କମେଡିଆନ ସମୟ ରୈନାଙ୍କ India's Got Latent ସୋ'ରେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କ ଅଶ୍ଳୀଳ କମେଣ୍ଟକୁ ନେଇ ବିବାଦ ଥମିବାର ନାଁ ଧରୁନି । ବିବାଦ ତେଜିବା ସହିତ ରଣବୀର ଓ ସମୟଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଏଫଆଇଆର ରୁଜୁ ହୋଇଛି । ଏପରିକି ସଂସଦ ଯାଏଁ ପହଞ୍ଚିଛି ଏହି ପ୍ରସଙ୍ଗ । ଏହାରି ମଧ୍ୟରେ ବିବାଦକୁ ନେଇ ବର୍ତ୍ତମାନ ନୀରବତା ଭାଙ୍ଗିଛନ୍ତି କମେଡିଆନ ସମୟ ରୈନା । ସେ ନିଜର ସୋ'ରୁ ସମସ୍ତ ଭିଡିଓ ଡିଲିଟ୍ କରିଦେଇଛନ୍ତି ।
ସମୟ ରୈନା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଯାହାବି କିଛି ହେଉଛି ଏହାକୁ ହ୍ୟାଣ୍ଡେଲ କରିବା ମୋ ପାଇଁ ଖୁବ୍ କଠିନ ହୋଇଯାଉଛି । ମୁଁ 'ଇଣ୍ଡିଆଜ ଗଟ୍ ଲାଟେଣ୍ଟ'ର ସମସ୍ତ ଭିଡିଓ ଚ୍ୟାନେଲରୁ ହଟାଇ ଦେଇଛି । ମୋର ଉଦ୍ଦେଶ୍ୟ କେବଳ ଲୋକଙ୍କୁ ହସାଇବା ଥିଲା । ଏହି ଘଟଣାର ଯାଞ୍ଚ ଠିକ୍ ଭାବେ ହେଉ, ଏଥିପାଇଁ ମୁଁ ସବୁ ଏଜେନ୍ସିକୁ ସହଯୋଗ କରିବାକୁ ପ୍ରସ୍ତୁତ ।
ଅଧିକ ପଢନ୍ତୁ: ଅଶ୍ଳୀଳ କମେଣ୍ଟ୍ କରି ହରଡଘଣାରେ ରଣବୀର ଆହ୍ଲାବାଦିଆ; ବ୍ରେକ୍ଅପ୍ କଲେ ଗର୍ଲଫ୍ରେଣ୍ଡ
ଷ୍ଟାଣ୍ଡଅପ୍ କମେଡିଆନ୍ ଭାବେ ଜଣାଶୁଣା ସମୟ ରୈନାଙ୍କ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ବେଶ୍ ଚର୍ଚ୍ଚାରେ ରହିଥାଏ । କିନ୍ତୁ ଅନେକ ସମୟରେ ଏଥିରେ ଲୋକଙ୍କୁ ବିବାଦୀୟ ପ୍ରଶ୍ନ ପଚରାଯାଉଥିବା ବେଳେ ଏଥର ଏହା ସବୁ ସୀମା ଟପିଯାଇଥିଲା । ଏହି 'ଶୋ’ର ଲାଟେଷ୍ଟ ଏପିସୋଡରେ ୟୁଟ୍ୟୁବର ଆଶୀଷ ଚଞ୍ଚଲାନୀ, ଅପୂର୍ବ ମଖିଜା, ରଣବୀର ଆହ୍ଲାବାଦିଆଙ୍କୁ ଦେଖିବାକୁ ମିଳିଥିଲା । ଏଥିରେ ରଣବୀର ଆହ୍ଲାବାଦିଆ ପିତାମାତାଙ୍କୁ ନେଇ ଅଶ୍ଳୀଳ କମେଣ୍ଟ କରିଥିଲେ, ଯାହାକୁ ନେଇ ବଢିଚାଲିଛି ବିବାଦ ।
ବର୍ତ୍ତମାନ ରାଜନେତାଙ୍କ ଠାରୁ ଆରମ୍ଭ କରି ବଲିଉଡ୍ ଅଭିନେତା ଏବଂ ହାସ୍ୟ ଅଭିନେତାମାନେ ରଣବୀରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହା ମଧ୍ୟରେ ତାଙ୍କର ଗର୍ଲଫ୍ରେଣ୍ଡ ମଧ୍ୟ ତାଙ୍କୁ ଛାଡ଼ିଦେଇଛନ୍ତି ।