/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645518164.jpg)
Raveena Tandon-Anil Thadani wedding anniversary
ନୂଆଦିଲ୍ଲୀ: ଆଜି ରବିନା ଟଣ୍ଡନଙ୍କ ବିବାହ ବାର୍ଷିକୀ। ରବିନା 'ପଥର୍ କେ ଫୁଲ'ରେ ସଲମାନ ଖାନଙ୍କ ସହ କ୍ୟାରିୟର ଆରମ୍ଭ କରିଥିଲେ। ରେଭେନା ଟଣ୍ଡନଙ୍କ ବିବାହ ବାର୍ଷିକୀ। ୨୦୦୩ରେ ରବିନାଙ୍କର ଅନିଲ ଥଡାନୀଙ୍କ ସହ ନିର୍ବନ୍ଧ ହୋଇଥିବା ବେଳେ ୨୦୦୪ରେ ଉଭୟ୍ ବିହାନ ବନ୍ଧନରେ ବାନ୍ଧି ହୋଇଥିଲେ। ଉଦୟପୁରର ଜଗ୍ ମନ୍ଦିର ପ୍ୟାଲେସରେ ପଞ୍ଜାବୀ ଏବଂ ସିନ୍ଧି ରୀତିନୀତି ଅନୁଯାୟୀ ଉଭୟ ବିବାହ କରିଥିଲେ। ଆଜି ଦୁହେଁ ବିବାହର ୧୮ ବର୍ଷ ପୂରଣ କରିଛନ୍ତି। ତେବେ ଆସନ୍ତୁ ରବିନାଙ୍କ ବିବାହ ସମୟର କିଛି ଫଟୋ ଉପରେ ନଜର ପକେଇବା।
ରବିନା ଟଣ୍ଡନ ଓ ଅନିଲ ଥଡାନୀଙ୍କ ବିବାହ ସମୟର ଫଟୋରବିନା ଟଣ୍ଡନ୍ ୨୦୦୩ ମସିହାରେ ଅନିଲ ଥଡାନୀଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ। ଅନୀଲ ରବିନାଙ୍କ ଫିଲ୍ମର ଡିଷ୍ଟ୍ରିବ୍ୟୁଟର ଥିଲେ। ୨୦୦୩ରେ ରବିନା ଟଣ୍ଡନଙ୍କ ଜନ୍ମଦିନ ଅବସରରେ ଅନିଲ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ସ୍ୱିକାର କରି ସେ 'ହଁ' କରିଥିଲେ।
ରବିନା ଟଣ୍ଡନ ଓ ଅନିଲ ଥଡାନୀଙ୍କ ବିବାହ ସମୟର ଫଟୋରବିନା ୧୦୦ ବର୍ଷର ପୁରୁଣା ପ୍ରଥା ଡୋଲିରେ ବସି ମଣ୍ଡପକୁ ଆସିଥିଲେ। ଏହି ବିଶେଷ ଦିନରେ ସେ ଏକ ଲାଲ୍ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ଏହି ସମୟରେ ଅନିଲ ଏକ ସୁବର୍ଣ୍ଣ ରଙ୍ଗର ଶେର୍ୱାନିରେ ବହୁତ ସୁନ୍ଦର ଦେଖାଯାଉଥିଲେ। ଉଭୟଙ୍କ ଯୋଡିକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଥିଲେ।
ରବିନା ଟଣ୍ଡନ ଓ ଅନିଲ ଥଡାନୀଙ୍କ ବିବାହ ସମୟର ଫଟୋଅନିଲ ଥଡାନୀଙ୍କ ଜୀବନରେ ରବିନା ଦ୍ୱିତୀୟ ପତ୍ନୀ ଭାବରେ ଆସିଥିଲେ। ଅନିଲଙ୍କ ପ୍ରଥମ ବିବାହ ନତାଶାଙ୍କ ସହିତ ହୋଇଥିଲା। ତେବେ ରବିନାଙ୍କୁ ବିବାହ କରିବା ପାଇଁ ଅନିଲ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ।
ରବିନା ଟଣ୍ଡନ ଓ ଅନିଲ ଥଡାନୀଙ୍କ ବିବାହ ସମୟର ଫଟୋପ୍ରତ୍ୟେକ ଝିଅଙ୍କ ପରି ରବିନା ମଧ୍ୟ ଚାହୁଁଥିଲେ ଯେ ତାଙ୍କ ବିବାହ ମଧ୍ୟ ଖୁବ ଧୂମଧାମରେ ହେଉ। ଏହି ସ୍ୱପ୍ନକୁ ସାକାର କରିବା ନେଇ ଉଭୟ ଏକ ରାଜକୀୟ ଶୈଳୀରେ ବିବାହ କରିଥିଲେ। ଅନେକ ବଲିଉଡ ତାରକା ଏହି ବିବାହ ଉତ୍ସବରେ ସାମି ମଧ୍ୟ ହୋଇଥିଲେ।
ରବିନା ଟଣ୍ଡନ ଓ ଅନିଲ୍ ଥଡାନୀଙ୍କ ରିସେପ୍ସନ୍ବିବାହ ପରେ ସେମାନଙ୍କ ରିସେପ୍ସନ୍ ମଧ୍ୟ ହୋଇଥିଲା। ବିହାର ପରେ ରବିନା ରଶା ଓ ରଣବୀର ନାମକ ଦୁଇ ପିଲାଙ୍କ ମା’ ହୋଇଛନ୍ତି। କିନ୍ତୁ ୨୦ ବର୍ଷ ବୟସରେ ରବିନା ଟଣ୍ଡନ୍ ଦୁଇ ଝିଅଙ୍କୁ କୋଳେଇ ନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣକର ନାଁ ପୂଜା ହୋଇଥିବା ବେଳେ ଅନ୍ୟ ଜଣେ ଛାୟା।
ଅକ୍ଷୟ କୁମାରଙ୍କ ସହ ପ୍ରେମ ସଂପର୍କ:
ଅକ୍ଷୟ କୁମାରଙ୍କ ସହ ରବିନା ଟଣ୍ଡନଙ୍କ ପ୍ରେମ ସଂପର୍କତେବେ ଅନିଲଙ୍କୁ ବିବାହ କରିବା ପୂର୍ବରୁ ରବିନା ଅକ୍ଷୟ କୁମାରଙ୍କୁ ମଧ୍ୟ ଡେଟ୍ କରୁଥିଲେ। ‘ମୋହରା’ ଫିଲ୍ମରୁ ସେମାନଙ୍କ ପ୍ରେମ ଆରମ୍ଭ ହୋଇଥିଲା। ଉଭୟଙ୍କର ମଧ୍ୟ ନିର୍ବନ୍ଧ ହୋଇଯାଇଥିଲା। କିନ୍ତୁ ପରେ ରବିନାକୁ ବିବାହ କରିବାକୁ ହେଲେ ଅଭିନୟ ଦୁନିଆ ଛାଡିବାକୁ ହେବ ବୋଲି ଅକ୍ଷୟ ଯେତେବେଳେ କହିଲେ ସେ ରାଜି ହେଲେ ନାହିଁ। ଫଳରେ ସେମାନଙ୍କ ବିବାହ ହୋଇପାରିଲା ନାହିଁ।
ଅଜୟ ଦେବଗନ ଓ ରବିନା ଟଣ୍ଡନ:
ଅଜୟ ଦେବଗନ ଓ ରବିନା ଟଣ୍ଡନଖାଲି ଅକ୍ଷୟ ନୁହେଁ ଅଜୟ ଦେବଗନଙ୍କ ସହ ମଧ୍ୟ ରବିନାଙ୍କ ଥିଲା ପ୍ରେମ ସଂପର୍କ। ଫିଲ୍ମ ‘ଦିବ୍ୟଶକ୍ତି’ରେ ଦୁହେଁ ପରସ୍ପରଙ୍କ ନିକଟତର ହୋଇଥିଲେ। ଅଜୟ ମଧ୍ୟ ତାଙ୍କୁ ଅନେକ ଥର ପ୍ରେମ ପତ୍ର ଦେଇଥିବା ରବିନା କହିଛନ୍ତି। ଏହି ସମୟରେ ଅଜୟଙ୍କୁ ନେଇ କରୀସ୍ମା କପୁରଙ୍କ ନାମ ଯୋଡା ହେଲା। ଏହି ଖବର ଶୁଣି ରବିନା ଭାଙ୍ଗି ପଡିଥିଲେ। ଏପରିକି ସେ ଆତ୍ମହତ୍ୟା କରିବା ଯାଏ ମଧ୍ୟ କଥା ଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)