Advertisment

ହେବ ସର୍ଜରୀ; ଆମେରିକା ଯିବେ ବଲିଉଡ୍ ବାଦଶାହ ଶାହରୁଖ; ଜାଣନ୍ତୁ କାହିଁକି…

ଶାହରୁଖଙ୍କୁ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ସେ ଆଖି ପାଇଁ ଡାକ୍ତରଖାନା ଯାଇଥିଲେ। ଜୁଲାଇ ୨୯ରେ ତାଙ୍କ ଆଖି ସର୍ଜରୀ ହୋଇଛି। କିନ୍ତୁ ଏହି ସର୍ଜରୀ ସଠିକ୍ ଭାବରେ ହୋଇପାରି ନାହିଁ, ଯେଉଁଥିପାଇଁ ସେ ଆମେରିକା ଯିବେ ବୋଲି କୁହାଯାଉଛି।

ଅଦ୍ୟତନ ହୋଇଛି
Shah rukh khan to travel Us for Eye Surgery

Shah rukh khan cataract operation will be treated

Advertisment

ଦୁଇ ମାସ ପୂର୍ବରୁ ଅଂଶୁଘାତ କାରଣରୁ ବଲିଉଡ୍ ବାଦଶାହ ଶାହରୁଖ ଖାନଙ୍କୁ ଗୋଟିଏ ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଇପିଏଲ୍ ୨୦୨୪ ସମୟରେ, ଗୁଜୁରାଟର ଅହମ୍ମଦାବାଦରେ ହିଟ୍ ଷ୍ଟ୍ରୋକ୍ କାରଣରୁ ଡିହାଇଡ୍ରେସନ୍ ହେତୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା।

Advertisment

ସେହି ସମୟରେ ଶାହରୁଖଙ୍କ ଦୀର୍ଘ ଦିନର କୋ-ଷ୍ଟାର୍ ତଥା କେକେଆର୍‌ର ସହ-ମାଲିକ ଜୁହି ଚାୱଲା ଏକ ସ୍ୱାସ୍ଥ୍ୟ ଅପ୍‌ଡେଟ୍ ଶେୟାର କରିଥିଲେ। ଜୁହି ଏବଂ ତାଙ୍କ ସ୍ୱାମୀ ଜୟ ମେହେଟ୍ଟା ଅହମ୍ମଦାବାଦ ଡାକ୍ତରଖାନାରେ ଶାହରୁଖଙ୍କୁ ଭେଟିଥିଲେ।

ଅଧିକ ପଢ଼ନ୍ତୁ: ଜୁହୀ କହିଲେ ଶାହରୁଖଙ୍କ ଦୁର୍ଦ୍ଦିନର କଥା, EMI ନ ଦେଇପାରିବାରୁ ଚାଲିଯାଇଥିଲା ଏହି କାର୍

Advertisment

ଏକ ସାକ୍ଷାତକାରରେ ଜୁହି ପ୍ରଶଂସକମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଶାହରୁଖ ବହୁତ ଭଲ କାମ କରୁଛନ୍ତି। “ଗତକାଲି ରାତିରେ ଶାହରୁଖ ନିଜକୁ ଠିକ୍ ଅନୁଭବ କରୁ ନଥିଲେ କିନ୍ତୁ ଆଜି ସନ୍ଧ୍ୟାରେ ସେ ବହୁତ ଭଲ ଅନୁଭବ କରୁଥିଲେ। ଭଗବାନ ଚାହାଁନ୍ତି, ସେ ଶୀଘ୍ର ଠିକ୍ ହେଇଯିବେ ଏବଂ ସପ୍ତାହ ଶେଷରେ ଟିମ୍‌କୁ ଉତ୍ସାହିତ କରିବେ।”

ଏବେ କାହିଁକି ଡାକ୍ତରଖାନା ଯାଇଥିଲେ:

ଗୋଟିଏ ଦିନ ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା ଏବଂ ପୂରା ଆଇପିଏଲ ସିଜନ ସମୟରେ ଗୌରୀ ଖାନ ତାଙ୍କର ଯତ୍ନ ନେଉଥିବାର ନଜର ଆସିଥିଲେ। ବର୍ତ୍ତମାନ ଶାହରୁଖଙ୍କୁ ପୁଣିଥରେ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ଏଥର କିନ୍ତୁ ସେ ଆଖି ପାଇଁ ଡାକ୍ତରଖାନା ଯାଇଥିଲେ। ଜୁଲାଇ ୨୯ରେ ତାଙ୍କ ଆଖି ସର୍ଜରୀ ହୋଇଛି। କିନ୍ତୁ ଏହି ସର୍ଜରୀ ସଠିକ୍ ଭାବରେ ହୋଇପାରି ନାହିଁ, ଯେଉଁଥିପାଇଁ ସେ ଆମେରିକା ଯିବେ ବୋଲି କୁହାଯାଉଛି।

Advertisment

ଅଧିକ ପଢ଼ନ୍ତୁ: Viral Video: ଅନନ୍ତ-ରାଧିକାଙ୍କ ବିବାହରେ ଗର୍ଭବତୀ ଦୀପିକାଙ୍କୁ ଭେଟିଲେ ଶାହରୁଖ; ଚୁମ୍ବନ ଦେଲେ, ଆଲିଙ୍ଗନ କଲେ


ଆଜି  ଆମେରିକା ଯିବେ:

ରିପୋର୍ଟ ଅନୁଯାୟୀ, ଶାହରୁଖ ଖାନ୍ ଜୁଲାଇ ୩୦ରେ ଅର୍ଥାତ୍ ଆଜି ଚକ୍ଷୁ ଚିକିତ୍ସା ପାଇଁ ଆମେରିକା ଯାଉଛନ୍ତି। ସେ ଗତ କିଛି ଦିନ ହେବ ମୁମ୍ବାଇର ଏକ ଡାକ୍ତରଖାନାରେ ଚକ୍ଷୁ ଚିକିତ୍ସା କରୁଥିଲେ। ତାଙ୍କ ଆଖିରେ ମୋତିଆବିନ୍ଦୁ ହୋଇଥିବା ଜଣାପଡିଥିଲା। ଶାହରୁଖଙ୍କ ଉଭୟ ଆଖିରେ ଅସୁବିଧା ହେଉଥିଲା। ସେ ଭାରତରେ ଗୋଟିଏ ଆଖିର ଚିକିତ୍ସା କରେଇଛନ୍ତି ଏବଂ ଅନ୍ୟ ଆଖିକୁ ଆମେରିକାରେ କରେଇବେ ବୋଲି ଜଣାପଡିଛି।

ଅପରେସନ ପରେ ସ୍ୱିଜରଲ୍ୟାଣ୍ଡ ଯିବେ ଶାହରୁଖ:

ରିପୋର୍ଟ ଅନୁଯାୟୀ, ଶାହରୁଖ ଖାନ ମୁମ୍ବାଇର ଏକ ଡାକ୍ତରଖାନାରେ ଚକ୍ଷୁ ଅପରେସନ୍ କରିଥିଲେ, ଯାହା ଠିକ୍ ଭାବରେ କରାଯାଇ ନାହିଁ। ଏନେଇ ଆମେରିକାରେ ଚିକିତ୍ସା କରିବା ପରେ ଶାହରୁଖ ଭାରତ ଆସିବେ ନାହିଁ। ସେ ୭-୮ ଅଗଷ୍ଟରେ ସ୍ୱିଜରଲ୍ୟାଣ୍ଡ ଯିବେ। ତେବେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ କିମ୍ବା କୌଣସି ବୃତ୍ତିଗତ କାରଣରୁ ଶାହରୁଖ ସେଠାକୁ ଯିବେ ତାହା ଜଣାପଡିନି।

ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ:

କାମର କଥା କହିଲେ ଶାହରୁଖ ଖାନ ଆଗାମୀ ଫିଲ୍ମ 'କିଙ୍ଗ'ରେ ତାଙ୍କ ଝିଅ ସୁହାନା ଖାନଙ୍କ ସହ ନଜର ଆସିବେ। ଏହା ସୁହାନାର ଦ୍ୱିତୀୟ ଫିଲ୍ମ ହେବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ସୁଜାୟ ଘୋଷ। ସୁହାନା ଏହା ପୂର୍ବରୁ 'ଆର୍ଚିଜ୍' ସହିତ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ‘କିଙ୍ଗ୍‌’ର ସୁଟିଂ ପରେ ଶାହରୁଖ 'ପଠାନ ୨' ପାଇଁ କାମ କରିବେ। ଏହି ଫିଲ୍ମରେ ଅଭିଷେକ ବଚ୍ଚନଙ୍କୁ ଜଣେ ଭିଲେନ ଭାବେ ଦେଖିବାକୁ ମିଳିବ।

Bollywood Suhana Khan Gauri Khan Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ