• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାବୁସାନ୍‌ ତୃପ୍ତିଙ୍କ ମଧ୍ୟରେ କଳିକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବାପା ତଥା ଅଭିନେତା ଉତ୍ତମ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ବାବୁସାନ୍‌ କେବେ ତା’ ସ୍ତ୍ରୀ ସହ ଝଗଡ଼ା କରେନି । ଆଉ ତା’ ସ୍ତ୍ରୀ ମଧ୍ୟ ବାବୁସାନ୍‌କୁ ବହୁତ ଭଲପାଏ । ତେବେ ବୋହୂ, ପୁଅକୁ ମାଡ଼ ମରାମରି କରିଥିବା ଘଟଣାକୁ ଉତ୍ତମ ମହାନ୍ତି ଖଣ୍ଡନ କରିଛନ୍ତି । ସେ କେବଳ ଟଣାଓଟରା କରିଥିବା କଥା କହିଛନ୍ତି ।

ବାବୁସାନ୍‌ ୨୦ ଦିନ ହେଲାଣି ଘରକୁ ଯାଇନି । ସେଥିପାଇଁ ତୃପ୍ତିକୁ ଭଲ ଲାଗୁନଥିବ । ତେବେ ଏଥିପାଇଁ ସେ ପାରିପାର୍ଶ୍ୱିକ ଅବସ୍ଥାକୁ ଦାୟୀ କରିଛନ୍ତି । ତୃପ୍ତି ଗୋଟିଏ ଭଲ ଷ୍ଟୁଡେଣ୍ଟ୍‌, ସେ ସାଇ ଇଣ୍ଟରନ୍ୟାସନାଲରେ ପାଠ ପଢ଼ାଏ । ସେ ସିନେମା ଜଗତ ସମ୍ପର୍କରେ ପୂରା ଅଜ୍ଞ । ରୋମାଣ୍ଟିକ୍‌ ସିନ୍‌ ଦେଖିଲେ ବିରକ୍ତ ହୁଏ । ମନରେ ତା’ର କ୍ଷୋଭ ରଖିଛି । ଏଥିପାଇଁ ଏପରି କରିଥିବ ।

ତେବେ ଏସମ୍ପର୍କରେ ମୋତେ ତୃପ୍ତି କେବେ କିଛି କହିନି । ସେ ତା’ ଶାଶୁ ସହ କଥାହୁଏ । ଏନେଇ ବାବୁସାନ୍‌ ସହିତ କଥା ହୋଇଥିବା ଉତ୍ତମ କହିଛନ୍ତି । କୌଣସି ଇସ୍ୟୁ ହେବା ଆଗରୁ ତା’କୁ ପଠାଇ ଦେ ବୋଲି କହିଥିଲି । ଆଉ ବାବୁସାନ୍‌ କହିଥିଲେ ସେ ବମ୍ବେ ଚାଲିଯିବ, ମୁଁ ଏଇଠି ସିନେମା କରିବି ।

ଅନ୍ୟପଟେ ସେ ଆହୁରି କହିଛନ୍ତି, କିଛି ଥିବ ବୋଲି ତୃପ୍ତି ଏମିତି କରିଛି । ଆପଣା ସୁନା ତ ଭେଣ୍ଡି, ମୁଁ କହିବି କାହାକୁ । ହେଲେ ପୋଲିସ୍‌ ମାମଲାରେ ଜଡ଼ିତ ହେଲେ କେବେ ମନରେ ଶାନ୍ତି ଆସିବ ନାହିଁ । ମୋ ଦ୍ୱାରା ଯାହା ହେବ ମୁଁ କରିବି । ପରିବାରରେ ଅନେକ ଆଲୋଚନା ହୋଇଛି । ତୃପ୍ତିଙ୍କ ବାପା ଏ ସମ୍ପର୍କରେ ଅନେକ ସମୟରେ ଆଲୋଚନା କରିଛନ୍ତି । ବାବୁସାନ ଓ ପ୍ରକୃତି କଥାକୁ ନେଇ ଅପରାଜିତା ଥରେ ଯାଇଥିଲେ ମନ୍ମଥ ମିଶ୍ରଙ୍କୁ ଘରକୁ । ହେଲେ ମନ୍ମଥ ମିଶ୍ର କହିଥିଲେ, ସେମାନେ ବଡ଼ ହେଲେଣି, କିଛି କହିହେବନି ।