/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678620888.jpg)
Satish Kaushik
ହତ୍ୟା ନା ସ୍ୱାଭାବିକ ମୃତ୍ୟୁ ? ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ପରେ ଦିନ ଯେତିକି ଗଡ଼ୁଛି, ସେତିକି ନୂଅ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ସତୀଶ କୌଶିକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଚାଲିଛି । ତେବେ ପଚରାଉଚରା ବେଳେ ତାଙ୍କ ମ୍ୟାନେଜର ସାନ୍ତୋଷ ରାୟ ବଡ଼ ଖୁଲାସା କରିଛନ୍ତି । ଅପରାହ୍ନ ୩ ଟାପରେ ଫାର୍ମ ହାଉସରେ କୌଣସି ପାର୍ଟି ନଥିବା ସେ କହିଛନ୍ତି । ରଙ୍ଗର ପର୍ବ ହୋଲିକୁ ବେଶ୍ ହସଖୁସିରେ ପାଳନ କରିବା ପରେ ସତୀଶ ଫାର୍ମ ହାଉସରେ ଥିବା ନିଜ କୋଠରୀକୁ ଚାଲି ଯାଇଥିଲେ ।
ପରେ ସତୀଶ କୌଶିକ ୯ଟାରେ ରାତ୍ରୀ ଭୋଜନ ପାଇଁ ଆସିଥିଲେ । ଖାଇବା ଶେଷ ହେବା ପରେ ସେ ପୁଣି ନିଜ କୋଠରୀକୁ ଚାଲିଯାଇଥିଲେ । ଆଉ ରୁମରେ ପହଞ୍ଚିବା ପରେ ସେ ନିଜ ଆଇପ୍ୟାଡରେ ସିନେମାର କିଛି କ୍ଲିପ୍ ଦେଖିବା ଆରମ୍ଭ କରିଥିଲେ । ହେଲେ ରାତି ପ୍ରାୟ ୧୨ଟା ବେଳେ ସେ ମ୍ୟାନେଜନ ସନ୍ତୋଷ ରାୟଙ୍କୁ କଲ୍ କରି ଅସୁସ୍ଥତା ସମ୍ପର୍କରେ କହିଥିଲେ । ମନ ବିଚଳିତ ହେବା ସହ ଛାତିରେ ଯନ୍ତ୍ରଣା ହେଉଥିବା କଥା ମ୍ୟାନେଜରକୁ ଜଣାଇଥିଲେ ।
ଏକଥା ଜାଣିବା ପରେ ସନ୍ତୋଷ ତୁରନ୍ତ ଫାର୍ମ ହାଉସରେ ପହଞ୍ଚି ସତୀଶଙ୍କୁ ଗୁରୁଗ୍ରାମର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ହୃଦଘାତ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।
ହେଲେ ଗତକାଲି ସତୀଶଙ୍କ ମୃତ୍ୟୁ ସମ୍ପର୍କରେ ଜଣେ ବ୍ୟବସାୟୀଙ୍କ ପତ୍ନୀ ଦିଲ୍ଲୀ ପୋଲିସ କମିଶନର କାର୍ଯ୍ୟାଳୟରେ ବିସ୍ଫୋରକ ବୟାନ ରଖିଛନ୍ତି । ମହିଳା ଜଣକ ପ୍ରତିକ୍ରିୟାରେ ତାଙ୍କ ସ୍ୱାମୀଙ୍କ ଉପରେ ହତ୍ୟାର ଅଭିଯୋଗ ଆଣିଛନ୍ତି । ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କୁ ହତ୍ୟା କରାଯାଇଛି ବୋଲି । ତାଙ୍କ ସ୍ୱାମୀ ସତୀଶଙ୍କୁ ହତ୍ୟା କରିଥିବା କହିବା ପରେ ହଇଚଇ ସୃଷ୍ଟି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)