Advertisment

ଭାଇଜାନ୍‌ଙ୍କ ଫିଲ୍ମରେ ଫ୍ୟାନ୍‌ଙ୍କ ବାଚାଳାମୀ, ହଲ୍‌ରେ ନନଷ୍ଟପ୍ ଫୁଟାଇଲେ ବାଣ

ସିନେମା ଚାଲିଥିବା ବେଳେ ହଲ୍ ଭିତରେ ଭାଇଜାନ୍ ଫ୍ୟାନଙ୍କ ବାଚାଳାମୀ। ମହାରାଷ୍ଟ୍ର ମାଲେଗାଁଓରେ ଟାଇଗର ଥ୍ରୀ ଫିଲ୍ମର ନାଇଟ୍ ସୋ ହଠାତ୍ ନନଷ୍ଟପ୍ ବାଣ ଫୁଟାଇଥିଲେ ଫ୍ୟାନ୍। ଅବଶ୍ୟ ଏଭଳି ନକରିବାକୁ ସଲମାନ୍ ନିଜେ ଅପିଲ୍ କରିଛନ୍ତି।

undefined

Burst Firecrackers Inside cinema Hall

Advertisment

ଭାଇଜାନ୍ ଫ୍ୟାନ୍‌ଙ୍କ ପାଗଳାମୀ । ସିନେମା ହଲ୍‌ରେ ବିପଜ୍ଜନକ ସେଲିବ୍ରେସନ୍‌। ନନ୍‌ଷ୍ଟପ୍ ଫୁଟାଇଲେ ହାବେଳି ଓ ରକେଟ୍ ବାଣ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ର ମାଲେଗାଁଓ ମୋହନ ଥିଏଟରର। ଗତକାଲି ଦିୱାଲି ଅବସରରେ ନାଇଟ୍ ସୋ’ରେ ସଲମାନ ଖାନ ଅଭିନୀତ ଟାଇଗର ଥ୍ରୀ’ ମୁଭି ଚାଲିଥିଲା। ଫିଲ୍ମରେ ସଲମାନଙ୍କ ଏଣ୍ଟ୍ରି ମାତ୍ରେ ହଠାତ୍ ଭାଇଜାନ୍ ବୋଲି ଚିତ୍କାର କରି କିଛି ଫ୍ୟାନ୍ ପଛକୁ ପଛ କୁମ୍ପି ଓ ହାବେଳି ବାଣ ଫୁଟାଇ ଚାଲିଥିଲେ। ବାଣରୁ ନିଆଁ ଝୁଲ ଛିଟିକି ପଡୁଥିଲା। ଡରରେ ଦର୍ଶକ ସିଟରୁ ଉଠି ଏଣେତେଣେ ଦୌଡ଼ିଥିଲେ। ତଥାପି ଥମି ନ ଥିଲେ ସମର୍ଥକ। ସୋସିଆଲ୍ ମିଡିଆରେ ସେହି ସମୟର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ୍ ହେବା ପରେ ପୋଲିସ ମାମଲା ରୁଜୁ କରି ଛାନବିନ୍ ଚଳାଇଛି । ନିଜେ ସଲମାନ ବି ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏଭଳି ଘଟଣା ବିପଜ୍ଜନକ ବୋଲି କହିଛନ୍ତି। ଅନ୍ୟ କାହାରିକୁ ବିପଦରେ ନ ପକାଇ ଫିଲ୍ମକୁ ଉପଭୋଗ କରିବାକୁ ଫ୍ୟାନଙ୍କୁ ଅନୁରୋଧ କରିଛନ୍ତି ସଲମାନ।

Advertisment

ହଲ୍ ଭିତରେ ଫ୍ୟାନଙ୍କ ବିପଜ୍ଜନକ ବାଣ ଫୁଟା, ନୂଆ ନୁହେଁ। ବିଶେଷକରି ସାଉଥ୍ ସିନେମାରେ ଦେଖିବାକୁ ମିଳେ ଏଭଳି ଟ୍ରେଣ୍ଡ । ଗତ ମେ’ ୨୩ରେ ଆନ୍ଧ୍ର ବିଜୟୱାଡ଼ାରେ ଜୁନିଅର ଏନଟିଆରଙ୍କ ଅଭିନୀତ ଫିଲ୍ମ ସୀମାଦ୍ରି ଚାଲିଥିବାବେଳେ ତାଙ୍କ ଫ୍ୟାନ୍ ହଲ୍ ଭିତରେ ବାଣ ଫୁଟାଇବାରୁ ସେମାନଙ୍କୁ କାବୁ କରିଥିଲା ପୋଲିସ୍। ସେମିତି ଗତବର୍ଷ ଅକ୍ଟୋବର ୨୩ରେ ସେହି ଆନ୍ଧ୍ରର ୱେଷ୍ଟ ଗୋଦାବରୀସ୍ଥିତ ଭେଙ୍କଟରମଣ ଥିଏଟରରେ ଭିଲା ଫିଲ୍ମ ଚାଲିଥିବାବେଳେ ହଲ୍ ଭିତରେ ଅଭିନେତା ପ୍ରଭାସଙ୍କ ଜନ୍ମଦିନକୁ ବାଣ ଫୁଟାଇ ସେଲିବ୍ରେସନ କରିଥିଲେ ସମର୍ଥକ।

ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ରିଲିଜ୍ ବେଳେ ବି ଠିକ୍ ଏଭଳି ଢଙ୍ଗରେ ପାଗଳାମୀ ଦେଖାନ୍ତି ଫ୍ୟାନ୍। ହେଲେ ହଲ୍ ଭିତରେ ନିଆଁ କେତେ ବିପଜ୍ଜନକ-ତା’ର ଜ୍ୱଳନ୍ତ ଉଦାହରଣ ସାଜିଥିଲା ଦିଲ୍ଲୀର ଉପହାର ସିନେମା ହଲ୍ ଟ୍ରାଜେଡି । ୧୯୯୭ ଜୁନ୍ ୧୩ ତାରିଖରେ ବର୍ଡର ଫିଲ୍ମ ଚାଲିଥିବାବେଳେ ସେହି ହଲ୍‌ରେ ଅଗ୍ନିକାଣ୍ଡ ଘଟି ୫୯ଜଣ ଦର୍ଶକଙ୍କ ପ୍ରାଣହାନୀ ଘଟିଥିଲା। ତେବେ ସିନେମା ହଲ୍ ଭିତରେ କେତେ ବିପଜ୍ଜନକ ବାଣ ଫୁଟା ? ସେ ନେଇ ବୁଝାଇଛନ୍ତି ପୂର୍ବତନ ଫାୟାର ସେଫଟି ଅଫିସର।

Advertisment

ଭୁବନେଶ୍ୱରରେ ଟାଇଗର ଥ୍ରୀ ଫିଲ୍ମ ରିଲିଜ୍ ବେଳେ ସଲମାନଙ୍କ ଫ୍ୟାନ୍ କିନ୍ତୁ ହଲ୍ ବାହାରେ କେକ୍ କାଟି ଓ ବାଣ ଫୁଟାଇ କରିଛନ୍ତି ସେଲିବ୍ରେସନ।

India Mumbai Tiger 3 Firecrackers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ