Advertisment

Monalisa: ବିଗ୍‌ ବସ୍‌-୧୯ରେ ନଜର ଆସିବେ କି ମୋନାଲିସା? କ'ଣ କହିଲେ ଭାଇରାଲ ଗର୍ଲ, ଜାଣନ୍ତୁ

ବିଗ୍‌ ବସ୍‌ ସିଜିନ-୧୯ ଖୁବଶୀଘ୍ର ଟେଲିକାଷ୍ଟ ହେବାକୁ ଯାଉଛି । ଏହାରି ଭିତରେ ପ୍ରୟାଗରାଜ ମହାକୁମ୍ଭରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ନେଇ ଏବେ ଚର୍ଚ୍ଚା ବଢିଛି । ସେପଟେ ବିଗ୍ ବସ୍‌ ଶୋ'ରେ ମୋନାଲିସାଙ୍କୁ ଦେଖିବାକୁ ଏକ୍ସାଇଟେଡ୍ ଥିବା କହିଛନ୍ତି ୟୁଜର୍ସ ।

ଅଦ୍ୟତନ ହୋଇଛି
Big Boss-19

Big Boss-19

Advertisment

ଭାଇରାଲ ଗର୍ଲ ମୋନାଲିସାଙ୍କୁ ନେଇ ଆସିଛି ଆଉ ଏକ ବଡ଼ ଖବର । ବିଗ୍‌ ବସ୍‌-୧୯ରେ ଆସିପାରନ୍ତି ନଜର । ସୁପରଷ୍ଟାର ସଲମାନ ଖାନଙ୍କ ସବୁଠୁ ଲୋକପ୍ରିୟ ଶୋ' ବିଗବସ୍‌ରେ ମୋନାଲିସା ନଜର ଆସିପାରନ୍ତି । ପ୍ରୟାଗରାଜ ମହାକୁମ୍ଭରେ ଭାଇରାଲ ହୋଇଥିବା ମୋନାଲିସାଙ୍କ ହାତରେ ଏବେ ଅଫର୍ ପରେ ଅଫର୍ । ଜଣେ ସାଧାରଣ ଝିଅରୁ ଏବେ ସେ ଷ୍ଟାର । ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟିବାରେ ଲାଗିଛନ୍ତି ମୋନାଲିସା । 

Advertisment

'ଯଦି କେବେ ସୁଯୋଗ ମିଳେ, ତେବେ ବିଗ୍‌ ବସ୍‌ ଯିବା ପସନ୍ଦ କରିବେ କି?'  ବୋଲି ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ମୋନାଲିସା କହିଛନ୍ତି, ନିଶ୍ଚୟ । ମୁଁ ଯିବି । କିନ୍ତୁ ଶୋ' ର ଆୟୋଜକଙ୍କ ତରଫରୁ ମୋନାଲିସାଙ୍କ ଏଣ୍ଟ୍ରି ନେଇ ଏଯାବତ କୌଣସି ସୂଚନା ଦିଆଯାଇନାହିଁ । ସୋସିଆଲ ମିଡିଆରେ ମୋନାଲିସାଙ୍କ ଏହି ଭିଡିଓରେ ଜୋରଦାର ଭାଇରାଲ ହେବା ପରେ ଏବେ ୟୁଜର୍ସମାନେ ଏଥିରେ କମେଣ୍ଟ କରିଛନ୍ତି । ଆଉ ମୋନାଲିସାଙ୍କୁ ବିଗ୍‌ ବସ୍‌ରେ ଦେଖିବାକୁ ଏକ୍ସାଇଟେଡ୍ ଥିବା ଲେଖିଛନ୍ତି କିଛି ୟୁଜର୍ସ । ସୂଚନାଯୋଗ୍ୟ, ଖତରୋ କେ ଖିଲାଡି ପୋଷ୍ଟପୋନ୍ ହୋଇଥିବାବେଳେ ବିଗ ବସ୍‌-୧୯ ଚଳିତ ଥର ଖୁବଶୀଘ୍ର ଟେଲିକାଷ୍ଟ ହେବାକୁ ଯାଉଛି । 

ଅନ୍ୟପଟେ ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ ସମୟରେ ରୁଦ୍ରାକ୍ଷ ମାଳା ବିକ୍ରି କରି ଭାଇରାଲ୍‌ ହୋଇଥିବା ମୋନାଲିସା ଏବେ ତାଙ୍କ ଭାଗ୍ୟ ବଦଳାଇ ଦେଇଛନ୍ତି। ସେ ଆଉ ଆଗ ଭଳି ନାହାନ୍ତି। ନିଜର ସୁନ୍ଦର ଆଖିକୁ ନେଇ ସାରା ଦେଶରେ ଭାଇରାଲ୍‌ ହୋଇଥିବା ମହାକୁମ୍ଭର ମୋନାଲିସାଙ୍କୁ ଆଉ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏବେ ଭାଇରାଲ୍‌ ଗାର୍ଲଙ୍କ ପାଖରେ ଅନେକ ପ୍ରୋଜେକ୍ଟ ଅଛି ଏବଂ ସେ ସେଥିମଧ୍ୟରୁ କେତେକ ପ୍ରୋଜେକ୍ଟ ଶେଷ ମଧ୍ୟ କରିଛନ୍ତି। ମୋନାଲିସା ଏବେ କୋଟିଏ ଟଙ୍କାର କାର୍‌ରେ ଯାତ୍ରା କରୁଛନ୍ତି ।

Advertisment

ଅଧିକ ପଢନ୍ତୁ:  ମାଳା ବିକାଳୀରୁ କୋଟିପତି! ବଲିଉଡ୍ ଷ୍ଟାର୍‌ଙ୍କ ଠାରୁ ବି ଅଧିକ ରୋଜଗାର କଲେଣି ମୋନାଲିସା

Viral Video Big Boss Mahakumbh Monalisa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ