Advertisment

Salman Khan Security Breach: ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ତ୍ରୁଟି, ଗ୍ୟାଲେକ୍ସି ଆପାର୍ଟମେଣ୍ଟ ପଶିଗଲେ ୨ ଅଜଣା ବ୍ୟକ୍ତି

ସଲମାନ ଖାନ ମୁମ୍ବାଇର ବାନ୍ଦ୍ରାସ୍ଥିତ ଗ୍ୟାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି । ସଲମାନଙ୍କ ସୁରକ୍ଷା ପାଇଁ ପୋଲିସ କର୍ମଚାରୀ ମଧ୍ୟ ନିୟୋଜିତ ଅଛନ୍ତି, ଏପରି ପରିସ୍ଥିତିରେ ସଲମାନଙ୍କ ଘରେ ଜଣେ ଅଜଣା ମହିଳା ପହଞ୍ଚିବା ଚିନ୍ତାର ବିଷୟ ।

ଅଦ୍ୟତନ ହୋଇଛି
ସଲମାନଙ୍କ ଘରେ ପଶିଗଲେ ଯୁବକ

ସଲମାନଙ୍କ ଘରେ ପଶିଗଲେ ଯୁବକ

Advertisment

ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ବଡ଼ ଧରଣର ତ୍ରୁଟି । ଗତ ବୁଧବାର ସଲମାନ ଖାନଙ୍କ ସୁରକ୍ଷାରେ ଆଉ ଏକ ବଡ଼ ତ୍ରୁଟି ପରିଲିକ୍ଷିତ ହୋଇଛି । ଯେଉଁଠାରେ ଜଣେ ଅଜଣା ମହିଳା ସଲମାନଙ୍କ ଆପାର୍ଟମେଣ୍ଟ ଭିତରକୁ ପ୍ରବେଶ କରିଥିଲେ । ଏମିତି କି ଅଜଣା ମହିଳା ଜଣକ ସଲମାନଙ୍କ ଫ୍ଲାଟ୍‌ ନିକଟକୁ ମଧ୍ୟ ପହଞ୍ଚି ଯାଇଥିଲେ । କିନ୍ତୁ ସଲମାନଙ୍କ ସୁରକ୍ଷାକର୍ମୀ ଉକ୍ତ ମହିଳାଙ୍କୁ ଧରିବା ସହ ପୋଲିସର ହସ୍ତାନ୍ତର କରିଥିଲେ । ପୋଲିସ୍‌ ଉକ୍ତ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ବେଆଇନ ଅନୁପ୍ରବେଶ ମାମଲା ରୁଜୁ କରାଯାଇଛି । ମହିଳାଙ୍କ ନାମ ଇଶା ଛାବ୍ରା ସୂଚନା ମିଳିଛି ।

Advertisment

ସଲମାନ ଖାନ ମୁମ୍ବାଇର ବାନ୍ଦ୍ରାସ୍ଥିତ ଗ୍ୟାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି । ସଲମାନଙ୍କ ସୁରକ୍ଷା ପାଇଁ ପୋଲିସ କର୍ମଚାରୀ ମଧ୍ୟ ନିୟୋଜିତ ଅଛନ୍ତି, ଏପରି ପରିସ୍ଥିତିରେ ସଲମାନଙ୍କ ଘରେ ଜଣେ ଅଜଣା ମହିଳା ପହଞ୍ଚିବା ଚିନ୍ତାର ବିଷୟ । ତେବେ କାହିଁକି ଅଜଣା ମହିଳା ଜଣକ ସଲମାନଙ୍କ ଘରେ ପଶିଥିଲେ, ସେନେଇ ପୋଲିସ୍‌ ଏବେ ତଦନ୍ତ ଜାରି ରଖିଛି ।

ଅଧିକ ପଢ଼ନ୍ତୁ: ନିଆ ଶର୍ମା ସୋସିଆଲ ମିଡିଆରେ ପୋଷ୍ଟ୍ କଲେ ଏମିତି ଫଟୋ, ଲୋକେ ଦେଖି ଆଶ୍ଚର୍ଯ୍ୟ

Advertisment

ସଲମାନ ଖାନଙ୍କୁ ପୂର୍ବରୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଅନେକ ଧମକ ମିଳିଛି । ତାଙ୍କ ଘର ଉପରକୁ ଗୁଳିମାଡ଼ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହାକୁ ଦୃଷ୍ଟିରେ ରଖି, ମହାରାଷ୍ଟ୍ରର ଗୃହ ରାଷ୍ଟ୍ରମନ୍ତ୍ରୀ ଯୋଗେଶ କଦମ ସଲମାନ ଖାନଙ୍କ ଘରେ ଅନୁପ୍ରବେଶ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ "ସଲମାନ ଖାନଙ୍କୁ ଏପର୍ଯ୍ୟନ୍ତ ମିଳିଥିବା ଧମକ ଯୋଗୁଁ ତାଙ୍କୁ ସୁରକ୍ଷା ଦିଆଯାଇଛି। ଏଜେନ୍ସିଗୁଡ଼ିକ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି। ସଲମାନଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ।"

ଏହା ପୂର୍ବରୁ ମଧ୍ୟ ଜଣେ ବ୍ୟକ୍ତି ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟରେ ବେଆଇନ ଭାବରେ ପ୍ରବେଶ କରିଥିଲେ। ସୂଚନା ଅନୁଯାୟୀ, ଏହି ଘଟଣାଟି ମେ ୨୦ ତାରିଖ ସନ୍ଧ୍ୟା ୭:୧୫ ସମୟରେ ଘଟିଥିଲା। ଏହି ମାମଲାରେ, ପୋଲିସ ଜିତେନ୍ଦ୍ର କୁମାର ସିଂହ ନାମକ ଜଣେ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଜିତେନ୍ଦ୍ର କୁମାର ଛତିଶଗଡ଼ର ଜଣେ ବାସିନ୍ଦା।

Advertisment

ପୋଲିସ ସୂତ୍ରରୁ ଜଣାପଡିଛି ଯେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୨୯(୧) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ସଲମାନଙ୍କ ସୁରକ୍ଷା ପାଇଁ ନିୟୋଜିତ ଜଣେ ପୋଲିସ ଅଧିକାରୀ ବାନ୍ଦ୍ରା ପୋଲିସକୁ ଦେଇଥିବା ତାଙ୍କ ବୟାନରେ କହିଛନ୍ତି ଯେ ମେ’ ୨୦ ସକାଳ ପ୍ରାୟ ୯.୪୫ ସମୟରେ, ଜଣେ ଅଜଣା ବ୍ୟକ୍ତି ଗାଲାକ୍ସି ଆପାର୍ଟମେଣ୍ଟରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ଅଧିକାରୀ ଜଣକ ତାଙ୍କୁ ସେଠାରୁ ଚାଲିଯିବାକୁ କହିଲେ। ଏଥିରେ ବ୍ୟକ୍ତି ଜଣକ ରାଗି ଯାଇ ତାଙ୍କ ମୋବାଇଲକୁ ତଳେ ଫୋପାଡ଼ି ଭାଙ୍ଗି ଦେଇଥିଲେ।

ଏହା ପରେ ସନ୍ଧ୍ୟା ପ୍ରାୟ ୭:୧୫ ସମୟରେ, ସେହି ବ୍ୟକ୍ତି ପୁଣି ଥରେ ଗ୍ୟାଲାକ୍ସି ଆପାର୍ଟମେଣ୍ଟର ମୁଖ୍ୟ ଫାଟକ ନିକଟକୁ ଆସିଥିଲେ ଏବଂ ଗ୍ୟାଲାକ୍ସି ଆପାର୍ଟମେଂଟରେ ରହୁଥିବା ଜଣେ ବ୍ୟକ୍ତିଙ୍କ କାରରେ ଲୁଚି ଭିତରକୁ ପ୍ରବେଶ କରିଥିଲେ। ସୁରକ୍ଷା କର୍ମୀମାନେ ତାଙ୍କୁ ଧରି ବାନ୍ଦ୍ରା ପୁଲିସକୁ ହସ୍ତାନ୍ତର କରିଥିଲେ, ଏବଂ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି ।

ଅଧିକ ପଢ଼ନ୍ତୁ: ମୋଦିଙ୍କ ନେକ୍‌ଲେସ୍ ପିନ୍ଧି କାନ୍ସରେ ଚକ୍‌ମା ଦେଖାଇଲେ ଭାରତୀୟ ମଡେଲ୍; ରାତାରାତି ଭାଇରାଲ୍

Salman Khan Mumbai Security Breach
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ