Advertisment

ଭୁବନେଶ୍ୱରରେ ‘RRR’ କ୍ରେଜ୍‌, ସକାଳ ନହେଉଣୁ ହଲ୍‌ ଆଗରେ ଦର୍ଶକଙ୍କ ଭିଡ଼

ବକ୍ସ ଅଫିସ୍‌ରେ ଧମାଲ କରୁଛି ଲୋକପ୍ରିୟ ନିର୍ଦ୍ଦେଶକ ତଥା ବାହୁବଳୀ ଫେମ୍ ରାଜାମୌଲିଙ୍କ ଫିଲ୍ମ ‘RRR’। ଭୁବନେଶ୍ୱରରେ ମଧ୍ୟ ‘RRR’ର କ୍ରେଜ୍‌ ରହିଛି। ଫ୍ୟାନ୍ସଙ୍କ ବଢ଼ୁଥିବା ଡିମାଣ୍ଡକୁ ଦୃଷ୍ଟିରେ ରଖି ଏବେ ଭୋର୍ ୫ଟାରୁ ଶୋ’ ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
RRR Craze In Bhubaneswar

RRR Craze In Bhubaneswar

Advertisment

ବକ୍ସ ଅଫିସ୍‌ରେ ଧମାଲ କରୁଛି ଲୋକପ୍ରିୟ ନିର୍ଦ୍ଦେଶକ ତଥା ବାହୁବଳୀ ଫେମ୍ ରାଜାମୌଲିଙ୍କ ଫିଲ୍ମ ‘RRR’। ଏବେ ରେକର୍ଡ ପରେ ରେକର୍ଡ କରି ଚାଲିଛି। ରିଲିଜ୍‌ର ମାତ୍ର ଗୋଟିଏ ଦିନରେ ଫିଲ୍ମ ୨୩୦ କୋଟି ଟଙ୍କା ଆୟ କରିଛି। ଗତକାଲି ଓ ଆଜିର ବିଜନେସ୍ ମିଶିଲେ ଏହା ୫ ଶହ କୋଟିର ମାର୍କ ଅତି ସହଜରେ ହାସଲ କରିନେବ।

Advertisment

ରାଜାମୌଲିଙ୍କ ପୂର୍ବ ହିଟ୍ ଫିଲ୍ମ ବାହୁବଳୀଠୁ ବି ଦର୍ଶକ ଏହାକୁ ଅଧିକ ପସନ୍ଦ କରିଛନ୍ତି। ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ମଧ୍ୟ ‘RRR’ର କ୍ରେଜ୍‌ ରହିଛି। ଫ୍ୟାନ୍ସଙ୍କ ବଢ଼ୁଥିବା ଡିମାଣ୍ଡକୁ ଦୃଷ୍ଟିରେ ରଖି ଏବେ ଭୋର୍ ୫ଟାରୁ ଶୋ’ ଆରମ୍ଭ ହୋଇଛି। ଏହି ସମୟରେ ମଧ୍ୟରେ ଲୋକଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି। ହାଉସ୍‌ଫୁଲ୍‌ ଥିଏଟରରେ ଦର୍ଶକ ଜୁନିଅର ‌ଏନ୍‌ଟିଆର୍‌ ଓ ରାମଚରଣଙ୍କ ଫିଲ୍ମର ମଜା ନେଉଛନ୍ତି। 

ବାହୁବଳୀ ଫେମ୍ ଏସ୍.ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘RRR’କୁ ଦେଖିବାକୁ ଦର୍ଶକଙ୍କ ଜବରଦସ୍ତ ଉତ୍କଣ୍ଠା। ତେଲୁଗୁ, ତାମିଲ, ମାଲାୟଲମ୍, କନ୍ନଡ଼ ଓ ହିନ୍ଦୀକୁ ମିଶାଇ ସାରା ଦେଶର ୩ ହଜାରରୁ ଅଧିକ ସ୍କ୍ରିନରେ ଏହି ଫିଲ୍ମ ରିଲିଜ୍ ହୋଇଛି। ଏକାଧିକ ଥିଏଟରରେ ଆଜି ସମସ୍ତ ଶୋ' ହାଉସଫୁଲ୍‌ ରହିଛି।  

Advertisment
Alia Bhatt Ram Charan Jr. NTR Film RRR RRR Release
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ