Advertisment

ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଷ୍ଟେଜରେ ଧୁମ ମଚାଇଲେ ହଲିଉଡ୍ ପପ୍ ସିଙ୍ଗର୍ ରିହାନା

ହଲିଉଡର ‘ଏକ୍ ସେ ବଢ଼କର୍ ଏକ୍’ ଗୀତ ଗାଇଥିଲେ। ରିହାନାଙ୍କ ସହ ଅନନ୍ତ ଓ ମାଆ ନୀତା ଅମ୍ବାନୀ ବି କିଛି ସମୟ ପାଇଁ ଷ୍ଟେଜ୍ ରେ ନାଚିଥିଲେ।

ଅଦ୍ୟତନ ହୋଇଛି
Rihana

Rihana

Advertisment

ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଆସନ୍ତା ଜୁଲାଇ ମାସରେ ରାଧିକା ମର୍ଚ୍ଚାଣ୍ଟଙ୍କୁ ବିବାହ କରିବେ। ଏହାପୂର୍ବରୁ ଜାମନଗରରେ ଆୟୋଜନ ହେଉଛି ବିଶାଳ କାର୍ଯ୍ୟକ୍ରମ। ଏହି ରୟାଲ ଓ୍ୱେଡିଂର ପ୍ରି-ଫଙ୍କସନର ଆଜି ଦ୍ୱିତୀୟ ଦିନ। ଏଥିରେ ସାମିଲ ହୋଇଛନ୍ତି ଅନେକ ବଲିଉଡ ଓ ହଲିଉଡ ଷ୍ଟାର୍‌।

Advertisment

ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସେଲିବ୍ରେସନର ଗୋଟିଏ ପରେ ଗୋଟିଏ ଦୃଶ୍ୟ ସାମ୍ନାକୁ ଆସୁଛି । ହଲିଉଡ୍ ପପ୍ ସିଙ୍ଗର୍ ରିହାନା ଗତକାଲି ରାତିରେ ଅମ୍ବାନୀଙ୍କ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିଲେ। ହଲିଉଡର ‘ଏକ୍ ସେ ବଢ଼କର୍ ଏକ୍’ ଗୀତ ଗାଇଥିଲେ। ରିହାନାଙ୍କ ସହ ଅନନ୍ତ ଓ ମାଆ ନୀତା ଅମ୍ବାନୀ ବି କିଛି ସମୟ ପାଇଁ ଷ୍ଟେଜ୍ ରେ ନାଚିଥିଲେ। ମାତ୍ର କିଛି ଘଣ୍ଟାର ପରଫର୍ମାନ୍ସ ପାଇଁ ରିହାନା ନେଇଛନ୍ତି କୋଟି କୋଟ ଟଙ୍କା। ପ୍ରି-ଓ୍ୱେଡିଂରେ ପରଫର୍ମ ପାଇଁ ରିହାନାଙ୍କୁ ୬୬ରୁ ୭୪ କୋଟି ଟଙ୍କା ଦେଉଛନ୍ତି ଅମ୍ବାନୀ।

Advertisment

ଗତକାଲିର ଏହି କାର୍ଯ୍ୟକ୍ରମରେ ଦେଶ ଓ ବିଦେଶର ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ। ଶାହରୁଖ୍, ସଲମାନ, ଅଜୟ ଦେବଗନ, ସୈଫ୍ ଅଲ୍ଲି ଖାନ, କରିନା କପୁର, କ୍ରିକେଟର ମହେନ୍ଦ୍ର ସିଂ ଧୋନୀ, ଡାରେନ୍ ବ୍ରାବୋ, ସଦଗୁରୁ, ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଭଳି ଅତିଥି ସାମିଲ ହୋଇଛନ୍ତି। ଆଜି ଓ ଆସନ୍ତାକାଲି ଦୁଇ ଦିନ ଗୁଜରାଟ ଜାମନଗର୍ ରିଲାଏନ୍ସ ଟାଉନସିପରେ ଚାଲିବ ପ୍ରି ୱେଡିଂ ସେଲିବ୍ରେସନ୍। ରଙ୍ଗୀନ ଆଲୋକମାଳା ଓ ଲେଜର ଲାଇଟ୍ ଶୋରେ ଝଲସୁଛି ଜାମନଗର ଭେନ୍ୟୁ।

୨୦୨୩ରେ ରିହାନାଙ୍କର ଶୋ’ ପ୍ରାୟ ୧୨୧.୦୧୭ମିଲିୟନ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଯାହାକି ଏହାକୁ ଏକ ସୁପର ବୋଲର ଶୋ’ରେ ପରିଣତ କରିଥିଲା। ରିହାନାଙ୍କ ପୂର୍ବରୁ ୨୦୧୮ରେ ଇଶା ଅମ୍ୱାନୀ ଓ ଆନନ୍ଦ ପୀରାମଲଙ୍କ ସଂଗୀତ କାର୍ଯ୍ୟକ୍ରମରେ ଅନ୍ତରାଷ୍ଟ୍ରୀୟ ଗାୟିକା ବେୟୋନ୍ସ ମଧ୍ୟ ପରଫର୍ମାନ୍ସ କରିସାରିଛନ୍ତି। ସେତେବେଳେ ସେ ପ୍ରାୟ ୩୩କୋଟି ଟଙ୍କା ନେଇଥିଲେ।

Advertisment
Rihanna
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ