Advertisment

ସଲମାନ ଖାନ କାହିଁକି ପିନ୍ଧନ୍ତି ବ୍ରେସ୍‌ଲେଟ୍‌; କହିଲେ ଏହାର ରହସ୍ୟ

ବଲିଉଡ୍‌ର ଭାଇଜାନ ସଲମାନ ଖାନଙ୍କ ହାତରେ ପ୍ରାୟ ଶୋଭାପାଏ ଏକ ବ୍ରେସ୍‌ଲେଟ୍‌। ଏହାକୁ ସମସ୍ତେ ଫିଲ୍ମରେ ଦେଖିଥିଲେ ବି ଏହା ପଛରେ ଲୁଚିଥିବା ରାଜ୍‌ ବିଷୟରେ ଜାଣି ନ ଥିବେ। ସଲମାନ ନିଜେ ଏହାର ରହସ୍ୟ ଖୋଲିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Salman Khan revealed the importance of his bracelet

Salman Khan revealed the importance of his bracelet

ମୁମ୍ବାଇ: ସଲମାନ ଖାନ ଜଣେ ବ୍ରେସ୍‌ଲେଟ୍‌ ପ୍ରିୟ ମଣିଷ। ସେ ତାଙ୍କ ବ୍ରେସ୍‌ଲେଟ୍‌କୁ ଖୁବ ଭଲ ପାଆନ୍ତି। ନିଜ ବ୍ରେସ୍‌ଲେଟ୍ ବିନା ସେ କ୍ୱଚିତ୍ ଦେଖାଯାଆନ୍ତି । ପ୍ରାୟ ସବୁ ଫିଲ୍ମରେ ଆମେ ତାଙ୍କୁ ବ୍ରେସ୍‌ଲେଟ୍ ପିନ୍ଧିଥିବା ଦେଖୁ। ଦିନେ ସଲମାନ ତାଙ୍କର ଜଣେ ପ୍ରଶଂସକଙ୍କ ସହ କଥା ହେଉଥିବା ବେଳେ ବ୍ରେସ୍‌ଲେଟ୍ ପିନ୍ଧିଥିଲେ ଏବଂ ଏହା ସହ ଜଡିତ କାହାଣୀକୁ ପ୍ରକାଶ କରିଥିଲେ।

Advertisment

ସଲମାନଙ୍କ ଫ୍ୟାନ୍ ପେଜ୍ ଏକ ପୁରୁଣା ଭିଡିଓ ଶେୟାର କରିଛି। ଏହି ଭିଡିଓରେ ସଲମାନ ତାଙ୍କ ବ୍ରେସ୍‌ଲେଟ୍ ପିନ୍ଧିବାର କାହାଣୀ ବିଷୟରେ କହୁଥିବା ଦେଖାଯାଏ। ଏହି ଥ୍ରୋବ୍ୟାକ୍ ଭିଡିଓରେ, ଏକ ଇଭେଣ୍ଟରେ ଉପସ୍ଥିତ ଥିବା ଜଣେ ପ୍ରଶଂସକ ସଲମାନଙ୍କୁ ଏହି ବ୍ରେସ୍‌ଲେଟ୍‌ର ମହତ୍ତ୍ୱ ବିଷୟରେ ପଚାରିଥିଲେ।

ପ୍ରଶଂସକଙ୍କ ପ୍ରତିକ୍ରିୟାରେ ସଲମାନ ଖାନ କହିଛନ୍ତି ଯେ “ମୋ ବାପା ଏହାକୁ ସବୁବେଳେ ପିନ୍ଧୁଥିଲେ। ଏହା ତାଙ୍କ ହାତକୁ ଖୁବ ମାନୁଥିଲା। ପିଲାମାନେ ଯେପରି ଜିନିଷ ସହିତ ଖେଳନ୍ତି, ମୁଁ ମଧ୍ୟ ସେ ବ୍ରେସ୍‌ଲେଟ୍ ସହିତ ଖେଳୁଥିଲି। ପରେ ଯେତେବେଳେ ମୁଁ କାମ କରିବା ଆରମ୍ଭ କଲି, ଏହା ମୋ ହାତକୁ ଫିଟ୍ ହେଇଗଲା। ଏହି ପଥରକୁ ଫିରୋଜା କୁହାଯାଏ।” ସଲମାନ ତାଙ୍କ ବ୍ରେସଲେଟରେ ଥିବା ପଥର ଫିରୋଜାର ଗୁଣ ବିଷୟରେ ମଧ୍ୟ କହିଥିଲେ।

Advertisment

ସଲମାନ ଖାନ କହିଛନ୍ତି ଯେ ଫିରୋଜା ଦୁଇ ପ୍ରକାରର 'ଜୀବନ୍ତ ପଥର' ମଧ୍ୟରୁ ଗୋଟିଏ। ସେ କହିଛନ୍ତି, “ଏହା ଦ୍ୱାରା କ’ଣ କ’ଣ ହୁଏ ନା ଯଦି ଆପଣଙ୍କ ଉପରେ କୌଣସି ନକରାତ୍ମକତା ଆସେ, ତେବେ ପ୍ରଥମେ ଏହା ତାହାକୁ ଗ୍ରହଣ କରିନିଏ ଏବଂ ତାକୁ ନଷ୍ଟ କରିଦିଏ। ତା’ପରେ ଏହା ଉପରେ ଫାଟ ସୃଷ୍ଟି ହୁଏ। ଏହା ହେଉଛି ମୋର ସପ୍ତମ ପଥର।”

ଗତ ମାସରେ ସଲମାନ ଖାନଙ୍କ ୫୬ ତମ ଜନ୍ମଦିନ ଥିଲା। ଭାଇଜାନ ତାଙ୍କ ପାନଭେଲ ଫାର୍ମହାଉସ୍‌ରେ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନର ଠିକ ପୂର୍ବରୁ ସଲମାନ ଖାନଙ୍କୁ ସାପ କାମୁଡ଼ି ଦେଇଥିଲା ଏବଂ ତାଙ୍କୁ ୬ ଘଣ୍ଟା ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା। ଚିକିତ୍ସାରୁ ସୁସ୍ଥ ହେବା ପରେ ସେ ତାଙ୍କ ଜନ୍ମଦିନ ପାର୍ଟିକୁ ଧୂମଧାମରେ ମନେଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟର ଅପଡେଟ୍ ମଧ୍ୟ ଗଣମାଧ୍ୟମକୁ ଦେଇଥିଲେ।

Bollywood
Advertisment
Advertisment