Advertisment

ପାପାରାଜିଙ୍କୁ ପୋଜ୍‌ ଦେଲେ କରୀନାଙ୍କ ଉପରେ ରାଗୁଛନ୍ତି ସୈଫ୍

କରୀନା କପୁରଙ୍କ ଇଛା ପାପାରାଜିଙ୍କୁ ପୋଜ୍ ଦେବା। କିନ୍ତୁ ତାଙ୍କ ସ୍ୱାମୀ ସୈଫ୍ ଅଲୀ ଖାନଙ୍କୁ ଏହା ପସନ୍ଦ ନୁହେଁ। ସେ ଏନେଇ କରୀନାଙ୍କୁ ବାରଣ କରୁଛନ୍ତି ଆଉ ରାଗୁଛନ୍ତି। ସେ ତାଙ୍କୁ କହୁଛନ୍ତି…

ଅଦ୍ୟତନ ହୋଇଛି
Saif Ali Khan Angry With Kareena For Posing For The Paparazzi

Saif Ali Khan angry with Kareena for posing for the paparazzi

Advertisment

ବି-ଟାଉନ୍‌ରେ ସବୁଠାରୁ ଅଧିକ ଫଟୋ କ୍ଲିକ୍ ହୋଇଥିବା ସେଲିବ୍ରିଟିମାନଙ୍କ ମଧ୍ୟରୁ କରୀନା କପୁର ଖାନ୍ ଅନ୍ୟତମ। ଯେତେବେଳେ ସେ ମୁମ୍ବାଇର ରାସ୍ତାରେ ପାଦ ଦିଅନ୍ତି, ପାପାରାଜି ତାଙ୍କୁ କ୍ୟାମେରାରେ କଏଦ କରିବାକୁ ଉତ୍ସାହିତ ହୋଇପଡନ୍ତି। କରୀନା ତାଙ୍କର ନିଆରା ଷ୍ଟାଇଲ୍‌ରେ କେବଳ ପ୍ରଶଂସକ ନୁହେଁ ପାପାରାଜିଙ୍କ ହୃଦୟକୁ ମଧ୍ୟ ଦୋହଲେଇ ଦିଅନ୍ତି।

Advertisment

ତେବେ କରୀନାଙ୍କ ପାପାରାଜି ସହିତ ଭଲ ବଣ୍ଡିଂ ରହିଛି। କିନ୍ତୁ ନିକଟରେ ସୈଫ ଫଟୋଗ୍ରାଫରଙ୍କ ଆଚରଣକୁ ସମାଲୋଚନା କରି କ୍ରୋଧରେ ତାଗିଦ କରିଥିଲେ। ଏହାକୁ ନେଇ ସୈଫ୍-କରୀନା ଫଟୋଗ୍ରାଫରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ଖବର ଆସିଥିଲା। ତେବେ ପରେ ସୈଫ୍‌ ନିଜେ ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ ସେମିରି କିଛି ନାହିଁ। ବର୍ତ୍ତମାନ କରୀନା ପାପାରାଜି ସହିତ ଫଟୋ ଉଠାଇବାକୁ ନେଇ କହିଛନ୍ତି।

ଅଧିକ ପଢ଼ନ୍ତୁ: ଫଟୋଗ୍ରାଫରଙ୍କ ଉପରେ ଚିଡିଲେ ସୈଫ୍‌; କହିଲେ ଆମ ବେଡ୍‌ରୁମ୍‌କୁ ଆସ

ଏକ ସାକ୍ଷାତକାରରେ କରୀନା କପୁର କହିଛନ୍ତି, 'ମୁଁ କୌଣସି ଫଟୋ ଉଠଉ ନାହିଁ। ହଁ ଏହା ସତ, ଯାହା ବି ହେଉ, ମୁଁ କିନ୍ତୁ ଏହାକୁ ଖୁବ୍ ପସନ୍ଦ କରେ। ଯଦି ସେମାନେ କ୍ଲିକ୍ କରୁଛନ୍ତି, ସେମାନଙ୍କୁ କ୍ଲିକ୍ କରିବାକୁ ଦିଆଯାଉ। ଏପରିକି ମୋତେ ଏମିତି ବି ଲାଗୁଛି, 'ମୁଁ କ’ଣ କରିବି?' ମୁଁ ଅନେକ ଥର ଚେଷ୍ଟା କରିଛି, ଆପଣ ଜାଣନ୍ତି। ସୈଫ୍‌ ଏବଂ ମୁଁ ବହୁତ ସଚ୍ଚୋଟ। କିନ୍ତୁ, ଅବଶ୍ୟ, ବେଳେବେଳେ କେହି ବିଲ୍ଡିଂକୁ ଆସିବା, ବା କିଛି କରିବା, କିମ୍ବା ପିଲାମାନଙ୍କୁ ସେମାନଙ୍କର ଡେଲି ରୁଟିନ୍‌ର ଫଟୋ ନେବାକୁ ମନ କରିବା ଏସବୁକୁ ଆମେ କ୍ୟାପ୍‌ଚର୍‌ ନ କରିବାକୁ ଅନୁରୋଧ କରିଛୁ।”

Advertisment

କରୀନା ସ୍ପଷ୍ଟ କରିଛନ୍ତି ଯେ ସୈଫ୍ ପ୍ରାୟତଃ ଏହି କଥାକୁ ନେଇ ଖରାପ ଭାବନ୍ତି ଯେ ବେବୋ କିପରି ପାପାରାଜିକୁ ହସି ହସି ପୋଜ୍ ଦେଇଦେଉଛନ୍ତି। କରୀନା କହିଛନ୍ତି, “ସୈଫ୍‌ କୁହନ୍ତି, ତୁମେ ସବୁବେଳେ କାହିଁକି ପୋଜ୍ ଦେଉଛ? କିନ୍ତୁ ମତେ ଏହା ଭଲ ଲାଗେ। ମୁଁ କହେ, ମୁଁ ଚିଲ୍ ଏବଂ ମୋତେ ଏହା ଭଲ ଲାଗେ।”

Kareena Kapoor Saif Ali Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ