Raveena tandon praise to ex boyfriend akshay kumar
ଏବେ ସୋସିଆଲ ମିଡିଆରେ ରବୀନା ଟଣ୍ଡନ ଏବଂ ଅକ୍ଷୟ କୁମାରଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦୁହେଁ ପରସ୍ପର ପ୍ରତି ଅତି ନିକଟତର ହେବା ଦେଖାଯାଉଛନ୍ତି। ଭିଡିଓରେ ଉଭୟଙ୍କ ମୁହଁରେ ଫୁଟି ଉଠିଥିବା ହସରୁ ଏହା ସ୍ପଷ୍ଟ ହୋଇଛି ଯେ ଦୁହେଁ ପୂର୍ବର ସବୁ ରାଗରୁଷା ଭୁଲିଯାଇଛନ୍ତି ଆଉ ପରସ୍ପର ଉପରେ ବହୁତ ଖୁସି ଅଛନ୍ତି। ଦୀର୍ଘ ଦିନ ପରେ ଏହି ଦୁଇ ତାରକାଙ୍କୁ ଏକାଠି ଦେଖି ପ୍ରଶଂସକମାନେ ମଧ୍ୟ ବହୁତ ଖୁସି।
ଏକ ପୁରସ୍କାର ଶୋ’ରେ ଅକ୍ଷୟ କୁମାରଙ୍କୁ 'ଷ୍ଟାଇଲ୍ ହଲ୍ ଅଫ୍ ଫେମ୍' ପୁରସ୍କାର ପ୍ରଦାନ କରାଯାଇଥିଲା। ରବୀନା ଟଣ୍ଡନ୍ ଏହି ପୁରସ୍କାରକୁ ତାଙ୍କ ପୂର୍ବତନ ପ୍ରେମିକଙ୍କୁ ନିଜ ହାତରେ ଦେଇଥିଲେ। ଏହା ବ୍ୟତୀତ ସେ ଅକ୍ଷୟଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ଏହି ସମୟରେ, ଉଭୟଙ୍କ ମୁହଁରେ ୨୪ କ୍ୟାରେଟ୍ର ହସ ଦେଖିବାକୁ ମିଳିଥିଲା।
ଅଧିକ ପଢ଼ନ୍ତୁ: କିଏ ସେହି ଅଭିନେତା ଯିଏ ବିବାହ ପାଇଁ ଅଭିନୟ ଛାଡିବାକୁ ରବୀନାଙ୍କୁ କହିଥିଲେ
ଦିନେ ବଲିଉଡ୍ରେ ରବୀନା ଟଣ୍ଡନ୍ ଏବଂ ଅକ୍ଷୟ କୁମାରଙ୍କ ପ୍ରେମକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା। ଉଭୟ ମଧ୍ୟ ବିବାହ କରିବାକୁ ଚାହୁଁଥିଲେ। ଫିଲ୍ମ 'ମୋହରା'ର ସେଟ୍ରେ ସେମାନେ ପରସ୍ପରକୁ ହୃଦୟ ଦେଇଥିଲେ। ଉଭୟଙ୍କ ଏନ୍ଗେଜ୍ମେଣ୍ଟ୍ ମଧ୍ୟ ହୋଇଯାଇଥିଲା। କିନ୍ତୁ ପରେ ପରିସ୍ଥିତି ଏମିତି ହେଲା ଯେ ସେମାନଙ୍କର ବ୍ରେକ୍ଅପ୍ ହୋଇଥିଲା। ଅକ୍ଷୟଙ୍କ ଦ୍ୱାରା ହୋଇଥିବା ବିଶ୍ୱାସଘାତକତାକୁ ରବୀନା କେବେବି ଭୁଲି ନାହାଁନ୍ତି। ସେ ପ୍ରାୟତଃ ଅକ୍ଷୟଙ୍କ ଦ୍ୱାରା ହୋଇଥିବା ଏହି ବିଶ୍ୱାସଘାତକତାକୁ ନେଇ କୁହନ୍ତି।
ଛାଡପତ୍ର କିମ୍ବା ବ୍ରେକଅପ୍ ପରେ ଲୋକମାନେ ସବୁକିଛି ଭୁଲି ନିଜ ଜୀବନରେ ଆଗକୁ ଯାଆନ୍ତି, କିନ୍ତୁ ରବୀନା ପ୍ରାୟ ସମସ୍ତଙ୍କ ସାମ୍ନାରେ ଅକ୍ଷୟ ବିଶ୍ୱାସଘାତକତା କରୁଛନ୍ତି ବୋଲି କୁହନ୍ତି। ବ୍ରେକ୍ଅପ୍ ପରେ ଉଭୟଙ୍କୁ କୌଣସି ଫିଲ୍ମ ହେଉ କି କୌଣସି କାର୍ଯ୍ୟକ୍ରମରେ କେବେ ବି ଦେଖାଯାଇ ନଥିଲା। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ଶୋ’ ମାଧ୍ୟମରେ ଉଭୟ ପ୍ରଥମ ଥର ପାଇଁ ଏକାଠି ହୋଇଛନ୍ତି।
ବର୍ତ୍ତମାନ ଏତେ ବର୍ଷର ବ୍ରେକ୍ଅପ୍ ପରେ ଯେତେବେଳେ ଅକ୍ଷୟ କୁମାରଙ୍କ ସହ ରବୀନା ଟଣ୍ଡନ୍ଙ୍କୁ ଏକାଠି ଦେଖିବାକୁ ମିଳିଲା, ପ୍ରଶଂସକଙ୍କ ମନରେ ଆନନ୍ଦ ଖେଳିଗଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓ ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଯାଇଛନ୍ତି।
ପ୍ରକାଶଥାଉ ଯେ ୫୫ ବର୍ଷର ଅକ୍ଷୟ ଏବେ ଅଭିନେତ୍ରୀ ଟ୍ୱିଙ୍କଲ୍ ଖାନ୍ନାଙ୍କୁ ବିବାହ କରି ପିଲାମାନଙ୍କ ସହ ବହୁତ ଖୁସିରେ ଅଛନ୍ତି। ସେହିପରି ୪୮ ବର୍ଷୀୟ ରବୀନା ବ୍ୟବସାୟୀ ଅନିଲ ଥଦାନୀଙ୍କୁ ବିବାହ କରିଛନ୍ତି ଆଉ ସେ ମଧ୍ୟ ଦୁଇଟି ସନ୍ତାନର ମା’।
ଅଧିକ ପଢ଼ନ୍ତୁ: ରବୀନାଙ୍କ ଖୁଲାସା: ରେପ୍ ଓ କିସ୍ ସିନ୍ କରିବାକୁ…
#AkshayKumar's stylish entry at an award function pic.twitter.com/3r2yy4x128
— Glamour Alert (@realglamalert) May 7, 2023
VIDEO- #AkshayKumar𓃵 arriving at #HTMostStylish event in Mumbai yesterday. pic.twitter.com/K8yyeWrwgo
— Akshay Kumar FG (@AKFansGroup) May 7, 2023
Caption this!!#AkshayKumarpic.twitter.com/cVdXMjrk8E
— Glamour Alert (@realglamalert) May 7, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683549842.jpg)