Advertisment

Saiyaara: ୧୧ ଦିନରେ ୪୦୦ କୋଟି ପାର, ଭାଙ୍ଗୁଛି ଗୋଟିଏ ପରେ ଗୋଟିଏ ରେକର୍ଡ

‘ସୈୟାରା’ ଭାରତରେ ୨୬୦.୨୫ କୋଟି ଟଙ୍କାର ଆୟ କରିଛି ଏବଂ ବିଦେଶରେ ୮୬ କୋଟି ଟଙ୍କାର କଲେକ୍ସନ କରିଛି। ଫିଲ୍ମଟି ଦ୍ୱିତୀୟ ସପ୍ତାହରେ ମଧ୍ୟ ଭଲ କଲେକ୍ସନ କରିଛି ।

Saiyaara

Saiyaara

Advertisment

ମୋହିତ ସୂରୀଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ସୈୟାରା’ ବକ୍ସ ଅଫିସରେ ଝଡ଼ ହଙ୍ଗାମା ସୃଷ୍ଟି କରିଛି। ୟଶ ରାଜ ଫିଲ୍ମସ ଦ୍ୱାରା ନିର୍ମିତ ଏହି ଫିଲ୍ମ ମାତ୍ର ୧୧ ଦିନରେ ୱାର୍ଲଡ ୱାଇଡ୍ ୪୦୪ କୋଟି ଟଙ୍କାର ଜବରଦସ୍ତ ଆୟ କରିଛି।

Advertisment

ଏହି ସଫଳତା ଏହାକୁ ଭାରତୀୟ ସିନେମା ଇତିହାସରେ ସର୍ବାଧିକ ଆୟ କରିଥିବା ପ୍ରେମ କାହାଣୀ ଫିଲ୍ମରେ ସାମିଲ କରିଛି । ଡେବ୍ୟୁ ଷ୍ଟାର ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡା ଏହି ଫିଲ୍ମ ଏପରି ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ପୂର୍ବରୁ କୌଣସି ନୂଆ କଳାକାରଙ୍କ ଯୋଡି କରିପାରି ନଥିଲେ।

Advertisment

‘ସୈୟାରା’ର ନିର୍ଦ୍ଦେଶନା ମୋହିତ ସୂରୀ କରିଛନ୍ତି। ଏହା ୨୦୨୫ ମସିହାର ସର୍ବାଧିକ ଆୟ କରିଥିବା ଫିଲ୍ମଗୁଡ଼ିକର ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଏବେ ଲକ୍ଷ୍ୟ ‘ଛାଓ୍ଵା’ର କଲେକ୍ସନକୁ ଅତିକ୍ରମ କରିବା।

‘ସୈୟାରା’ ଭାରତରେ ୨୬୦.୨୫ କୋଟି ଟଙ୍କାର ଆୟ କରିଛି ଏବଂ ବିଦେଶରେ ୮୬ କୋଟି ଟଙ୍କାର କଲେକ୍ସନ କରିଛି। ଫିଲ୍ମଟି ଦ୍ୱିତୀୟ ସପ୍ତାହରେ ମଧ୍ୟ ଭଲ କଲେକ୍ସନ କରିଛି ।

Advertisment

ଶୁକ୍ରବାର ୧୮.୫୦ କୋଟି, ଶନିବାର ୨୭ କୋଟି, ରବିବାର ୩୦ କୋଟି ଏବଂ ସୋମବାର ୯.୫୦ କୋଟି ଟଙ୍କାର କଲେକ୍ସନ କରିଛି । ଦ୍ୱିତୀୟ ସପ୍ତାହରେ ଏପର୍ଯ୍ୟନ୍ତ ୮୫ କୋଟି ଟଙ୍କାର କଲେକ୍ସନ ହୋଇଛି।

‘ସୈୟାରା’ ୫୦ କୋଟି ଟଙ୍କାର ବଜେଟରେ ତିଆରି ହୋଇଛି । ସୈୟାରା’ ହାଉସଫୁଲ ୫, ରେଡ ୨, ସିକନ୍ଦର ଏବଂ ସିତାରେ ଜମୀନ ପର ଭଳି ବଡ଼ ଫିଲ୍ମଗୁଡ଼ିକୁ ପଛରେ ପକାଇ ଦେଇଛି, ଏବଂ ଏବେ କେବଳ ବିକ୍କି କୌଶଲଙ୍କ ‘ଛାଓ୍ଵା’ ଠାରୁ ପଛରେ ରହିଛି।

Yash Raj Films Box Office Collection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ