Advertisment

Saif Ali Khan Stabbed In Spine: ସୈଫଙ୍କ ମେରୁଦଣ୍ତରୁ ବାହାରିଲା ୨.୫ ଇଞ୍ଚର ଛୁରୀ; ଚିହ୍ନଟ ହେଲା ଛୁରାମାଡ଼ କରିଥିବା ଅଭିଯୁକ୍ତ...

ମେଡିକାଲରେ ଚାଲିଛି ସୈଫଙ୍କ ଚିକିତ୍ସା। ସୈଫ୍ ଅଲ୍ଲୀ ଖାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦେଇଛନ୍ତି। ସୈଫଙ୍କ ସ୍ପାଇନରୁ ଛୁରୀ ବାହାରିଛି। ୨.୫ ଇଞ୍ଚର ଛୁରୀ ସ୍ପାଇନ୍ ପାଖରେ ଥିଲା।

ଅଦ୍ୟତନ ହୋଇଛି
Saif Ali Khan stabbed in spine

Saif Ali Khan stabbed in spine

Advertisment

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା । ମେଡିକାଲରେ ଚାଲିଛି ସୈଫଙ୍କ ଚିକିତ୍ସା। ସୈଫ୍ ଅଲ୍ଲୀ ଖାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦେଇଛନ୍ତି। ସୈଫଙ୍କ ସ୍ପାଇନରୁ ଛୁରୀ ବାହାରିଛି। ୨.୫ ଇଞ୍ଚର ଛୁରୀ ସ୍ପାଇନ୍ ପାଖରେ ଥିଲା। ଯାହାକୁ କଢ଼ାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି। ବେକ, ସ୍ପାଇନାଲ୍ କର୍ଡରେ ଗଭୀର ଆଘାତ ଲାଗିଛି। ଏବେ ସେ ICUରେ ଚିକିତ୍ସାଧୀନ ଅଛନ୍ତି। ତେବେ ସେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି। 

Advertisment

ଏପଟେ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ପୋଲିସ ତନାଘନା କରିଛି । ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତକୁ ଚିହ୍ନଟ କରିଛି ପୋଲିସ। ଅଭିଯୁକ୍ତ ଚିହ୍ନଟ ହୋଇଥିବା ମୁମ୍ବାଇ ପୋଲିସ ସୂଚନା ଦେଇଛି। ସିସିଟିଭି ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି। ଜଣେ ହିଁ ଅଭିଯୁକ୍ତ ଥିବା ପୋଲିସ କହିଛି। ଆପାର୍ଟମେଣ୍ଟରେ ସିଢ଼ି ଦେଇ ସୈଫଙ୍କ ଘରକୁ ପଶିଥିଲା ଦୁର୍ବୃତ୍ତ। ଅଭିଯୁକ୍ତ ଜଣକ ଚୋରି କରିବାକୁ ଆସିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ୧୦ଟି ସ୍ପେଶାଲ ଟିମ୍ ଗଠନ କରି ଅଭିଯୁକ୍ତକୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଛି।

ଅଧିକ ପଢ଼ନ୍ତୁ: ରିଏଲ୍ ଲାଇଫ୍‌ରେ ହିରୋ ସାଜିଲେ ସୈଫ୍; ଚାକରାଣୀକୁ ରକ୍ଷା କରିବା ବେଳେ ଛୁରାମାଡ଼

Advertisment

ଏପଟେ ସୈଫ୍‌ ଅଲି ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ଏବେ ମନୋରଂଜନ ଜଗତ ସରଗରମ ହୋଇଉଠିଛି। ଚୋରି କରିବାକୁ ଆସିଥିବା ଆକ୍ରମଣକାରୀ ଗୁରୁବାର ରାତିରେ ସୈଫ୍‌ ଅଲି ଖାନଙ୍କୁ ଆକ୍ରମଣ କରିଥିଲା। 

ଏଇଠି ଲୁଚିଥିଲା ଆକ୍ରମଣକାରୀ...

ସୂଚନା ମୁତାବକ ସୈଫ୍‌ ଅଲୀ ଖାନଙ୍କୁ ଛୁରାମାଡ଼ କରି ଡାକ୍ତରଖାନାକୁ ପଠାଇଥିବା ଆକ୍ରମଣକାରୀ ତାଙ୍କ ସାନପୁଅ ଜାହାଙ୍ଗୀରଙ୍କ କୋଠରୀରେ ଲୁଚି ରହିଥିଲା। ସୂତ୍ରରୁ ପ୍ରକାଶ ଯେ ଆକ୍ରମଣକାରୀ ରାତିସାରା ସେଠାରେ ଲୁଚି ରହିଥିଲା। ଜାହାଙ୍ଗୀରଙ୍କ କେୟାର୍ ଟେକର୍‌ ପ୍ରଥମେ ଆକ୍ରମଣକାରୀଙ୍କୁ ଦେଖିଥିଲେ।

Advertisment

୬ ଥର ଛୁରୀ ମାଡ...

କେୟାର୍ ଟେକର୍‌ ଆକ୍ରମଣକାରୀଙ୍କୁ ଜାହାଙ୍ଗୀରଙ୍କ କୋଠରୀରେ ଦେଖିବା ମାତ୍ରେ ସେ ଚିତ୍କାର କରିଥିଲା। ଏହା ପରେ ଘରର ଅନ୍ୟ ସଦସ୍ୟମାନେ ଉଠିପଡିଥିଲେ। ଏହା ପରେ ସୈଫ୍‌ ଅଲି ଖାନ ଦୌଡ଼ି ଆସି ଆକ୍ରମଣକାରୀଙ୍କ ସହ ହାତାହାତି ହୋଇଥିଲେ। ଏହି ସମୟରେ ଆକ୍ରମଣକାରୀ ତାଙ୍କୁ ୬ ଥର ଛୁରୀ ମାଡ କରିଥିଲା।

ଚାକରାଣୀକୁ ଏମିତି ରକ୍ଷା କଲେ...

ଚାକରାଣୀ ଚୋରକୁ ଦେଖି ପାଟି କରି ଚୋରକୁ ଧରିବାକୁ ଚେଷ୍ଟା କରୁଥିଲା। ଠିକ୍ ସେତିକିବେଳେ ଚୋର ଛୁରୀ ଧରି ତାଙ୍କ ଆଡକୁ ଦୌଡି ଆସିଲା। ଏହି ସମୟରେ ସୈଫ୍‌ ଅଲି ଖାନ ହିରୋ ପରି ଏଣ୍ଟ୍ରୀ କରି ଚୋର ସହିତ ମୁହାଁମୁହିଁ ହେଲେ। ସୈଫ୍‌ ଅଲି ଖାନ ଏବଂ ଚୋର ମଧ୍ୟରେ ହାତାହାତି ମଧ୍ୟ ହୋଇଛି। ସୈଫ୍‌ ଅଲି ଖାନଙ୍କ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନ ଥିଲା। ଚୋରଟି ପାଖରେ ଧାରୁଆ ଛୁରୀ ଥିଲା।

ଅଧିକ ପଢ଼ନ୍ତୁ: ଚୋରି କଲେ ମା; ଜେଲରେ ବନ୍ଧା ପଡ଼ିଲା ଶୈଶବ

Saif Ali Khan Doctors Stabbed Knife
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ