Advertisment

‘ବିଗ୍ ବସ୍ ସିଜନ ୧୬’..କାହିଁକି ବାରମ୍ବାର ହୋଷ୍ଟ କରୁଛନ୍ତି ସଲମାନ, ଖୁଲାସା କଲେ କାରଣ

ପରଦାରେ ଖୁବ୍ ଶିଘ୍ର ଆସିବ ‘ବିଗ୍ ବସ୍ ସିଜନ ୧୬’। ସଲମାନ ଖାନ ପୁଣି ହୋଷ୍ଟ୍ କରୁଥିବା ନଜର ଆସିବେ। ତେବେ ସେ କାହିଁକି ବାରମ୍ବାର ହୋଷ୍ଟ କରୁଛନ୍ତି, ତା’ର ଖୁଲାସା କରିଛନ୍ତି

ଅଦ୍ୟତନ ହୋଇଛି
Bigg Boss Season 16

SalmanKhan reacts to his fees

Advertisment

ବିଗ୍ ବସ୍ ସିଜନ ୧୬ର ବିଗୁଲ୍ ବାଜିଯାଇଛି। ଏଥିରେ ସଲମାନ ଖାନ ଙ୍କୁ ପୁଣି ଥରେ ହୋଷ୍ଟ୍ କରୁଥିବା ଦେଖିବାକୁ ମିଳିବ। ତେବେ ବିଗ୍ ବସରେ ବାରମ୍ବାର କାହିଁକି ସଲମାନ ହୋଷ୍ଟ କରୁଛନ୍ତି, ତା’ର କାରଣ ପଚାରିବାରୁ ସଲମାନ ହସି ହସି କହିଲେ...ମୋର ବିକଳ୍ପ ନାହିଁ। ସେ ଯେତେ ମନା କଲେ ମଧ୍ୟ ଚ୍ୟାନେଲ୍ ମାଲିକ ତାଙ୍କୁ ଛାଡୁ ନାହାନ୍ତି। 

Advertisment

ମଙ୍ଗଳବାର ମୁମ୍ବାଇରେ ବିଗ୍ ବସ୍ ସିଜନ୍ ୧୬ର ସାମ୍ବାଦିକ ସମ୍ମିଳନୀରେ ବିଗ୍ ବସ୍ ହୋଷ୍ଟ୍‌ ସଲମାନ ଖାନଙ୍କୁ ଏକ ମଜାଳିଆ ଢଙ୍ଗରେ ଦେଖିବାକୁ ମିଳିଥିଲା। ଏହି ସାମ୍ବାଦିକ ସମ୍ମିଳନୀକୁ 'ବିଗ୍ ବସ୍ ସିଜନ୍ ୭'ର ବିଜେତା ଗୌହର ଖାନ୍ ହୋଷ୍ଟ କରୁଥିଲେ।

ଅଧିକ ପଢ଼ନ୍ତୁ: ସଲମାନ୍‌ଙ୍କ ବଡ଼ ଖୁଲାସା-ବିଗ୍‌ ବସ୍‌-୧୬ରୁ ପାଇବେ କି ହଜାରେ କୋଟି

ମଞ୍ଚରେ ପ୍ରବେଶ କରିବା ସହିତ ସଲମାନ ଖାନଙ୍କୁ ଏମିତି କହିବାର ଦେଖିବାକୁ ମିଳିଥିଲା ଯେ ଗତଥର ଜୌହର ଏବଂ ଏଥର ଗୌହର। ସଲମାନ ଖାନ ତାଙ୍କ ଭିନ୍ନ ଷ୍ଟାଇଲରେ ପ୍ରଶ୍ନର ଉତ୍ତର ଦେଉଥିବାର ଦେଖାଯାଇଥିଲା ଏବଂ ଏହି ସମୟରେ ସେ ବିଗ୍ ବସ୍ ସିଜନ୍ ୧୬ ର ଏକମାତ୍ର ପ୍ରତିଯୋଗୀଙ୍କୁ ମଧ୍ୟ ସେ ପରିଚିତ କରାଇଥିଲେ।

Advertisment

ସଲମାନ ଖାନଙ୍କ ଫିଲ୍ମ "କିସି କା ଭାଇ କିସି କି ଜାନ" ରେ କାମ କରୁଥିବା କାଜାଖସ୍ତାନର ଅବଦୁ ରୋଜିକ୍ "ବିଗ୍ ବସ୍ ସିଜନ୍ ୧୬" ର ପ୍ରଥମ ପ୍ରତିଯୋଗୀ। ସେ ହିନ୍ଦୀ ଜାଣନ୍ତି ନାହିଁ କିନ୍ତୁ ହିନ୍ଦୀ ଗୀତଗୁଡ଼ିକୁ ଭଲ ଭାବରେ ଗାଇପାରନ୍ତି। ମଞ୍ଚରେ ତାଙ୍କର ପ୍ରବେଶ ସଲମାନ ଖାନଙ୍କ ଫିଲ୍ମ 'ମୈନେ ପ୍ୟାର୍‌ କିୟା'ର ‘ଦିଲ୍ ଦିୱାନା' ଗୀତ ସହିତ ହୋଇଥିଲା।

ପରେ ସଲମାନ ଖାନ ତାଙ୍କୁ ପରିଚିତ କରାଇ କହିଥିଲେ ଯେ ଅବଦୁ ରୋଜିକ୍ ମୋର ଫିଲ୍ମ 'କିସି କା ଭାଇ କିସି କି ଜାନ'ରେ କାମ କରୁଛନ୍ତି। ତାଙ୍କ ଉଚ୍ଚତାକୁ ଦେଖନ୍ତୁ ନାହିଁ, ତାଙ୍କୁ ମାତ୍ର ୧୮ ବର୍ଷ।

Advertisment

ସଲମାନ ଖାନ ଗତ ୧୨ ବର୍ଷ ଧରି ବିଗ୍ ବସର ହୋଷ୍ଟ କରୁଛନ୍ତି। ଏହାକୁ ନେଇ ସେ କହିଛନ୍ତି, “ଗତ ୧୨ ବର୍ଷ ଧରି ବିଗ୍ ବସ୍ ହୋଷ୍ଟିଂ କରି ମୁଁ ବହୁତ କିଛି ଶିଖିଛି। ମୁଁ ଶିଖିଛି ଯେ ଯଦି କେହି ଭୁଲ ରାସ୍ତାକୁ ଯାଆନ୍ତି, ତେବେ ତାଙ୍କୁ କିପରି ଠିକ୍ ରାସ୍ତାକୁ ଅଣାଯାଇପାରିବ”

ସେ ଆହୁରି କହିଛନ୍ତି ଯେ “ପ୍ରତିବର୍ଷ ଯେତେବେଳେ ବିଗ୍ ବସ୍ ଆରମ୍ଭ ହେବାକୁ ଯାଏ ଏମିତି ଚର୍ଚ୍ଚା ହୁଏ ଯେ ଏଥର ଅନ୍ୟ କେହି ହୋଷ୍ଟ କରିବେ। ବେଳେବେଳେ ମୁଁ ବିରକ୍ତ ହୋଇ କହିଥାଏ ଯେ ମୁଁ ଆଉ ବିଗ୍ ବସ୍ ହୋଷ୍ଟ୍ କରିବି ନାହିଁ। କିନ୍ତୁ ପରେ ମୁଁ ରାଜି ହୋଇଯାଏ। 

କୁହାଯାଏ ଯେ ବିଗ୍ ବସ୍ ହୋଷ୍ଟିଂ ପାଇଁ ସଲମାନ ଖାନ ହଜାରେ କୋଟି ଟଙ୍କା ଚାର୍ଜ କରନ୍ତି। ଏହାକୁ ନେଇ ସଲମାନ ଖାନ କୁହନ୍ତି ଯେ, 'ଯଦି ମୁଁ ଏତେ ଟଙ୍କା ପାଆନ୍ତି, ତେବେ ମୋର ଆଉ କାମ କରିବା ଆବଶ୍ୟକ ନାହିଁ। ଏଭଳି ଖବର ପ୍ରାୟତଃ ଗଣମାଧ୍ୟମରେ ଉଡ଼ୁଛି। ଯଦି ଏଥିରେ ସତ୍ୟତା ଥାଏ ତେବେ ଇନକମ ଟ୍ୟାକ୍ସ ଏବଂ ଇଡି ଲୋକମାନେ ଜଗି ବସିଛନ୍ତି। ମତେ ଏହାର ଏକ ଚତୁର୍ଥାଂଶ ମଧ୍ୟ ମିଳେ ନାହିଁ। ଯଦି ବି ମତେ ହଜାରେ କୋଟି ମିଳେ, ତେବେ ମୋର ଖର୍ଚ୍ଚ ଏହାଠୁ ବହୁତ ଅଧିକ।

ଯେତେବେଳେ ସଲମାନ ଖାନଙ୍କୁ ପଚରାଯାଇଥିଲା ଯେ ଚଳିତ ବର୍ଷ ଅନେକ ତାରକା ବିବାହ କଲେ। ସେମାନଙ୍କ ମଧ୍ୟରୁ ସେ କାହାକୁ ବିଗ୍ ବସ୍ ଘରେ ଦେଖିବାକୁ ଚାହୁଁଛନ୍ତି?

ଏହାର ଉତ୍ତରରେ ସଲମାନ ଖାନ କହିଛନ୍ତି, “ସେମାନଙ୍କ ମଧ୍ୟରୁ କେହି ବି ବିଗ୍ ବସ୍ ଘରକୁ ଆସିପାରିବେ ନାହିଁ। କିନ୍ତୁ ମୁଁ ମଧ୍ୟ ଏପରି ଲୋକଙ୍କୁ ଜାଣେ, ଯଦି ସେମାନେ ବିଗ୍ ବସ୍ କୁ ଆସନ୍ତି, ତେବେ ସେମାନେ କାହାକୁ ନା କାହାକୁ ସେମାନଙ୍କ ସହିତ ଆଣିବେ। ଲୋକମାନେ ବେଳେବେଳେ ବିଗ୍ ବସ୍ ରେ ସେମାନଙ୍କର ସୀମା ଅତିକ୍ରମ କରନ୍ତି ଏବଂ ସୀମା ଭିତରକୁ ଆଣିବା ନେଇ ନିଜକୁ ସୀମା ବାହାରକୁ ଯିବାକୁ ପଡେ। 

Salman Khan Bigg Boss Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ