Advertisment

ଫିଲ୍ମ ସୁଟିଂ ବେଳର ଫଟୋ ସେୟାର କରି ରଣବୀରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କରନ୍‌

ଗୋଟିଏ ଫଟୋରେ ଆଲିଆ ଭଟ୍ଟ ଅଛନ୍ତି। ଯେଉଁଥିରେ ସେ ରଣବୀର ଓ କରନଙ୍କ ଫଟୋ ଉଠାଉଛନ୍ତି। ତେବେ କ୍ୟାଣ୍ଡିଡ୍‌ ସଟ୍‌ ନେବାର ଫଟୋ ଫିଲ୍ମ ନିର୍ମାତା ସେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
Ranveer Singh poses with Karan Johar in unseen photos

Ranveer Singh poses with Karan Johar in unseen photos

Advertisment

ଆଜି ବଲିଉଡ୍ ଷ୍ଟାର ରଣବୀର ସିଂଙ୍କ ଜନ୍ମଦିନ। ଏହି ଅବସରରେ କରଣ ଜୋହର ରଣବୀରଙ୍କ ସେୟାର କରିଥିବା ବିଭିନ୍ନ ମୁହୂର୍ତ୍ତର ଫଟୋ ଦେଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ରଣବୀରଙ୍କ ଅପକମିଂ ଫିଲ୍ମ 'ରକି ଔର୍ ରାନୀ କି ପ୍ରେମ କାହାନୀ'ର ସୁଟିଂ ସେଟର କିଛି ଫଟୋକୁ ସେୟାର କରିଛନ୍ତି କରନ ଜୋହର। ଯେଉଁଥିରେ ସେମାନେ ଉଭୟ ରହିଛନ୍ତି।

Advertisment

କେବଳ ସେତିକି ନୁହେଁ, ସେଥିମଧ୍ୟରୁ ଗୋଟିଏ ଫଟୋରେ ଆଲିଆ ଭଟ୍ଟ ଅଛନ୍ତି। ଯେଉଁଥିରେ ସେ ରଣବୀର ଓ କରନଙ୍କ ଫଟୋ ଉଠାଉଛନ୍ତି। ତେବେ କ୍ୟାଣ୍ଡିଡ୍‌ ସଟ୍‌ ନେବାର ଫଟୋ ଫିଲ୍ମ ନିର୍ମାତା ସେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଗୁରୁବାର ରଣବୀରଙ୍କ ୩୮ ତମ ଜନ୍ମଦିନରେ ରକି ଔର୍ ରାନୀ କି ପ୍ରେମ କାହାନୀର ସୁଟିଂ ସେଟ୍‌ର ଫଟୋ ସେୟାର କରିଛନ୍ତି ଫିଲ୍ମ ନିର୍ମାତା, ଯେଉଁଥିରେ କ୍ୟାପସନ୍‌ରେ ଲେଖିଛନ୍ତି ଯେ ''It’s ROCKY day!!!! Happiest birthday to this magnanimous force of nature…thank you for giving all your heart to our kahaani…Rocky Aur Rani Kii Prem Kahaani. Lots of love to you always❤️❤️❤️।

Advertisment

''ଆଜି ହେଉଛି ରକିଙ୍କ ଦିନ !!! ଜନ୍ମଦିନର ଢେର ସାରା ଶୁଭେଚ୍ଛା। ଆମର କାହାଣୀ ରକି ଔର୍ ରାନୀ କି ପ୍ରେମ କାହାନୀରେ ଆପଣଙ୍କ ହୃଦୟ ଦେଇଥିବାରୁ ଧନ୍ୟବାଦ। ରଣବୀର ସିଂ ତୁମକୁ ଢେର ସାରା ଭଲପାଇବା।''

‘ଗଲି ବଏ’ର ହିଟ୍‌ ପରେ ପୁଣି ଥରେ ଉଭୟଙ୍କ ଯୋଡି ପରଦାରେ ହଙ୍ଗାମା କରିବାକୁ ଯାଉଛି। ଆଲିଆ-ରଣବୀରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ରକି ଔର୍ ରାନୀ କି ପ୍ରେମ କାହାନୀ'ର ଗୀତ ପରେ ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିଛି। ଏହି ଫିଲ୍ମ ମାଧ୍ୟମରେ କରଣ ଜୋହର ଦୀର୍ଘ ୭ ବର୍ଷ ପରେ ନିର୍ଦ୍ଦେଶନାକୁ ଫେରିଛନ୍ତି। ଏହି ମଲ୍ଟିଷ୍ଟାରର ଫିଲ୍ମରେ ରଣବୀର ଏବଂ ଆଲିଆଙ୍କ ସହ ବଲିଉଡ୍‌ର ଭେଟେରାନ ଅଭିନେତା ଧର୍ମେନ୍ଦ୍ର, ଶବାନା ଆଜ୍‌ମୀ ଏବଂ ଜୟା ବଚ୍ଚନ ମଧ୍ୟ ଦେଖିବାକୁ ମିଳିବେ। ଏହି ପାରିବାରିକ ଚଳଚ୍ଚିତ୍ର ସହିତ ପରଦାକୁ ଆସୁଥିବା କରନ୍‌ ଜୋହର ଏହି ଚଳଚ୍ଚିତ୍ର ମାଧ୍ୟମରେ କିଛି ନୂଆ କରିବାକୁ ଯାଉଛନ୍ତି।

Advertisment

କରନ୍‌ ଜୋହର ପ୍ରତ୍ୟେକ ଥର କମେଡି, ରୋମାନ୍ସ, ଇମୋସନ, ଷ୍ଟାଇଲର ମିଶ୍ରଣ ସହିତ ଆସୁଛନ୍ତି। 'ରକି ଔର୍ ରାନୀ କି ପ୍ରେମ କାହାନୀ'ରେ ଆପଣ ଏସବୁ ଦେଖିବାକୁ ପାଇବେ। ଏହା ସହିତ ସେ ଏକ ନୂଆ କନ୍‌ସେପ୍ଟ୍ ନେଇ ଆସୁଛନ୍ତି। ଏହାର ଟ୍ରେଲର ଦେଖିଲା ପରେ ଆପଣ ଜାଣିପାରିବେ ଏହା ହିଟ୍ ହେବ କି ଫ୍ଲପ୍ ହେବ।

Karan Johar Bollywood Actor Alia Bhatt Ranveer Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ