Advertisment

IMDbର ଟପ୍ ୫ରେ ଆସିଲା ଅକ୍ଷୟ କୁମାରଙ୍କ ବଚ୍ଚନ ପାଣ୍ଡେ

ଆଗକୁ ଆସୁଥିବା ବଡ ବଜେଟ୍‌ର ଫିଲ୍ମ ମଧ୍ୟରେ IMDbର ବହୁ ପ୍ରତୀକ୍ଷିତ ଫିଲ୍ମ ଭିତରେ ଅନେକ ସାଉଥ୍ ଫିଲ୍ମ ରହିଛି। ସାଉଥ୍ ଫିଲ୍ମ ଆଗରେ ଧିରେ ଧିରେ ଫିକା ପଡି ଚାଲିଛି ବଲିଉଡ୍। ତେବେ ଏହାରି ଭିତରେ ଅକ୍ଷୟ କୁମାରଙ୍କ ‘ବଚ୍ଚନ ପାଣ୍ଡେ’ କିଛି ମାତ୍ରାରେ ଆଶା ସଂଚାର କରିଛି।

author-image
Pramod Behera
RRR to KGF chapter-2 imdb list of top 5

RRR to KGF chapter-2 imdb list of top 5

ମୁମ୍ବାଇ: ଆଜିକାଲି ସାଉଥ୍‌ ଫିଲ୍ମ ବକ୍ସ ଅଫିସରେ ହିଟ୍ ପରେ ହିଟ୍ ହେଉଛି। ଗତ ସପ୍ତାହରେ ପ୍ରଭାସଙ୍କ 'ରାଧେ ଶ୍ୟାମ' ବକ୍ସ ଅଫିସ୍‌ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମକୁ ନେଇ ଜବରଦସ୍ତ ଉତ୍ସାହ ମଧ୍ୟ ଥିଲା। ଏହି ଫିଲ୍ମରେ ପୂଜା ହେଗ୍‌ଡେ ଓ ପ୍ରଭାସ ଅଭିନୟ କରିଛନ୍ତି। କିନ୍ତୁ ଯଦି ଆପଣ ଆଗାମୀ ବଡ ବଜେଟ୍‌ର ଫିଲ୍ମ ଉପରେ ନଜର ପକେଇବେ, ତେବେ ଅନେକ ଫିଲ୍ମ ଲାଇନ୍‌ରେ ରହିଛି। ଏଥିରେ ରାମ ଚରଣ, ଜୁନିୟର୍ ଏନ୍‌ଟିଆର୍‌ଙ୍କ ଠାରୁ ନେଇ ୟଶ୍‌ ଓ ଦୁଲକର ସଲମାନଙ୍କ ପରି ତାରକାମାନେ ଚମକିବାକୁ ଯାଉଛନ୍ତି।

Advertisment

୨୦୨୨ ମାର୍ଚ୍ଚ ର IMDb ର ବହୁ ପ୍ରତୀକ୍ଷିତ ଟପ୍ ୫ ଫିଲ୍ମ ମଧ୍ୟରେ ସାଉଥ୍ ଇଣ୍ଡଷ୍ଟ୍ରୀର ଅଭିନେତା ଏବଂ ନିର୍ଦ୍ଦେଶକଙ୍କ ୪ଟି ଫିଲ୍ମ ଥିବା ବେଳେ ଗୋଟିଏ ଫିଲ୍ମ ହେଉଛି ଅକ୍ଷୟ କୁମାରଙ୍କ ବଚ୍ଚନ ପାଣ୍ଡେ। ସାଉଥ୍‌ ଫିଲ୍ମର ଦବଦବା ବଢି ବଢି ଚାଲିଥିବା ବେଳେ ଦର୍ଶକେ ମଧ୍ୟ ଏହି ସବୁ ଫିଲ୍ମକୁ ଖୁବ୍ ପସନ୍ଦ କରୁଛନ୍ତି। ସାଉଥ ସିନେମା ଆଗରେ ବଲିଉଡ୍‌ ଫିକା ପଡି ପଡି ଯାଉଛି। ତେବେ ଆସନ୍ତୁ ନଜର ପକେଇ ନେବା IMDb ର ବହୁ ପ୍ରତୀକ୍ଷିତ ଟପ୍ ୫ ଫିଲ୍ମ ଉପରେ।

୧- ଆର୍‌ଆର୍‌ଆର୍‌:

ଏସ୍. ଏସ୍. ରାଜା ମୌଲୀ ନିର୍ଦ୍ଦେଶିତ ‘ଆର୍‌ଆର୍‌ଆର୍‌’ରେ ରାମ ଚରଣ, ଜୁନିୟର୍ ଏନ୍‌ଟିଆର୍, ଆଲିଆ ଭଟ୍ଟ ଏବଂ ଅଜୟ ଦେବଗାନଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମଟି ମାର୍ଚ୍ଚ ୨୫ରେ ମୁକ୍ତିଲାଭ କରିବ।

Advertisment

୨- ବଚ୍ଚନ ପାଣ୍ଡେ:

ଅକ୍ଷୟ କୁମାର ଏବଂ କୃତି ସାନନଙ୍କ ଅଭିନିତ ଫିଲ୍ମ ବଚ୍ଚନ ପାଣ୍ଡେ ମାର୍ଚ୍ଚ ୧୮ରେ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ୍ ସାମଜୀ।

୩- କେଜିଏଫ୍ ଚାପ୍ଟର-୨:

ପ୍ରଶାନ୍ତ ନୀଲଙ୍କ ଫିଲ୍ମ ‘କେଜିଏଫ୍ ଚାପ୍ଟର’ ପ୍ରଥମ ଭାଗକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ। ଏବେ ୟଶ ଏବଂ ସଞ୍ଜୟ ଦତ୍ତଙ୍କ ଅଭିନିତ ‘କେଜିଏଫ୍ ଚାପ୍ଟର-୨’ ଉପରେ ଦର୍ଶକଙ୍କ ନଜର ରହିଛି। ଏହି ଫିଲ୍ମ ଏପ୍ରିଲ ୧୪ରେ ରିଲିଜ ହେବାକୁ ଯାଉଛି।

୪- ସାଲ୍ୟୁଟ୍:

IMDb ର ରାକିଂ ତାଲିକାରେ ଦୁଲକର ସଲମାନଙ୍କ ‘ସାଲ୍ୟୁଟ୍’ ମଧ୍ୟ ରହିଛି। ମାର୍ଚ୍ଚ ୧୮ରେ OTT ପ୍ଲାଟ୍‌ଫର୍ମରେ ମାଲାୟାଲମ୍, ହିନ୍ଦୀ, ତାମିଲ୍, ତେଲୁଗୁ ଏବଂ କନ୍ନଡରେ ଫିଲ୍ମ 'ସାଲ୍ୟୁଟ୍' ମୁକ୍ତିଲାଭ କରିବ।

୫- ଡେଞ୍ଜର୍:

ଏହା ସହିତ ରାମ ଗୋପାଳ ବର୍ମାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡେଞ୍ଜର୍’ ମଧ୍ୟ ଏହି ତାଲିକାରେ ରହିଛି।

Bollywood
Advertisment
Advertisment