Advertisment

ଏକ୍ସ ଗର୍ଲଫ୍ରେଣ୍ଡ୍‌ଙ୍କ ଖୁଲାସା- ‘୮ ବର୍ଷ ଧରି ସଲମାନ୍‌ ମୋତେ ପିଟୁଥିଲେ ଓ ଶୋଷଣ କରିଥିଲେ’

ସଲମାନ୍‌ ଓ ସୋମିଙ୍କ ଆଫାୟର୍ସକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ହେଲେ ପରେ ଅଭିନେତ୍ରୀ ସୋମି ବଲିଉଡ୍‌କୁ ଅଲ୍‌ବିଦା କହିଥିଲେ। ଏବେ ସୋସିଆଲ୍‌ ମିଡିଆରେ ସେ ବେଶ୍‌ ଆକ୍ଟିଭ୍‌ ରହିବା ସହ ସଲମାନ୍‌ଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଖୁଲାସା କରୁଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Salman Khan’s Ex-GF Somy Ali Allegedly Beaten Up By The Actor

Salman Khan’s Ex-GF Somy Ali Allegedly Beaten Up By The Actor

ନିଜର ଫିଲ୍ମ ହେଉ କିମ୍ବା ଅନ୍ୟ କୌଣସି ଘଟଣାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। ସଲମାନ୍‌ଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍‌ ତଥା ବଲିଉଡ୍‌ର ପୂର୍ବତନ ଅଭିନେତ୍ରୀ ସୋମି ଅଲ୍ଲୀ ଏହି ଅଭିଯୋଗ ଆଣିଛନ୍ତି। ୯୦ ଦଶକରେ ସୋମି ବଲିଉଡ୍‌ରେ କିଛି ଫିଲ୍ମରେ ଅଭିନୟ କରିଥିଲେ। ସେହି ସମୟରେ ସଲମାନ୍‌ ଓ ସୋମିଙ୍କ ଆଫାୟର୍ସକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ହେଲେ ପରେ ଅଭିନେତ୍ରୀ ସୋମି ବଲିଉଡ୍‌କୁ ଅଲ୍‌ବିଦା କହିଥିଲେ। ଏବେ ସୋସିଆଲ୍‌ ମିଡିଆରେ ସେ ବେଶ୍‌ ଆକ୍ଟିଭ୍‌ ରହିବା ସହ ସଲମାନ୍‌ଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଖୁଲାସା କରୁଛନ୍ତି। 

Advertisment

ପୋଷ୍ଟ ଶେୟାର କରି ସୋମି ଲେଖିଛନ୍ତି, ଏମିତି ଅନେକ ଥର ଆପଣଙ୍କ ସହ ଘଟିଥିବ, ଆପଣ କିଛି ପୋଷ୍ଟ କରିଛନ୍ତି ଓ ପରେ ଏହାକୁ ପୁଣି ଡିଲିଟ୍‌ କରି ଦେଇଛନ୍ତି...ଆପଣ କ’ଣ ଏହା ପଛର କାରଣ ଶେୟାର କରିପାରିବେ ? ହଁ, କାରଣ ମୋତେ ରାଗ ଲାଗିବାରୁ କିଛି ଅପଶବ୍ଦର ବ୍ୟବହାର କରିଥିଲି। ଜଣେ ଏନ୍‌ଜିଓର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ସୋସିଆଲ ମିଡିଆରେ ଏଭଳି ଅଶାଳୀନ ପୋଷ୍ଟ କରିବା ମୋ ପାଇଁ ଠିକ୍‌ ନୁହେଁ। ଏଥିପାଇଁ ଏହାକୁ ମୁଁ ଡିଲିଟ୍‌ କରି ଦେଇଥିଲି।

ସୋମି ଓ ସଲମାନଙ୍କ ଆଫାୟର୍ସ...

ଏମିତି କ’ଣ ହୋଇଥିଲା  ସୋମି ଓ ସଲମାନଙ୍କ ମଧ୍ୟରେ ? କାହିଁକି ସେମାନଙ୍କର ସମ୍ପର୍କ ତୁଟି ଯାଇଥିଲା ? ଉଭୟଙ୍କ ସମ୍ପର୍କକୁ ନେଇ ଏମିତି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ସଲମାନ୍‌ଙ୍କୁ ନେଇ ସୋମି କହିଛନ୍ତି, ‘ତାଙ୍କ(ସଲମାନ୍) ସହ ବିତାଇ ଥିବା ୮ ବର୍ଷ ମୋ ଜୀବନର ସବୁଠାରୁ ଖରାପ ବର୍ଷ ଥିଲା। ତାଙ୍କର ଅନେକ ଝିଅଙ୍କ ସହ ଆଫାୟର୍ସ ଥିଲା। ଖାଲି ଏତିକି ନୁହେଁ ଲଗାତାର ଭାବେ ସେ ମୋତେ ଅସୁନ୍ଦର, ମୁର୍ଖ ଓ ମୁକ ବୋଲି କହି ହୀନ ଦେଖାଉଥିଲେ। ଏମିତି କେଉଁ ଗୋଟିଏ ଦିନ ନାହିଁ ସେ ମୋତେ ହୀନ ଦେଖାଇ ନାହାନ୍ତି। ବହୁ ବର୍ଷ ଧରି ସେ ସର୍ବସାଧାରଣରେ ମୋତେ ତାଙ୍କ ଗର୍ଲଫ୍ରେଣ୍ଡ୍‌ ଭାବେ ସ୍ୱୀକାର କରିନଥିଲେ। ଶେଷରେ ଯେତେବେଳେ ସ୍ୱୀକାର କଲେ, ସେତେବେଳେ ସେ ତାଙ୍କ ସାଙ୍ଗମାନଙ୍କ ସାମ୍ନାରେ ଅପମାନିତ କରିବା ସହ ଗାଳି କରିଥିଲେ।’

Advertisment

‘ମୋତେ ଏସବୁ କହିବା ପାଇଁ ଖରାପ ଲାଗୁ ନାହିଁ। କାରଣ ସଲମାନ୍‌ଙ୍କ ଏଭଳି ବ୍ୟବହାର ଦେଖି ମୁଁ ଅନ୍ୟମାନଙ୍କ ସହ କଥା ହେବା ଆରମ୍ଭ କରିଥିଲି। ମୁଁ ଏମିତି ଜଣେ ଜୀବନସାଥୀଙ୍କୁ ଚାହୁଁଥିଲି, ଯିଏକି ମୋର ଦେଖାଶୁଣା କରିବ ଓ ମୋତେ ଭଲ ପାଇବ। ହେଲେ ମୁଁ ଜାଣିନଥିଲି ଏଭଳି ଲୋକ କେବଳ ମୋତେ ୟୁଜ୍‌ କରୁଥିଲେ। ଯେତେବେଳେ ଅନ୍ୟ ଜଣଙ୍କ ସହ ମୋର ରିଲେସନଶିପ୍‌ ସମ୍ପର୍କରେ ସଲମାନ୍‌ ଜାଣିଲେ, ଏହାପରେ ସେ ମୋତେ ବହୁତ ମାଡ଼ ମାରିଥିଲେ। କେବଳ ପୁରୁଷ ହିଁ ମହିଳାଙ୍କୁ ଧୋକା ଦେଇପାରିବ ବୋଲି ସଲମାନ୍‌ କହିଥିଲେ।’

ଏହା ପୂର୍ବରୁ ସୋମି, ସଲମାନ୍‌ଙ୍କ ସହ ଏକ ପୁରୁଣା ଫଟୋ ଶେୟାର କରି ‘ଶାରୀରିକ ନିର୍ଯାତନା’ ସମ୍ପର୍କରେ ଲେଖିଥିଲେ। ଇନ୍‌ଷ୍ଟାଗ୍ରାମରେ ସେ ଲେଖିଥିଲେ,‘ଭାରତରେ ମୋ ଶୋ’କୁ ବ୍ୟାନ୍‌ କରିବା, ପରେ ଧମକ ଦେବା... ତୁମେ ପୁରା ବେକାର ଓ ଭୟଭୀତ। ମୋ ପାଖରେ ୫୦ ଜଣ ଓକିଲ ଅଛନ୍ତି। ବର୍ଷ ବର୍ଷ ଧରି ତୁମେ କରିଥିବା ଶୋଷଣ, ନିର୍ଯାତନାରୁ ସେମାନେ ମୋତେ ରକ୍ଷା କରିବେ’। 

Advertisment
Advertisment