Advertisment

ଓସ୍କାରରେ ସାମିଲ୍ ହେଲା ଭାରତୀୟ ଫିଲ୍ମ 'କାନ୍ତାରା'; ଫାଇନାଲ୍‌କୁ ଯିବ ତ…

ଭାରତୀୟ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଖୁସି ଖବର। ଓସ୍କାରରେ ସାମିଲ୍ ହେଇଛି ଋଷବ ଶେଟ୍ଟୀଙ୍କ ଫିଲ୍ମ 'କାନ୍ତାରା'। ରହିଛି ଅନେକ ଆଶା। ଏହି ଫିଲ୍ମ ଫାଇନାଲ୍ ପର୍ଯ୍ୟାୟକୁ ଯିବ କି ନାହିଁ ଏହା ଦେଖିବା ବାକି ରହିଲା।

ଅଦ୍ୟତନ ହୋଇଛି
Rishabh Shetty Kantara Gets Oscar Nomination

Rishabh shetty kantara gets Oscar nomination in two category

Advertisment

୨୦୨୨ ବର୍ଷର ସାଉଥ୍ ହିଟ୍ ଚଳଚ୍ଚିତ୍ର କଥା ଉଠିଲେ ଋଷବ ଶେଟ୍ଟୀଙ୍କ ଫିଲ୍ମ 'କାନ୍ତାରା' ଏକ ବଡ଼ ହିଟ୍ ଭାବରେ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଫିଲ୍ମ ସହ ଜଡିତ ଆଉ ଏକ ବଡ ଖୁସି ଖବର ନିର୍ମାତା ଶେୟାର କରିଛନ୍ତି। ୨୦୨୩ ବର୍ଷର ଓସ୍କାର ନାମାଙ୍କନରେ ୨ଟି ବର୍ଗରେ ଏହାକୁ ସ୍ଥାନ ମିଳିଛି। ଏହି ଚଳଚ୍ଚିତ୍ରଟି ଓସ୍କାରର ଦୁଇଟି ବର୍ଗର କଣ୍ଟେଣ୍ଟ୍ ଲିଷ୍ଟରେ ସ୍ଥାନ ପାଇଛି। ଏହାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଶ୍ରେଷ୍ଠ ଅଭିନେତା ବର୍ଗରେ ସାମିଲ କରାଯାଇଛି।

Advertisment

ଫିଲ୍ମ ରିଲିଜ୍‌ ହେବାର ଅନେକ ଦିନ ବିତିଯାଇଥିଲେ ବି ଏହାର ଚର୍ଚ୍ଚା ଆଜିଯାଏ ଯାଇନି। ଏବେ ଓସ୍କାରକୁ ନେଇ ଯେଉଁ ଖବର ଆସିଛି ତାହା ଚଳଚ୍ଚିତ୍ର ଟିମ୍ ଏବଂ ଭାରତୀୟ ସିନେମା ପାଇଁ ଏକ ବଡ଼ ଖବର। ରାଜାମୌଲିଲିଙ୍କ ଫିଲ୍ମ 'ଆର୍‌ଆର୍‌ଆର୍‌' ଏବଂ 'ଛେଲୋ ସୋ' ପରେ ଓସ୍କାର ଦୌଡ଼ରେ 'କାନ୍ତାରା'ର ନାମ ମଧ୍ୟ ସାମିଲ କରାଯାଇଛି। ଏହି ଚଳଚ୍ଚିତ୍ରରେ ଋଷଭ ଶେଟ୍ଟୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ ସେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।

ଏହି ଖୁସି ଖବରକୁ ହୋମ୍ବଲେ ଫିଲ୍ମସ ଟ୍ୱିଟର ମାଧ୍ୟମରେ ଶେୟାର କରିଛି। 'କାନ୍ତାରା' ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଶ୍ରେଷ୍ଠ ଅଭିନେତା ବର୍ଗରେ ଯୋଗ୍ୟତା ଅର୍ଜନ କରିଛି। ବର୍ତ୍ତମାନ ଓସ୍କାର ସଦସ୍ୟମାନେ ମୁଖ୍ୟ ନାମାଙ୍କନ ପାଇଁ ଭୋଟ୍ ଦେଇ ଏହାକୁ ଆଗକୁ ନେବାକୁ ଚେଷ୍ଟା କରିବେ।

Advertisment

ଅଧିକ ପଢ଼ନ୍ତୁ: ବଲିଉଡ୍‌କୁ ନା କଲେ 'କାନ୍ତାରା' ଷ୍ଟାର୍‌ ଋଷଭ ଶେଟ୍ଟୀ

ହୋମ୍ବଲେ ଫିଲ୍ମସ୍‌ ଏହାର ପୋଷ୍ଟ୍‌ରେ ଲେଖିଛି, “ଏହି ସୂଚନା ଶେୟାର୍ କରି ଆମେ ଅତ୍ୟନ୍ତ ଆନନ୍ଦିତ ଯେ 'କାନ୍ତାରା' ଓସ୍କାର ନାମାଙ୍କନରେ ଏହାକୁ ଦୁଇଟି ବର୍ଗରେ ସ୍ଥାନିତ ହୋଇଛି। ଯେଉଁମାନେ ଏହି ଚଳଚ୍ଚିତ୍ରକୁ ସମର୍ଥନ କରିଛନ୍ତି ସେମାନଙ୍କ ପାଖେ ଆମେ କୃତଜ୍ଞ।”

ତେବେ ଓସ୍କାରରେ 'କାନ୍ତାରା'ର ଦୌଡ ବିଳମ୍ବରେ ଆରମ୍ଭ ହୋଇଛି। ବର୍ତ୍ତମାନ ଏହା ଦେଖିବା ବାକି ରହିଲା ଯେ ଋଷଭ ଶେଟ୍ଟୀଙ୍କ ଏହି ଫିଲ୍ମ ଫାଇନାଲ୍ ପର୍ଯ୍ୟାୟକୁ ଯିବ କି ନାହିଁ। ୨୦୨୨ରେ 'କାନ୍ତାରା' ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇଥିଲା। ସର୍ବଭାରତୀୟ ସ୍ତରରେ ଏହି ଫିଲ୍ମ ୪୦୦ କୋଟିରୁ ଅଧିକ ଆୟ କରିଛି। ନିକଟରେ ଫିଲ୍ମଟି ସିନେମା ହଲରେ ୧୦୦ଦିନ ପୂରଣ କରିଛି। ମାର୍ଚ୍ଚ ୧୨, ୨୦୨୩ରେ ଓସ୍କାର ଘୋଷଣା କରାଯିବ।

Advertisment
Bollywood Oscar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ