Saif Ali Khan role praised by fans in adipurush trailer
ପ୍ରଶଂସକମାନେ ପ୍ରଭାସ, କ୍ରିତି ସାନନ୍ ଏବଂ ସୈଫ୍ ଅଲି ଖାନଙ୍କ ଫିଲ୍ମ 'ଆଦିପୁରୁଷ'କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ଆସନ୍ତା ଜୁନ ୧୬ରେ ରିଲିଜ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର୍ ମଧ୍ୟ ରିଲିଜ୍ ହୋଇଛି। ଏହା ଉପରେ ଚମତ୍କାର ପ୍ରତିକ୍ରିୟା ମଧ୍ୟ ଆସୁଛି।
ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କୁ ରାମ ଅବତାରରେ ଦେଖିବାକୁ ମିଳିଥିବାବେଳେ କ୍ରିତି ସାନନଙ୍କୁ ମାତା ସୀତାଙ୍କ ଭୂମିକାରେ ଦେଖିବାକୁ ମିଳିବ। ଓମ୍ ରାଉତଙ୍କ ଏହି ଫିଲ୍ମରେ ସୈଫ୍ ଅଲ୍ଲୀ ଖାନଙ୍କୁ ପୁଣିଥରେ ନକାରାତ୍ମକ ଭୂମିକାରେ ଦେଖିବାକୁ ମିଳିବ।
ଅଧିକ ପଢ଼ନ୍ତୁ: ହଲ୍ରେ ମିଳିଲାନି ସିଟ୍, ତଳେ ବସି ‘ଆଦିପୁରୁଷ’ର ଟ୍ରେଲର ଦେଖିଲେ ଅଭିନେତ୍ରୀ କୀର୍ତ୍ତି
ଖବର ଲେଖାହେବା ବେଳକୁ 'ଆଦିପୁରୁଷ' ଚଳଚ୍ଚିତ୍ରର ଟ୍ରେଲରକୁ ୪୨ ମିଲିୟନରୁ ଅଧିକ ଭ୍ୟୁ ମିଳିସାରିଥିଲା। ପ୍ରଶଂସକମାନେ ଏହାକୁ ଏକ ଐତିହାସିକ ଚଳଚ୍ଚିତ୍ର ବୋଲି କହୁଛନ୍ତି। ତେବେ ଫିଲ୍ମର ଟ୍ରେଲରରେ ସବୁଠାରୁ ଚର୍ଚ୍ଚାର ପରିସରରେ ଅଛନ୍ତି 'ଲଙ୍କେଶ'।
ଟ୍ରେଲରରେ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟରେ ସୈଫ୍ ଅଲି ଖାନଙ୍କ ଏଣ୍ଟ୍ରୀ ଦେଖିବାକୁ ମିଳେ। ସୈଫ୍ ଏହି ଚଳଚ୍ଚିତ୍ରରେ ‘ଲଙ୍କେଶ' ବା ରାବଣ ଭୂମିକାରେ ଅଛନ୍ତି। ଟ୍ରେଲର୍ରେ ସେ ମାତା ସୀତାଙ୍କୁ ଭିକ୍ଷା ମାଗୁଥିବାର ନଜର ଆସିଛନ୍ତି ଏବଂ ଏହା ହିଁ ହେଉଛି କାହାଣୀର ମୋଡ଼। ଚଳଚ୍ଚିତ୍ରରେ ସେ ତାଙ୍କ ଜବରଦସ୍ତ ଅଭିନୟରେ ଲୋକମାନଙ୍କୁ ପ୍ରଭାବିତ କରୁଛନ୍ତି।
ଯଦିଓ ଟ୍ରେଲର୍ର ଆରମ୍ଭରେ କିଛି ସେକେଣ୍ଡ ଏବଂ ଶେଷ କିଛି ସେକେଣ୍ଡ ପାଇଁ ସୈଫ୍ଙ୍କ ଚରିତ୍ରକୁ ଦେଖିବାକୁ ମିଳିଛି, କିନ୍ତୁ ଏହା ଲୋକଙ୍କ ମନରେ ଅନେକ ପ୍ରଭାବ ପକାଇଛି। ଏନେଇ ତାଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିଛି।
ଟ୍ରେଲରରେ ଯେଉଁଠାରେ ଭଗବାନ ରାମଙ୍କ ମହିମା ଏବଂ ମାତା ସୀତାଙ୍କ ଶାନ୍ତି ଲୋକଙ୍କ ମନ କିଣୁଛି, ସେହିପରି, ଲଙ୍କେଶର ଶକ୍ତି ମଧ୍ୟ ଲୋକଙ୍କୁ ମନ୍ତ୍ରମୁଗ୍ଧ କରୁଛି।
ଯେତେବେଳେ ଲଙ୍କେଶ ନିଜର ନୀଳ ଆଖି ଖୋଲନ୍ତି ଏବଂ ଏକ ଭଏସ୍ ଓଭର ସହିତ ଠିଆ ହେବାର ଦେଖାଯାଏ ତାହା ଦର୍ଶକଙ୍କୁ ଯେତିକି ପ୍ରଭାବିତ କରେ ସେତିକି ଭୟ ମଧ୍ୟ କରାଏ। ସେହିପରି ଜଣେ ସାଧୁର ଛଦ୍ମବେଶରେ ସୈଫ୍ ଅଲି ଖାନଙ୍କ ଝଲକ ମଧ୍ୟ ଲୋକଙ୍କୁ ଆକର୍ଷିତ କରେ।
'ଲଙ୍କେଶ'ର ଭୂମିକାରେ ସୈଫ୍ ଅଲି ଖାନଙ୍କ ଏଣ୍ଟ୍ରୀକୁ ନେଇ ସୋସିଆଲ୍ ମିଡିଆରେ ଲୋକମାନେ ନାନା ପ୍ରକାର ପ୍ରତିକ୍ରିୟା ଦେଉଥିବା ବେଳେ ଫିଲ୍ମର ରିଲିଜ୍ ତାରିଖକୁ ଅପେକ୍ଷା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683717315.jpg)