• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କଥା ଦେଇ କଥା ରଖିଲେ ବଲିଉଡ୍‌ର ଭାଇଜାନ ସଲମାନ ଖାନ୍‌ । ଆମେ ସମସ୍ତେ ଜାଣନ୍ତି କୁନି ପିଲାଙ୍କୁ ବେଶ୍‌ ଭଲ ପାଆନ୍ତି ସଲମାନ । ସେଥିପାଇଁ ସେ ନିଜ ଚାରିଟି ମାଧ୍ୟମରେ କୁନି ପିଲାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଯାଆନ୍ତି । ତାଙ୍କର ଏହି ପ୍ରୟାସ ଆଜି ସମସ୍ତଙ୍କ ଆଗରେ ଉଦାହରଣ ସୃଷ୍ଟି କରିଛି । କ୍ୟାନସର୍‌ ପୀଡ଼ିତ କୁନି ପୁଅକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନିଜ ବଡ଼ ହୃଦୟର ପ୍ରମାଣ ଦେଇଛନ୍ତି ସଲମାନ । କ୍ୟାନସର୍‌ ରୋଗ ସହ ଲଢ଼େଇ କରି ଜିତିବା ପରେ କୁନି ପୁଅ ଜଗନବୀରଙ୍କୁ ଭେଟିଛନ୍ତି ସଲମାନ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଫଟୋରେ ଥିବା କୁନି ପୁଅଟି ହେଉଛି ମୁମ୍ବାଇ ଟାଟା ମେମୋରିଆଲ ସେଣ୍ଟରରେ ଚିକିତ୍ସିତ ହେଉଥିବା ୯ ବର୍ଷର ଜଗନବୀର । ୨୦୧୮ରୁ ସେ କର୍କଟ ରୋଗରେ ପୀଡ଼ିତ ଥିଲା । ଏହାପରେ ତାଙ୍କ ବାପା ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇ ନେଇଥିଲେ । ଜଗନବୀରର ଇଚ୍ଛା ଥିଲା ଯେ ସେ ଭଲ ହୋଇଗଲେ ସଲମାନଙ୍କୁ ଭେଟିବ । ତାର ଦୃଢ ମନୋବଳ ଆଜି ତାଙ୍କୁ କ୍ୟାନସରକୁ ମାତ ଦେବାରେ ସହାୟକ ହୋଇଛି । ୯ ଥର କେମୋଥେରାପି ନେଲା ପରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ଜଗନବୀର ମେଡିକାଲ୍‌ରେ ଚିକିତ୍ସା ହେଉଥିବା ବେଳେ ସଲମାନଙ୍କୁ ଦେଖା କରିବାକୁ ତାଙ୍କ ମନ ଭିତରେ ଥିବା ଉତ୍କଣ୍ଠାର ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହା ସଲମାନଙ୍କ ପାଖରେ ପହଞ୍ଚିଥିଲା । ତା’ପରେ ସଲମାନ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଯଦି ସେ ସାହସ ଓ ଦୃଢ଼ ମନୋବଳ ନେଇ କ୍ୟାନସର ସହ ଲଢ଼ିବେ ଓ ଭଲ ହେବେ, ତେବେ ସଲମାନ ନିଶ୍ଚୟ ତାଙ୍କୁ ଦେଖା କରିବେ ।

ସଲମାନ ପ୍ରଥମଥର ପିଲାଟିକୁ ୨୦୧୮ରେ ଜାଣିବାକୁ ପାଇଥିଲେ । ଯେତେବେଳେ ଜଗନବୀର ମାତ୍ର ୪ ବର୍ଷର ଥିଲା । ଆଉ ସେତେବେଳେ ତାଙ୍କୁ କେମୋଥେରାପି ଦିଆଯାଉଥିଲା । ଏହାପରେ ସେ ୯ ଥର କେମୋ ନେବା ପରେ ଏବେ କ୍ୟାନସର୍‌କୁ ସମ୍ପୂର୍ଣ୍ଣ ରୂପରେ ମାତ ଦେଇପାରିଛନ୍ତି ।