Advertisment

ଆସୁଛି 'ପୁଷ୍କରା': କହିବ ବାସ୍ତବ ଜୀବନର କଥା

ସାହିତ୍ୟରୁ ସିନେମା.. ପୁରାପୁରି ଅରିଜିନାଲ ତଥା ଏକ ଜୀବନ୍ତ କାହାଣୀ

ଅଦ୍ୟତନ ହୋଇଛି
Taranga Cine Productions Pushkara

Taranga Cine Production Pushkara

Advertisment

ବିଗ୍ ସ୍କ୍ରିନରେ ବିଗ୍ ଏଂଟରଟେନମେଂଟ୍। ଖୁବଶୀଘ୍ର ବଡ ପରଦାକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ପୁଷ୍କରା । ତରଙ୍ଗ ସିନେ ପ୍ରଡକ୍ସନର ଏହା ୪୪ତମ ଅବଦାନ । ଫିଲ୍ମରେ ଅଭିନେତା ସବ୍ୟସାଚୀଙ୍କ ସହ ସୁପ୍ରିୟାଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶୁଭ୍ରାଂଶୁ ଦାଶ। ପୁଷ୍କରା ଏକ ଫିଲ୍ମ ନୁହଁ ବରଂ ହଜିଯାଉଥିବା ସଂସ୍କୃତି ଓ ପରମ୍ପରା ମଧ୍ୟରେ ବଂଚିଥିବା ଏକ ରହସ୍ୟମୟ ଚରିତ୍ର।

Advertisment

ସାହିତ୍ୟରୁ ସିନେମା.. ପୁରାପୁରି ଅରିଜିନାଲ ତଥା ଏକ ଜୀବନ୍ତ କାହାଣୀ। ବର୍ତ୍ତମାନ ସମାଜରେ ହଜି ଯାଉଥିବା କିଛି କୌଳିକ ବୃତ୍ତିକୁ ମଧ୍ୟ ଫିଲ୍ମରେ ସ୍ଥାନ ଦିଆଯାଇଛି। ଫିଲ୍ମର ଭିନ୍ନ ଏକ କାହାଣୀ ଓ କଳାକାରଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିବା ନେଇ ଆଶା କରାଯାଉଛି। ଶଙ୍କର ତ୍ରିପାଠୀଙ୍କ ଦ୍ୱାରା ରଚିତ ଉପନ୍ୟାସ ନାଦବିନ୍ଦୁ ଉପରେ ଆଧାରିତ ହୋଇଛି ଚଳଚ୍ଚିତ୍ର ପୁଷ୍କରା।

ଫିଲ୍ମକୁ ନେଇ ଅଭିନେତା ସବ୍ୟସାଚୀ ମିଶ୍ର କହିଛନ୍ତି ଯେ ଏଇ ମାଟି ପାଣି ଓ ପବନରେ ବଞ୍ଚିଥିବା ଗୋଟିଏ ରହସ୍ୟମୟ ଚରିତ୍ରକୁ ନେଇ ତିଆରି ହୋଇଛି ଚଳଚ୍ଚିତ୍ର ପୁଷ୍କରା । ଏନେଇ ଶଙ୍କର ତ୍ରିପାଠୀ କହିଛନ୍ତି ଯେ ''୨୦୦୦ ମସିହାରେ ଏହି ଉପନ୍ୟାସଟି ପ୍ରକାଶିତ ହୋଇଥିଲା। ସେତେବେଳେ ଏହା ପାଠକଙ୍କ ଆଦୃତି ଲାଭ କରିଥିଲା। ସେତେବେଳେ ଏହାକୁ ନେଇ ଚଳଚିତ୍ରର ରୂପ ଦେବା ପାଇଁ ଅନେକ ପାଠକ କହିଥିଲେ।'' 

Advertisment
Sabyasachi Mishra Tarang Cine Productions Supriya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ