Advertisment

Happy Birthday: ପ୍ରଥମେ ଫ୍ଲପ୍ ପରେ ହିଟ୍; ଉତ୍ଥାନ ପତନରେ ରୁଚା ଚଢାଙ୍କ କ୍ୟାରିଅର୍

ବଲିଉଡ୍‌ର ଜଣେ ବହୁମୁଖୀ ଅଭିନେତ୍ରୀ ହେଲେ ରୁଚା ଚଢା। ସେ ତାଙ୍କ ଅଭିନୟ କ୍ୟାରିୟରରେ ଏକରୁ ଅଧିକ ଫିଲ୍ମ ଦେଇଛନ୍ତି। ଚଳଚ୍ଚିତ୍ର ଜଗତରେ ତାଙ୍କର ପ୍ରବେଶ ଏକ ଚଳଚ୍ଚିତ୍ର କାହାଣୀଠାରୁ ବି କମ୍ ନୁହେଁ। ତାଙ୍କ ଚରିତ୍ର ମାଧ୍ୟମରେ ଦର୍ଶକଙ୍କ ହୋସ୍ ଉଡ଼ାଇ ଦେଉଥିବା ରୁଚା ଚଢାଙ୍କ ଜୀବନ ବହୁ ସଂଘର୍ଷରେ ପରିପୂର୍ଣ୍ଣ। ଆସନ୍ତୁ ନଜର ପକେଇ ନେବା।

author-image
Pramod Behera
Richa chadha an intern in mens fashion magazine then won the hearts of fans

Richa chadha an intern in mens fashion magazine then won the hearts of fans

ରୁଚା ଚଢା ବଲିଉଡ୍‌ର ଜଣେ ବହୁମୁଖୀ ଅଭିନେତ୍ରୀ। ତାଙ୍କ ଅଭିନୟ କ୍ୟାରିୟରରେ ସେ ଏକରୁ ଅଧିକ ଫିଲ୍ମ କରିଛନ୍ତି। ଅମୃତସରରେ ଜନ୍ମ ହୋଇଥିବା ରୁଚା ଆଜି ତାଙ୍କର ୩୬ ତମ ଜନ୍ମଦିନ ପାଳୁଛନ୍ତି। ସେ ୧୮ ଡିସେମ୍ବର ୧୯୮୬ରେ ଜନ୍ମଗ୍ରହଣ କରିଥିଲେ। ସେ ମଡେଲିଂରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ପରେ ସେ ଥିଏଟର୍‌ରେ ଯୋଗ ଦେଇ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ଆଗକୁ ବଢିବାକୁ ଲାଗିଲେ।

Advertisment

ତାଙ୍କୁ ଯେତେବେଳେ ମାତ୍ର ୨ ବର୍ଷ ହୋଇଥିଲା ତାଙ୍କ ପରିବାର ଅମୃତସର ଛାଡି ଦିଲ୍ଲୀ ପଳେଇ ଆସିଥିଲେ। କିନ୍ତୁ ଚଳଚ୍ଚିତ୍ରରେ ରୁଚାଙ୍କ ପ୍ରବେଶ ଭାଗ୍ୟର ସହଯୋଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅଭିନୟରେ କ୍ୟାରିୟର କରିବା ତାଙ୍କ ପାଇଁ ଏତେ ସହଜ ନଥିଲା। ଚଳଚ୍ଚିତ୍ର ଜଗତରେ ତାଙ୍କର ପ୍ରବେଶ ଏକ ଚଳଚ୍ଚିତ୍ର କାହାଣୀଠାରୁ ବି କମ୍ ନୁହେଁ। ତାଙ୍କ ଚରିତ୍ର ମାଧ୍ୟମରେ ଦର୍ଶକଙ୍କ ହୋସ୍ ଉଡ଼ାଇ ଦେଉଥିବା ରୁଚା ଚଢାଙ୍କ ଜୀବନ ବହୁ ସଂଘର୍ଷରେ ପରିପୂର୍ଣ୍ଣ। ଆସନ୍ତୁ ନଜର ପକେଇ ନେବା।

Richa chadha an intern in mens fashion magazine then won the hearts of fansରୁଚା ଚଢାଙ୍କ ବୋଲ୍ଡ ଅବତାର

ରିପୋର୍ଟ ଅନୁଯାୟୀ, ଅଭିନୟରେ କ୍ୟାରିଅର୍ କରିବା ପୂର୍ବରୁ ରୁଚା ଚଢା ମେନ୍ସ ଫ୍ୟାଶନ୍ ମାଗାଜିନ୍‌ରେ ଇଣ୍ଟର୍ନ ଭାବରେ କାମ କରୁଥିଲେ। ରୁଚା ୨୦୦୮ରେ ‘ଓଏ ଲକ୍କୀ… ଲକ୍କୀ ଓଏ’ ଚଳଚ୍ଚିତ୍ରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ଅଭୟ ଦେଓଲ, ପରେଶ ରାୱଲ ଏବଂ ନୀତୁଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା।

Advertisment

ଏହି ଚଳଚ୍ଚିତ୍ରରେ ନୀତୁ ଚନ୍ଦ୍ରାଙ୍କ ବଡ଼ ଭଉଣୀ ଭୂମିକାରେ ରୁଚାଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ରୁଚା ଏକ ପାର୍ଶ୍ୱ ଭୂମିକାରେ ଥିଲେ ମଧ୍ୟ ତାଙ୍କ ଚରିତ୍ର ପାଇଁ ଅନେକ ପ୍ରଶଂସା ପାଇଥିଲେ। ଏହା ପରେ ସେ 'ବେନି ଆଣ୍ଡ୍ ବବ୍‌ଲୁ' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।ଏହି ଚଳଚ୍ଚିତ୍ରଟି କିନ୍ତୁ ବକ୍ସ ଅଫିସ୍ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା।

ତାଙ୍କ ଅଭିନୟ କ୍ୟାରିଅରରେ ଏପର୍ଯ୍ୟନ୍ତ ରୁଚା ଏପରି ଅନେକ ଚରିତ୍ରରେ ଅଭିନୟ କରିଛନ୍ତି, ଯାହା ଲୋକଙ୍କ ମନରେ ଛାଇ ହୋଇ ଯାଇଛି। ଆଜି ସେହି ଚରିତ୍ରମାନଙ୍କ ହେତୁ ରୁଚା ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ତାଲିକାରେ ରହିଛନ୍ତି। ତାଙ୍କର ଏପରି ଅନେକ ଚଳଚ୍ଚିତ୍ର ଅଛି ଯେଉଁଥିରେ ସେ ମୁଖ୍ୟ ଭୂମିକାରେ ଦର୍ଶକଙ୍କୁ ଦିୱାନ କରିଛନ୍ତି। ଏହି ମାମଲାରେ 'ଫୁକ୍‌ରେ' ତାଙ୍କର ସବୁଠାରୁ ଦମଦାର ଚଳଚ୍ଚିତ୍ର। ସେ ଏହି ଚଳଚ୍ଚିତ୍ରରେ ଭୋଲି ପଞ୍ଜାବନଙ୍କ ଚରିତ୍ରରେ ଅଭିନୟ କରି ରାତାରାତି ତାରକା ହୋଇଯାଇଥିଲେ।

Richa chadha an intern in mens fashion magazine then won the hearts of fansଫିଲ୍ମ 'ଫୁକ୍‌ରେ'ର ଏକ ସିନ୍‌ରେ ରୁଚା ଚଢା

ଏହା ବ୍ୟତୀତ ସେ 'ଗୋଲିୟୋଁ କି ରାସଲୀଲା ରାମଲୀଲା', 'ମସାନ୍', 'ସରବଜିତ୍, ୩ ଷ୍ଟୋରିଜ୍', 'ସେକ୍ସନ୍ ୩୭୫', 'ପଙ୍ଗା' ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ର ବ୍ୟତୀତ ରୁଚା ୱେବ୍ ସିରିଜ୍ 'ଇନ୍‌ସାଇଡ୍ ଏଜ୍'ରେ ମଧ୍ୟ ଅଭିନୟ କରିଥିଲେ। ଖୁବ୍ ଶୀଘ୍ର ତାଙ୍କୁ 'ଫୁକ୍‌ରେ ୩' 'ଏବଂ' ଅଭି ତୋ ପାର୍ଟି ସୁରୁ ହୁଇ ହୈ' ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।

ପ୍ରକାଶଥାଉ ଯେ ରୁଚା ଚଢା ଓ ଅଲି ଫଜଲ ଦୀର୍ଘ ବର୍ଷ ଧରି ସମ୍ପର୍କରେ ରହିବା ପରେ ଚଳିତ ବର୍ଷ ଅକ୍ଟୋବର ୪ରେ ବିବାହ କରିଥିଲେ। ଉଭୟଙ୍କ ପ୍ରଥମ ଭେଟ ୨୦୧୨ ମସିହାରେ 'ଫୁକ୍‌ରେ' ସେଟ୍‌ରେ ହୋଇଥିଲା। ଉଭୟ ପ୍ରଥମେ ୨୦୨୦ ମସିହାରେ ବିବାହ କରିବାକୁ ଯୋଜନା କରିଥିଲେ। କିନ୍ତୁ କରୋନା ମହାମାରୀ ହେତୁ ସେମାନେ ବିବାହକୁ ସ୍ଥଗିତ ରଖିଥିଲେ।

Richa chadha an intern in mens fashion magazine then won the hearts of fansସ୍ୱାମୀ ଅଲି ଫଜଲ୍‌ଙ୍କ ସହ ରୁଚା ଚଢା

ଆଜିକାଲି ଏହି ଦମ୍ପତି ସେମାନଙ୍କ ଦାମ୍ପତ୍ୟ ଜୀବନକୁ ଖୁବ୍ ଉପଭୋଗ କରୁଛନ୍ତି। ସମ୍ପ୍ରତି ଉଭୟ ଲଣ୍ଡନରେ ଅଛନ୍ତି, ଯେଉଁଠାରୁ ରୁଚା ପ୍ରାୟ ସମୟ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ଶେୟାର କରନ୍ତି। ତାଙ୍କ ଫଟୋ ଉପରେ ପ୍ରଶଂସକମାନେ ବହୁତ ପ୍ରତିକ୍ରିୟା କରୁଥିବା ଦେଖାଯାଏ।

Bollywood Richa Chadha Happy Birthday
Advertisment
Advertisment