ' ଶେହଜାଦା' ଏବଂ ହଲିଉଡ ଚଳଚ୍ଚିତ୍ର 'ଆଣ୍ଟ ମ୍ୟାନ୍ ଆଣ୍ଡ୍ ୱାସ୍ପ: କ୍ୱାଣ୍ଟମ୍‌ମାନିଆ' ପରଦାକୁ ଆସିଛି। ‘ପଠାନ୍’ ସହ ଏହାର କଡ଼ା ଟକ୍କର ହେବ। ଏବେ ବକ୍ସ ଅଫିସରେ 'ପଠାନ'ର ଶେଷ ହୁଙ୍କାର ହେବନି ତ…

ଅଦ୍ୟତନ ହୋଇଛି
Shehzada To Face Tough Competition With Pathaan

Shah rukh khan pathaan facing competition with shehzada

Advertisment

ଶାହରୁଖ ଖାନଙ୍କ 'ପଠାନ' ଗତ ୩ ସପ୍ତାହ ଧରି ବକ୍ସ ଅଫିସରେ ଧମାଲ କରୁଛି। ରିପୋର୍ଟ ଅନୁଯାୟୀ, ଫିଲ୍ମ ରିଲିଜ୍ ହେବାର ୨୩ ଦିନରେ ଘରୋଇ ବକ୍ସ ଅଫିସ୍‌ରେ ୩.୫୦ କୋଟି ଟଙ୍କା ଆୟ କରିପାରିଛି। ଫିଲ୍ମ ମୋଟ୍ ୫୦୫.୮୫ କୋଟି ଟଙ୍କାକୁ ରୋଜଗାର କରିପାରିଛି। 'ପଠାନ୍' ରିଲିଜ୍ ହେବାର ୨୨ତମ ଦିନରେ ୟଶ୍‌ ରାଜ୍‌ ଫିଲ୍ମସ କହିଥିଲା ଯେ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୯୭୦କୋଟି ଟଙ୍କା ରୋଜଗାର କରିଛି, ଯାହା ବକ୍ସ ଅଫିସ୍‌ରେ ୫୦୦ କୋଟି ଟଙ୍କା ନଗଦ ରୋଜଗାର କରିଥିବା ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି।

Advertisment

ବର୍ତ୍ତମାନ ଏହା ଲାଗୁଛି ଯେ ବକ୍ସ ଅଫିସରେ 'ପଠାନ'ର ଶେଷ ହୁଙ୍କାର ହେବ, କାରଣ କାର୍ତ୍ତିକ ଆର୍ଯ୍ୟଙ୍କ' ଶେହଜାଦା' ଏବଂ ହଲିଉଡ ଚଳଚ୍ଚିତ୍ର 'ଆଣ୍ଟ ମ୍ୟାନ୍ ଆଣ୍ଡ୍ ୱାସ୍ପ: କ୍ୱାଣ୍ଟମ୍‌ମାନିଆ' ସହ ଏହାର କଡ଼ା ଟକ୍କର ହେବ। 'ଶେହଜାଦା' ଫେବୃଆରୀ ୧୭ରେ ଦେଶର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ବାଣିଜ୍ୟ ବିଶ୍ଳେଷକ ତରଣା ଆଦର୍ଶଙ୍କ ଅନୁଯାୟୀ, 'ପଠାନ'ର ତାମିଲ ଏବଂ ତେଲୁଗୁ ସଂସ୍କରଣ ଏପର୍ଯ୍ୟନ୍ତ ୧୭.୨୦ କୋଟି ଟଙ୍କା ସଂଗ୍ରହ କରିପାରିଛି।

ଅଧିକ ପଢ଼ନ୍ତୁ: ‘ପଠାନ୍‌’ରେ ଶାହରୁଖଙ୍କ ୮ ପ୍ୟାକ୍ ଆବ୍ସ କ’ଣ ରବର୍‌ସୁଟ୍ !

ଭାରତରେ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରେ ଏସ୍ଏସ୍ ରାଜାମୌଲିଙ୍କ ଫିଲ୍ମ 'ବାହୁବଲୀ ୨' (ହିନ୍ଦୀ ସଂସ୍କରଣ) ୫୧୫ କୋଟି ଟଙ୍କା ଆୟ କରି ଏହି ତାଲିକାରେ ଶୀର୍ଷରେ ରହିଛି। ଶାହରୁଖ ଖାନଙ୍କ 'ପଠାନ' ଏହାର ସ୍ଥାନ ନେବାକୁ ଚେଷ୍ଟା ଜାରି ରଖିଛି। ତେବେ ପଠାନର ଏହି ଲକ୍ଷ୍ୟ ପୂରଣ ହେବ କି ନାହିଁ ଏହା ଜାଣିବା ମଜାଦାର ହେବ। ଶାହାରୁଖ ଖାନ 'ପଠାନ'ର ସାରା ବିଶ୍ୱରେ ମୋଟ ଆୟ ପ୍ରାୟ ୧୦୦୦ କୋଟି ଟଙ୍କାରେ ପହଞ୍ଚିଛି।

Advertisment

ଶାହରୁଖ ଖାନ ତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଏକ ଇଭେଣ୍ଟରେ କହିଥିଲେ, “ଫେରିବା ଖୁନ୍ ଭଲ। ମୁଁ ସବୁବେଳେ ଲୋକଙ୍କ ମଧ୍ୟରେ ଖୁସି ବାଣ୍ଟିବାକୁ ଏବଂ ସେମାନଙ୍କୁ ମନୋରଞ୍ଜନ କରିବା ପାଇଁ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚାହେଁ। ଯେତେବେଳେ ବି ମୁଁ ଏହା କରିବାରେ ବିଫଳ ହୁଏ, ମତେ କେହି କେହି ଖରାପ ଭାବନ୍ତି ନାହିଁ। ମୁଁ ବହୁତ ଖୁସି ଯେ ମୁଁ ସୁବେଳେ ଖୁସିର ବାଣ୍ଟି ଚାଲିଛି। ଜାନୁଆରୀ ୨୫ରେ ମୁକ୍ତିଲାଭ କରିଥିବା 'ପଠାନ୍'ରେ ଦୀପିକା ପାଦୁକୋନ୍, ଜନ୍ ଆବ୍ରାହମ୍, ଡିମ୍ପଲ୍ କାପାଡିଆ ଏବଂ ଆଶୁତୋଷ ରଣା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

Bollywood Pathan Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ