Advertisment

Ratan tata Birthday 2024: ବଲିଉଡ୍‌ର ଏହି ନାମୀ ହିରୋଇନ୍‌ଙ୍କ ପ୍ରେମରେ ପଡିଥିଲେ ରତନ ଟାଟା

ପ୍ରଶଂସକମାନେ ରତନ ଟାଟାଙ୍କୁ ଭୁଲି ନଥିବା ବେଳେ ବର୍ତ୍ତମାନ ୧୮ ଡିସେମ୍ବରରେ ତାଙ୍କ ଜନ୍ମଦିନରେ ତାଙ୍କର ସ୍ମୃତି ପୁଣି ତାଜା ହୋଇଯାଇଛି। । କିନ୍ତୁ ଆପଣ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ କାହାଣୀ ଜାଣିଛନ୍ତି କି? ସେ ମଧ୍ୟ ନାୟିକାଙ୍କ ପ୍ରେମରେ ପଡିଥିଲେ। ରତନ ଟାଟା ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ।

ଅଦ୍ୟତନ ହୋଇଛି
ratan tata love story

ratan tata love story

Advertisment

ଚଳିତ ବର୍ଷ ଅକ୍ଟୋବର ୯ ତାରିଖରେ ଦେଶ ତଥା ତାଙ୍କ ପ୍ରିୟଜନମାନେ ଦିଗ୍ଗଜ ବ୍ୟବସାୟୀ ରତନ ଟାଟାଙ୍କୁ ହରାଇଥିଲେ। ପ୍ରଶଂସକମାନେ ତାଙ୍କୁ ଭୁଲି ନଥିବା ବେଳେ ବର୍ତ୍ତମାନ ୧୮ ଡିସେମ୍ବରରେ ତାଙ୍କ ଜନ୍ମଦିନରେ ତାଙ୍କର ସ୍ମୃତି ପୁଣି ତାଜା ହୋଇଯାଇଛି।

Advertisment

ସୂଚନାଯୋଗ୍ୟ ଯେ ସିମି ଗ୍ରେୱାଲ୍‌ ମେରା ନାମ ଜୋକର, ସିଦ୍ଧାର୍ଥ, କର୍ଜ, ଚଲ୍‌ତେ ଚଲ୍‌ତେ, ତିନ୍ ଦେବୀୟାଁ ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି।

ratan tata love storyସିମି ଗ୍ରେୱାଲ୍‌

ଯେତେବେଳେ କି ତାଙ୍କର ଏକ ଶୋ’ ମଧ୍ୟ ଥିଲା ଯେଉଁଥିରେ ରତନ ଟାଟା ମଧ୍ୟ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା ​​ଏବଂ ନିଜେ ଶୋ’ରେ ସେ କହିଥିଲେ ଯେ ସେ ଚାରିଥର ପ୍ରେମରେ ପଡ଼ିଥିଲେ ଏବଂ ଏହି ମାମଲା ବିବାହରେ ପରବର୍ତ୍ତନ ହେବା ପୂର୍ବରୁ ରହିଯାଇଥିଲା।

ସିମି ଗ୍ରେୱାଲ ପରେ ବିବାହ କରିଥିଲେ ସତ କିନ୍ତୁ ୧୯୭୯ରେ ତାଙ୍କର ଛାଡପତ୍ର ହୋଇଯାଇଥିଲା। ପରେ ସେ ଆଉ ବିବାହ କରିନଥିଲେ।

ratan tata love storyସିମି ଗ୍ରେୱାଲ

ତେବେ ଆମେରିକାରେ ରହଣୀ ବେଳେ ତାଙ୍କର ପ୍ରେମ ହୋଇଥିବା ଟାଟା କହିଥିଲେ। ଟାଟାଙ୍କ କହିବାନୁସାରେ, "ଆମେରିକାରେ ପ୍ରେମରେ ପଡ଼ିବା ପରେ ଆମେ ବିବାହ କରିବାକୁ ଯାଉଥିଲୁ। ସେହି ସମୟରେ ମୁଁ ଭାରତ ଫେରି ଆସିଥିଲି। ସେ ମଧ୍ୟ ଭାରତ ଆସିବାର ଥିଲା, କିନ୍ତୁ ୧୯୬୨ ମସିହାରେ ଭାରତ-ଚୀନ୍ ଯୁଦ୍ଧ ହେତୁ ସେ ଭାରତକୁ ଆସିପାରିଲେ ନାହିଁ। ଏହାର କିଛି ବର୍ଷ ପରେ ସେ ଆମେରିକାରେ ଅନ୍ୟ ଜଣକୁ ବିବାହ କରିଥିଲେ।"

Simi Garewal Ratan Tata Ratan Tata Birthday
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ