Advertisment

'ଲୁପ୍ ଲପେଟା'ରେ ସାବିତ୍ରୀ ଓ ସତ୍ୟବାନଙ୍କ ଝଲକ

ରିଲିଜ୍ ହୋଇସାରିଛି 'ଲୁପ୍ ଲପେଟା'। ଏଥିରେ ଦେଖିବାକୁ ମିଳିବ ତାପସୀ ପନ୍ନୁ ଓ ତାହିର ରାଜ ଭସିନଙ୍କ ଜବରଦସ୍ତ ଅଭିନୟ। ଫିଲ୍ମରେ ଅନେକ କିଛି ଏକ୍ସପେରିମେଣ୍ଟ୍ ସହିତ ରହିଛି ନୂଆ ଧରଣର କାହାଣୀ।

author-image
Pramod Behera
Savitri and Satyavan modern story Loop Lapeta

Savitri and Satyavan modern story Loop Lapeta

ନୂଆଦିଲ୍ଲୀ: ଓଟିଟି ପ୍ଲାଟ୍‌ଫର୍ମରେ ତାପସୀ ପନ୍ନୁ ଓ ତାହିର ରାଜ ଭସିନଙ୍କ ଫିଲ୍ମ 'ଲୁପ୍ ଲପେଟା' ମୁକ୍ତିଲାଭ କରିଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଆକାଶ ଭାଟିଆ। 'ଲୁପ୍ ଲପେଟା' ହେଉଛି ୧୯୯୮ର ଜର୍ମାନ ଫିଲ୍ମ 'ରନ୍ ଲୋଲା ରନ୍'ର ଅଫିସିଆଲ୍ ରିମେକ୍। କିନ୍ତୁ ଏହି ଫିଲ୍ମ ଦେଖିବା ପରେ ସାବିତ୍ରୀ ଓ ସତ୍ୟବାନଙ୍କ ପୌରାଣିକ କାହାଣୀ ପ୍ରଥମେ ମନରେ ଝଲସି ଉଠେ।

Advertisment

ଏହିପରି ଭାବରେ, ଏକ ବିଦେଶୀ ଫିଲ୍ମର ରିମେକ୍ କରୁଥିବାବେଳେ ନିର୍ଦ୍ଦେଶକ ଏହାକୁ ସମ୍ପୂର୍ଣ୍ଣ ରୂପେ ଭାରତୀୟ ରଙ୍ଗରେ ରଙ୍ଗିନ୍ କରିଛନ୍ତି। ତାପସୀ ପନ୍ନୁ ଓ ତାହିରଙ୍କ ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଭାବେ ଏକ ଏକ୍ସପେରିମେଣ୍ଟାଲ୍ ଏବଂ ଏକ ନୂଆ ଧରଣର ସିନେମା ହେବ।

'ଲୁପ୍ ଲପେଟା'ର କାହାଣୀ ତାପସୀ ଓ ତାହିରଙ୍କୁ ନେଇ ଗତି ଗରୁଛି। ତାହିର ନିଜ ଭୁଲ ଯୋଗୁଁ ଏପରି ଏକ ଜାଲରେ ଫଶିଯାଉଛନ୍ତି ଯେ ସେ ଏଥିରୁ ବାହାରିବା ବାଟ ଜାଣି ପାରୁ ନାହାନ୍ତି। ଏହା ପରେ ତାଙ୍କ ଗର୍ଲଫ୍ରେଣ୍ଡ ତାପସୀ ତାଙ୍କୁ ଏହି ପରିସ୍ଥିତିରୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ସେ ସମୟର ଚକ୍ରରେ ଏପରି ଫଶିଯାଉଛନ୍ତି ଯାହା ଫଳରେ ଗୋଟିଏ ଘଟଣା ତିନି ଥର ଘଟୁଛି। ସେ ବାରମ୍ବାର ସେହି ସମୟକୁ ପଳେଇଯାଉଛନ୍ତି, ଏବଂ ପ୍ରତ୍ୟେକ ଥର ନିଜ ଭୁଲକୁ ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି।

Advertisment

ଏହିପରି ଭାବେ ତାପସୀ ପନ୍ନୁ ସାରା ଫିଲ୍ମରେ ତାହିରଙ୍କୁ ବଞ୍ଚାଇବା ପାଇଁ ଦୌଡୁଥିବା ଦେଖାଯାଆନ୍ତି। ଜଣେ ପ୍ରେମିକାର ତା’ ପ୍ରେମ ପ୍ରତି କର୍ତ୍ତବ୍ୟ ଓ ନିଷ୍ଠାକୁ ନିର୍ଦ୍ଦେଶକ ଖୁବ ଚମତ୍କାର ଭାବେ ଏହି ଫିଲ୍ମ ମାଧ୍ୟମରେ ଦେଖେଇଛନ୍ତି। ତେବେ ଏହି ଫିଲ୍ମରେ ସବୁ କିଛି ଠିକ୍ ଠାକ୍ ଚାଲିଥିବା ବେଳେ ଏହି କିଛି ଅଛି ଯାହାକୁ ସହଜରେ ହଜମ କରାଯାଉନି। ତେବେ ଏହି ସିକ୍ୱେଲ୍‌କୁ ଏଡାଯାଇ ପାରିଥାନ୍ତା।

ଯଦି ଅଭିନୟକୁ ଦେଖାଯାଏ ତେବେ ତାପସୀ ପନ୍ନୁ ତାଙ୍କ ଚରିତ୍ରକୁ ଚମତ୍କାର ଭାବରେ ଉତ୍ତାରି ପାରିଛନ୍ତି। ସେ ପ୍ରମାଣ କରିଦେଇଛନ୍ତି ଯେ ସେ ତାଙ୍କର ପ୍ରତ୍ୟେକ ଫିଲ୍ମକୁ ନେଇ ପରୀକ୍ଷଣ କରୁଛନ୍ତି ଏବଂ ଚରିତ୍ରକୁ ପରଦାରେ କିପରି ଫୁଟେଇ ପାରିବେ ତାହା ସେ ଭଲ ଭାବେ ଜାଣନ୍ତି।

ତାହିର ରାଜ ଭସିନ ମଧ୍ୟ ସତ୍ୟାଙ୍କ ଟପୋରି ଷ୍ଟାଇଲ୍‌ ଓ ଚରିତ୍ରର ସବୁ ସେନ୍ସକୁ ଧରିପାରିଛନ୍ତି। ଗୋଆର ପୃଷ୍ଠଭୂମିରେ ସେଟ୍ ହୋଇଥିନା ଏହି ଫିଲ୍ମ ଏହାର ପରୀକ୍ଷଣ ଓ ନୂଆ ଧରଣର କାହାଣୀ ହେତୁ ଏହାକୁ ସମସ୍ତେ ଦେଖିବା ଉଚିତ।

Bollywood
Advertisment
Advertisment