Advertisment

Ravi Kishan: କାହିଁକି ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ପତ୍ନୀଙ୍କ ପାଦ ଛୁଅଁନ୍ତି ରବି କିଶନ; କପିଲ୍ ଶର୍ମା ଶୋରେ କହିଲେ....

ବଲିଉଡ ଅଭିନେତା ରବି କିଶନ ସନ୍ ଅଫ୍ ସରଦାର ୨ ଫିଲ୍ମର ପ୍ରମୋଶନ ପାଇଁ କପିଲ୍ ଶର୍ମା ଶୋକୁ ଯାଇଥିଲେ। ଶୋରେ ସେ ସବୁ ଦିନ ଶୋଇବା ବେଳେ ତାଙ୍କ ପତ୍ନୀଙ୍କ ପାଦ ଛୁଉଁଥିବା କହିଛନ୍ତି। ରବି କିଶନଙ୍କ ଏହି ବିଚାରଶୈଳୀକୁ ପ୍ରଶଂସା କରିଛନ୍ତି ତାଙ୍କ ଫ୍ୟାନ୍ସ।

ଅଦ୍ୟତନ ହୋଇଛି
Ravi Kishan

Ravi Kishan

Advertisment

ବଲିଉଡର ଭେଟେରାନ୍ ଅଭିନେତା ରବି କିଶନ ନିଜର ଚିତ୍ତାକର୍ଷକ ଅଭିନୟ ପାଇଁ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ କରିଥାଆନ୍ତି। ନିକଟରେ ସେ ତାଙ୍କ ପାରିବାରିକ ଜୀବନ ବିଷୟରେ ଏକ କଥା ସେୟାର କରିଛନ୍ତି, ଯାହା ଦର୍ଶକଙ୍କ ମନରେ ଥିବା ତାଙ୍କ ସ୍ଥାନକୁ ଆହୁରି ଦ୍ବିଗୁଣିତ କରିଛି।

Advertisment

ଆଗାମୀ ଦିନରେ ସନ୍ ଅଫ୍ ସରଦାର ୨ ଫିଲ୍ମ ରିଲିଜ ହେବାକୁ ଯାଉଛି। ଏହା ପୂର୍ବରୁ ରବି କିଶନଙ୍କ ସମେତ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅନ୍ୟାନ୍ୟ କଳାକାର ଯେପରିକି ଅଜୟ ଦେବଗନ, ମୃଣାଲ ଠାକୁର ଏବଂ ରବି କିଶନ, ନିକଟରେ କମେଡିଆନ କପିଲ ଶର୍ମାଙ୍କ ନେଟଫ୍ଲିକ୍ସ ଶୋ "ଦି ଗ୍ରେଟ୍ ଇଣ୍ଡିଆନ କପିଲ ଶୋ"କୁ ଫିଲ୍ମର ପ୍ରମୋଶନ ପାଇଁ ଯାଇଥିଲେ। ଶୋ ଚାଲିଥିବା ସମୟରେ କପିଲ କହିଥିଲେ ଯେ ରବି ସବୁ ଦିନ ରାତିରେ ଶୋଇବା ପୂର୍ବରୁ ତାଙ୍କ ପତ୍ନୀ ପ୍ରୀତି କିଶନଙ୍କ ପାଦ ଛୁଅନ୍ତି।

ଏହାର ପ୍ରତିକ୍ରିୟାରେ ରବି କହିଥିଲେ, "ମୁଁ ପତ୍ନୀ ପ୍ରୀତି କିଶନଙ୍କ ପାଦ ଛୁଏଁ। କିନ୍ତୁ ସେ ମୋତେ କେବେ ଏହା କରିବାକୁ ଦିଅନ୍ତି ନାହିଁ। ଯେତେବେଳେ ସେ ଶୋଇ ରହିଥାନ୍ତି। ସେତେବେଳେ ମୁଁ ତାଙ୍କ ପାଦ ଛୁଏଁ।" ରବି ଆହୁରି କହିଥିଲେ, "ସେ ମୋର ଦୁଃଖରେ ସାଥୀ ହୋଇ ରହିଛନ୍ତି। ଯେତେବେଳେ ମୋ ପାଖରେ ଟଙ୍କା ନଥିଲା, କିଛି ନଥିଲା, ସେତେବେଳୁ ସେ ମୋତେ ଛାଡ଼ି ନାହାନ୍ତି। ଆଜି ମୁଁ ଯାହା ଅଛି, ସେ ସବୁବେଳେ ମୋ ସାଙ୍ଗରେ ରହିଛନ୍ତି। ଯେଉଁଭଳି ଭାବେ ସେ ମୋତେ ସମ୍ଭାଳିଛନ୍ତି, ମୁଁ ତାଙ୍କ ପାଦ ଛୁଇଁବାକୁ ସେ ଯୋଗ୍ୟ।" ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ରବି କିଶନଙ୍କୁ ପ୍ରଶଂସାର ସୁଅ ଛୁଟିଛି।

Advertisment

ରବି କିଶନ ୧୯୯୩ରେ ତାଙ୍କ ପିଲାବେଳର ସାଥି ପ୍ରୀତି କିଶନଙ୍କୁ ବିବାହ କରିଥିଲେ। ଉଭୟଙ୍କର ଚାରିଟି ସନ୍ତାନ ଅଛନ୍ତି। ତାଙ୍କର ତିନିଟି ଝିଅ ରିଭା, ତନିଷ୍କ, ଇଶିତା ଏବଂ ଏକ ପୁଅ ସକ୍ଷମ ଅଛନ୍ତି। ରିଭା କିଶନ ବଲିଉଡରେ ଫିଲ୍ମ "ସବ କୁଶଲ ମଙ୍ଗଲ" ସହିତ ଅଭିନୟ ଆରମ୍ଭ କରିଥିବା ବେଳେ, ଅନ୍ୟ ସନ୍ତାନମାନେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରେଇ ରହିଛନ୍ତି।

ରବିଙ୍କ ଆଗାମୀ ଚଳଚ୍ଚିତ୍ର "ସନ୍ ଅଫ୍ ସରଦାର ୨" ହେଉଛି ଏକ ଆକ୍ସନ କମେଡି ଫିଲ୍ମ, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ କୁମାର ଅରୋଡ଼ା ଏବଂ ପ୍ରଯୋଜନା କରିଛନ୍ତି ଅଜୟ ଦେବଗନ, ଜ୍ୟୋତି ଦେଶପାଣ୍ଡେ, ଏନ ଆର ପଚିସିଆ ଏବଂ ପ୍ରବୀଣ ତଲରେଜା। ଏହା ୨୦୧୨ରେ ମୁକ୍ତିଲାଭ କରିଥିବା "ସନ୍ ଅଫ୍ ସରଦାର"ର ଏକ ସିକ୍ୱେଲ। ଏହି ଚଳଚ୍ଚିତ୍ର ଅଗଷ୍ଟ ମାସରେ ଥିଏଟରରେ ମୁକ୍ତିଲାଭ କରିବ।

Advertisment

ଅଧିକ ପଢନ୍ତୁ: ସୁଟିଂ ସେଟରେ ଅଘଟଣ; ଶାହରୁଖ ଖାନ୍ ଆହତ

The Kapil Sharma Show Bollywood Actor Ravi Kishan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ